ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ୧୭ତମ କରାଟେ ମାର୍ଶାଲ ଆର୍ଟସ୍ ଅନ୍ତର୍ଜାତୀୟ ଚାମ୍ପିଅନସିପ୍ ପ୍ରତିଯୋଗିତା  ବିଶାଖପାଟଣାରେ ଆୟୋଜିତରେ ହୋଇଛି । ଏହି ପ୍ରତିଯୋଗିତାରେ ଓଡ଼ିଆ ଝିଅ ରୌପ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ଗଞ୍ଜାମର ଚିକିଟି ଅଞ୍ଚଳର ଝିଅ ତେଜୀୟାନ ତେଜସ୍ୱିନୀ ଏହି ରୌପ୍ୟ ପଦକ ହାସଲ କରିଛନ୍ତି  ।  ଏହା ଦେଶ, ରାଜ୍ୟ ତଥା ଜିଲ୍ଲା ପାଇଁ ଏକ ଗୌରବର ବିଷୟ ନିଶ୍ଚିତ ।   


COMMERCIAL BREAK
SCROLL TO CONTINUE READING

ତେଜସ୍ୱିନୀ ଇଂଲଣ୍ଡ, ଜାପାନ, ନେପାଳୀ ଖେଳାଳିଙ୍କୁ ଚକମା ଦେଇ ପ୍ରଥମ ଥର ପାଇଁ ଚିକିଟି ନାମକୁ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବା ସହ ଦେଶ ଓ ରାଜ୍ୟର ନାମକୁ ଗୌରବାନ୍ୱିତ କରିଛନ୍ତି  । ଏହା  ତେଜସ୍ୱୀଙ୍କ କଠିନ ପରିଶ୍ରମର ଫଳ, ଯେଉଁଥି ପାଇଁ ସେ ଆଜି ଏହି ଗୌରବ ହାସଲ କରିବାରେ ସଫଳ ହୋଇଛନ୍ତି । 


ସରକାରଙ୍କ ବେଟି ବଞ୍ଚାଅ, ବେଟି ପଢ଼ାଅ କାର୍ଯ୍ୟ ପାଇଁ ଏକ ସଫଳ ଉଦାହରଣ ହେଉଛି ତେଜସ୍ୱିନୀ । ଆଗକୁ ବିଶ୍ଵ ସ୍ତରରେ ଖେଳିବାକୁ ଆଶା ରଖିଥିବା କହିଛନ୍ତି ତେଜସ୍ୱିନୀ । ଜିଲ୍ଲାରୁ ପ୍ରଥମ ଥର ପାଇଁ 14-15 ବର୍ଷ ବୟସର ପ୍ରତିଯୋଗିତାରେ  45 କିଲୋ ବର୍ଗରେ ମାର୍ସାଲ ଆର୍ଟସ୍ ବର୍ଗରେ ନୂଆ ଅଧ୍ୟାୟ ସୃଷ୍ଟି କରି ରୌପ୍ୟ ପଦକ ହାସଲ କରିଛନ୍ତି ସେ । ସେ କଳିଙ୍ଗ ଫାଇଟ ସ୍କୁଲ ଓ ମାଉଣ୍ଟ ଲିଟର ଜୀ ସ୍କୁଲ ଛାତ୍ରୀ । ତେଜସ୍ଵିନୀଙ୍କ ସଫଳତାକୁ ନେଇ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଛି ।