Bargarh Dhanujatra: ବରଗଡ଼ (ବଳରାମ ଦୀପ): ଆସୁଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ। ଆସନ୍ତା ଡିସେମ୍ବର ୨୭ରୁ ଜାନୁଆରୀ ୬ ତାରିଖ ଯାଏ ଅନୁଷ୍ଠିତ ହେବ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା। ଏବର୍ଷ ଧନୁଯାତ୍ରା ମହୋତ୍ସବରେ କିଏ କଂସ ମହାରାଜା ହେବ ଓ କିଏ ପାତ୍ରମନ୍ତ୍ରୀ ହେବେ ତାକୁ ନେଇ ଏବେଠୁ କଳାକାରମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା। କଳାକାରଙ୍କ ଅଟ୍ଟହାସ୍ୟରେ କମ୍ପୁଛି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ଜଣେ ପରେ ଜଣେ କଳାକାର ନିଜ ନିଜର କଳା ଯାଦୁଗରୀର କୌଶଳ ଓ ସଂଳାପ ମାଧ୍ୟମରେ ନାଟ୍ୟାଭିନୟ କରି କଂସ ମହାରାଜା ଅଭିନୟ ଓ ଅନ୍ୟ ଅଭିନେତା ପାଇଁ କରୁଛନ୍ତି ନାମାଙ୍କନ ପତ୍ର ଦାଖଲ। 


COMMERCIAL BREAK
SCROLL TO CONTINUE READING

ଗତ ଅକ୍ଟୋବର ୩୧ ତାରିଖ କଳାକାରଙ୍କ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ଗତଥର ମହାରାଜା କଂସ ଅଭିନୟ କରିଥିବା ଅଭିନେତା ଭୁବନେଶ୍ବର ପ୍ରଧାନ ଏବର୍ଷ କଂସ ଅଭିନୟ ପାଇଁ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିଥିଲେ। ୭୫ତମ ପ୍ଲାଟିନମ ଜୁବୁଲି ଉତ୍ସବରେ କିଏ ମହାରାଜା କଂସଙ୍କ ରାଜମୁକୁଟ ପିନ୍ଧିବ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା।


୭୫ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ନୂତନ ମହାରାଜା କଂସ ଓ ଅନ୍ୟ କଳାକାରଙ୍କ ପାଇଁ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି। ଏମାନଙ୍କ ମଧ୍ୟରୁ କଳାକାରଙ୍କୁ ଚୟନ କରାଯିବ। ଏଥିପାଇଁ ଗତ ଅକ୍ଟୋବର ୨୨ରୁ ୩୧ ତାରିଖ ମଧ୍ୟରେ କଳାକାରମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି। ତେଣୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜମୁଛି ରାଜ୍ୟର ବିଭିନ୍ନ ଜିଲ୍ଲାର କଳାକାରଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି। 


ଏବର୍ଷ କଂସ ମହାରାଜା ପାଇଁ ଚଳିତ ବର୍ଷ ପୁଣି ଥରେ ଗୋପାଳ ସାହୁ, ହୃଷିକେଶ ଭୋଇ, କୈଳାସ ପଣ୍ଡା, ଜଗଦାନନ୍ଦ ମିଶ୍ରଙ୍କ ସହିତ ଗତଥର ଧନୁଯାତ୍ରା ମହୋତ୍ସବରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ୍ତ୍ରମୁଗ୍ଧ କରିଥିବା କଂସ ଅଭିନେତା ଭୁବନେଶ୍ବର ପ୍ରଧାନଙ୍କ ସମେତ ୨୩ ଜଣ କଳାକାର କଂସ ଅଭିନୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପାତ୍ରମନ୍ତ୍ରୀ ଅଭିନୟ ପାଇଁ ୪୨ ଜଣ କଳାକାର ନାମାଙ୍କନ ପତ୍ର ଦାଖଲ କରିଥିଲେ।


ସେପଟେ ଧନୁଯାତ୍ରା ମହୋତ୍ସବ ପାଇଁ ଚଳଚଞ୍ଚଳ ହେଲାଣି ମଥୁରା ନଗରୀ ବରଗଡ଼ ସହର। ଆସନ୍ତା ଡିସେମ୍ବର ୨୭ ରୁ ଜାନୁଆରୀ ୬ ତାରିଖ ଯାଏ ଅନୁଷ୍ଠିତ ହେବ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା। ଏବର୍ଷ ଧନୁଯାତ୍ରା ମହୋତ୍ସବରେ କିଏ କଂସ ମହାରାଜା ହେବ ଓ କିଏ ପାତ୍ରମନ୍ତ୍ରୀ ହେବେ ତାକୁ ନେଇ ଏବେଠୁ କଳାକାରମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା। 
୧୮ରୁ ୬୦ ବର୍ଷ ବୟସ ହୋଇଥିବା କଳାକାରମାନେ କଂସ ଅଭିନୟ ପାଇଁ ଆବେଦନ କରିବାକୁ ଧନୁଯାତ୍ରା ମହୋତ୍ସବ ସମିତି ନିଷ୍ପତ୍ତି କରିଛି। 


ଜଣେ କଳାକାର ମୁକ୍ତାକାଶ ରଞ୍ଚମଞ୍ଚ ପାଇଁ ୨ଟି ଭୂମିକା ପାଇଁ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଏହାପରେ କିଏ ଏବର୍ଷ ମହାରାଜା କଂସ ଓ ହାତୀ କେଉଁ କଳାକାରଙ୍କ ମୁଣ୍ଡରେ ସୁନା କଳସ ଢାଳିବ ତାହା ସ୍ପଷ୍ଟ ହେବ। ତେବେ ଆଜି ମାଁ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିନବ ଭାବେ ଅଭିନେତା ଭୁବନେଶ୍ବର ପ୍ରଧାନଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ କଳାକାରଙ୍କ ଭିତରେ ଛନକା ସୃଷ୍ଟି କରିଛି ।