ରାଧେଶ୍ୟମ ଆଚାର୍ଯ୍ୟ,ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀ ମୁହାଣରେ ଆରମ୍ବ ହୋଇଛି କଇଁଛଙ୍କ ସଙ୍ଗମ ପକ୍ରିୟା। ବିସ୍ତୀର୍ଣ୍ଣ ଜଳ ରାଶିରେ ହଜାର ହଜାର କଇଁଛ ଦଳ ଦଳ ହୋଇ ବୁଲୁଥିବା ବେଳେ ଗଣ ଅଣ୍ଡାଦାନ ପୂର୍ବରୁ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ଆରମ୍ବ ହୋଇଛି ଜିଓ ଟ୍ୟାଗିଂ (Geo Tagging) ପକ୍ରିୟା। ରାଜ୍ୟ ଜଙ୍ଗଲ-ଭୂବିଜ୍ଞାନ ବିଭାଗ ମିଳିତ ଆନୁକୁଲ୍ୟରେ ଅଲିଭ ରିଡଲେ କଇଁଛଙ୍କ (Olive Ridley Turtle) ଟ୍ୟାଗିଂ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

Alson Read: ଓଡିଶାକୁ ମୁହଁମୋଡି ଦେଲେ ଅଲିଭ ରିଡଲେ, ଅଣ୍ଡାଦେବାକୁ ଚାଲିଯାଉଛନ୍ତି ଶ୍ରୀଲଙ୍କା-ମିଆଁମାର


 


ଦୀର୍ଘ ୨୫ ବର୍ଷ ପରେ ଏହି ଟ୍ୟାଗିଂ ପକ୍ରିୟା କାର୍ଯ୍ୟକାରୀ ହେଉଛି। ୧୯୯୪-୯୬ ମସିହାରେ ୮ ହଜାର କଇଁଛଙ୍କ ଟ୍ୟାଗିଂ କରାଯାଇଥିଲା। ହେଲେ ଏଥର ୩୦ ହଜାର କଇଁଛଙ୍କ ଜିପିଏସ ଟ୍ୟାଗିଂ (GPS Tagging) କରାଯିବ। ଏଥିଲାଗି ସ୍ବତନ୍ତ୍ର ଟିମ ନିୟୋଜିତ ହୋଇଛି। ପ୍ରଥମ ଦିନରେ ୬ଟି କଇଁଛଙ୍କ ଜିଓ ଟ୍ୟାଗିଂ କରାଯାଇଛି। ଏହା କରାଯିବା ଦ୍ବାରା କେତେ ସଂଖ୍ୟକ କଇଁଛ ସଙ୍ଗମ ପାଇଁ  ଆସିଛନ୍ତି, ଗଣ ଅଣ୍ଡା ଦାନ ସମୟରେ ତାଙ୍କର ଗତିବିଧି ଉପରେ ନଜର ରଖାଯିବ ବୋଲି ବନ ବିଭାଗ କହିଛି।