Dhamnagar Odisha bypoll results 2022: ଭୁବନେଶ୍ୱର: ଧାମନଗର ଉପନିର୍ବାଚନର ଫଳାଫଳ ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ। ଗଣତି ଜାରି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ପାଖାପାଖି ୧୫ ରାଉଣ୍ଡ ଗଣତି ଶେଷ ହୋଇଛି। ଆରମ୍ଭରୁ ବିଜେଡ଼ି ପ୍ରାର୍ଥିନୀ ଅବନ୍ତି ଦାସଙ୍କୁ ପଛରେ ପକାଇ ଆସୁଛନ୍ତି ବିଜେପିର ସୂରଜ ସୂର୍ଯ୍ୟବଂଶୀ। କେବଳ ଦଶମ ରାଉଣ୍ଡରେ ସୂରଜଙ୍କୁ ପଛରେ ପକାଇଥିଲେ ଅବନ୍ତି। କିନ୍ତୁ ପୁନର୍ବାର ସୂରଜ ଆଗୁଆ ରହି ବିଜୟର ଦ୍ୱାରଦେଶରେ ପହଞ୍ଚିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୧୪ ରାଉଣ୍ଡ ଗଣତି ଶେଷ ହୋଇଥିଲା। ଏଥିରେ ସୂରଜଙ୍କୁ ମୋଟ ୬୩୦୩୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡ଼ିର ଅବନ୍ତୀ ଦାସ ୫୫୩୭୦ ଖଣ୍ଡ ଭୋଟ ପାଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନା ଯୋଗ୍ୟ ତିନୋଟି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସହିତ ମୋଟ ୫ ଜଣ ପ୍ରାର୍ଥି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ବିଜେଡ଼ି ପକ୍ଷରୁ ଅବନ୍ତି ଦାସ ପ୍ରାର୍ଥି ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ ବାବା ହରେକୃଷ୍ଣ ସେଠୀ ପ୍ରାର୍ଥୀ ହୋଇଥିଲେ। ସେହିପରି ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସ ସ୍ୱାଧୀନ ପ୍ରାର୍ଥି ଭାବେ ନିର୍ବାଚନ ଲଢିଥିଲେ।