ବ୍ରହ୍ମପୁର: ଗଞ୍ଜାମର ଗୋଳନ୍ଥରା ଥାନା ନିକଟରେ ମମର୍ନ୍ତୁଦ ସଡକ ଦୁର୍ଘଟଣା । ମୋଟର ସାଇକେଲକୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ସୁନପୁର ଶାଖା ମ୍ୟାନେଜର ଭଗବାନ ସାହୁଙ୍କ ମୃତ୍ୟୁ ହେବାର ସୂଚନା ମିଳିଛ ।


COMMERCIAL BREAK
SCROLL TO CONTINUE READING

ମିଳିତ ସୂଚନା ମୁତାବକ, ତାଙ୍କୁ ୫୪ ବର୍ଷ ହୋଇଥିଲା । ଆଜି ଅର୍ଥାତ ଶନିବାର ସୁନପୁର ଶାଖା ବ୍ୟାଙ୍କର ମ୍ୟାନେଜର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ବ୍ୟାଙ୍କରୁ ଫେରିବା ବେଳେ ଦୁଃର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ପଛରେ ବସିଥିବା ବିଦାୟୀ ମ୍ୟାନେଜର ମହେନ୍ଦ୍ର ତ୍ରିପାଠୀ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି ।


ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହକୁ ଜବତ କରିଛି । ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲରେ ପଠାଯାଇଛି ।