NPA Recovery: 


COMMERCIAL BREAK
SCROLL TO CONTINUE READING

ଦେଶର ସମସ୍ତ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୦.୬ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିଛନ୍ତି ବୋଲି ମଙ୍ଗଳବାର ରାଜ୍ୟସଭାକୁ ସୂଚିତ କରିଛନ୍ତି । ଏହି ୧୦.୬ ଲକ୍ଷ କୋଟି ଟଙ୍କା ଋଣ ମଧ୍ଯରୁ ପ୍ରାୟ ୫୦ ପ୍ରତିଶତ କର୍ପୋରେଟ୍ ହାଉସଙ୍କ ନାମରେ ଥିଲା । ରାଜ୍ଯସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗବତ କରଦ ଏହା କହିଛନ୍ତି । ଭାଗବତ କରଦ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, “ଆରବିଆଇର ତଥ୍ୟ ଅନୁଯାୟୀ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ (ଏସସିବି) ଗତ ୫ଟି ଆର୍ଥିକ ବର୍ଷରେ ୧୦.୫୭ ଲକ୍ଷ କୋଟି ଟଙ୍କାର ଋଣ ମାଫ କରିଛନ୍ତି । ଏହାସହିତ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଗତ ପାଞ୍ଚ ବର୍ଷ ମଧ୍ୟରେ ୭.୧୫ ଲକ୍ଷ କୋଟି ଟଙ୍କାର ଅଣ-ପ୍ରଦର୍ଶନ ସମ୍ପତ୍ତି (ଏନପିଏ) ଉଦ୍ଧାର କରିଛନ୍ତି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ରାଜ୍ୟସଭାରେ କହିଥିଲେ ।


ଏନପିଏ ଉଦ୍ଧାର ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି । ବାଣିଜ୍ୟକ ବ୍ୟାଙ୍କ ଗୁଡ଼ିକ ଗତ ପାଞ୍ଚ ଆର୍ଥିକ ବର୍ଷ କାଳରେ ମାଫ୍ ହୋଇଥିବା  NPA ଆକାଉଣ୍ଟରୁ ପ୍ରାୟ ୭,୧୫.୫୦୭  କୋଟି ଟଙ୍କା ଆର୍ଥିକ ବର୍ଷ ୨୦୨୨-୨୩ରେ ଉଦ୍ଧାର କରିଛନ୍ତି ବୋଲି  ଅର୍ଥ ରାଷ୍ଟ୍ରମନ୍ତ୍ରୀ ରାଜ୍ୟସଭାକୁ ସୂଚିତ କରିଛନ୍ତି ।


ଏକ ପୃଥକ ପ୍ରଶ୍ନର ଉତ୍ତରରେ କରଦ କହିଛନ୍ତି ଯେ, ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଗତ ପାଞ୍ଚଟି ଆର୍ଥିକ ବର୍ଷ ଅର୍ଥାତ ୨୦୧୮-୧୯ରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ବୃହତ କରପୋରେଟ୍ ହାଉସଙ୍କର ୫.୫୨ ଲକ୍ଷ କୋଟି ଟଙ୍କା ମାଫ କରିଛନ୍ତି । ଏହା ମଧ୍ଯରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଜାଲିଆତି ହେତୁ ସମସ୍ତ ବ୍ୟାଙ୍କ ହରାଇଥିବା ୯୩ ହଜାର ୮୭୪ କୋଟି ଟଙ୍କା ଅନ୍ତର୍ଭୁକ୍ତ ।


କରଦ କହିଛନ୍ତି ଯେ ବ୍ୟାଙ୍କ ଗୁଡିକ ନିଜ ବାଲାନ୍ସ ସିଟ୍ ଠିକ କରିବାକୁ,ଟିକସ ସୁବିଧା ହାସଲ କରିବାକୁ ଓ ପୁଞ୍ଜି ପ୍ରବାହକୁ ବଢାଇବା ପାଇଁ ଋଣଛାଡର ପ୍ରଭାବ ସମ୍ପର୍କରେ ନିୟମିତ ମୂଲ୍ୟାଙ୍କନ କରିଥାନ୍ତି


ଏହିପରି ଋଣଛାଡ ଦ୍ୱାରା ଋଣକାରୀ କୌଣସି ଲାଭ ପାଇନଥାନ୍ତି ବୋଲି କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ଋଣଛାଡ ପରେ ମଧ୍ଯ ଋଣଖିଲାପକାରୀଙ୍କଠାରୁ ଋଣ ଟଙ୍କା ଆଦାୟ ପାଇଁ ବ୍ୟାଙ୍କ ଉପଲବ୍ଧ ଆଇନର ଆଶ୍ରୟ ନେଇଥାନ୍ତି । ଋଣଛାଡ ପରେ ମଧ୍ଯ ଋଣକାରୀ ଋଣ  ପରିଶୋଧ ପାଇଁ ଉତ୍ତରଦାୟୀ ରହିଥାନ୍ତି ।