6412 Villages Of Odisha Are Deprived Of Road Connectivity: ଏକ ରିପୋର୍ଟ ଅନୁଯାୟୀ ଓଡିଶାର ମୋଟ ୬୪୧୨ ଗ୍ରାମ ସଡକ ସଂଯୋଗରୁ ବଞ୍ଚିତ ହୋଇଛି। ଏହା ମଧ୍ୟରୁ ୮୪୮ ଗାଁ କେବଳ କୋରାପୁଟ ଜିଲ୍ଲାରେ ଅବସ୍ଥିତ ରହିଛି। ଏନେଇ ମିଳିଥିବା ଖବର ଅନୁଯାୟୀ କେନ୍ଦ୍ର ସରକାରଙ୍କ ସହିତ ଓଡ଼ିଶା ସରକାର ମିଳିତ ଭାବେ ଏହି ଗ୍ରାମରେ ଯାତାୟତ ଯୋଗ୍ୟ ରାସ୍ତା ନିର୍ମାଣ ପାଇଁ ଯୋଜନା କରୁଛନ୍ତି। ହେଲେ ପରିତାପର ବିଷୟ ଦେଶ ସ୍ୱାଧୀନ ହେବାକୁ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଦେଶର ବିଭିନ୍ନ ଅଞ୍ଚଳରେ ଯାତାୟତ ଯୋଗ୍ୟ ରାସ୍ତାର ଅଭାବ ରହିଛି।


COMMERCIAL BREAK
SCROLL TO CONTINUE READING

ରାଜ୍ୟର କୋରାପୁଟ ଜିଲ୍ଲା ଏହାର ଏକ ପ୍ରମୁଖ ଉଦାହରଣ। ରାଜନେତା ତଥା ସରକାରୀ କର୍ମଚାରୀଙ୍କ କାରଣରୁ ଜିଲ୍ଲାର ଅନେକ ସ୍ଥାନରେ ରାସ୍ତା ନିର୍ମାଣ କରାଯାଇ ପାରୁନାହିଁ। ରାସ୍ତା ଅଭାବରୁ ଜିଲ୍ଲା ବାସିନ୍ଦା ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଅନେକ କଲ୍ୟାଣମୂଳକ ପ୍ରକଳ୍ପରୁ ବଞ୍ଚିତ ହୋଇଛନ୍ତି। ଏଭଳି ପରିସ୍ଥିତିର ସୁଯୋଗ ନେଇ ପଡୋଶୀ ରାଜ୍ୟ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ସହ କୋରାପୁଟ ବାସିନ୍ଦାଙ୍କୁ ପ୍ରଲୋଭିତ କରି ଓଡିଶା ଜମିରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଏହି କାରଣରୁ ଆନ୍ତ ରାଜ୍ୟ ସୀମା ବିବାଦ ବଢିବାରେ ଲାଗିଛି।


ଆନ୍ଧ୍ର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଏବଂ ଅଧିକାରୀ ନିୟମିତ ବ୍ୟବଧାନରେ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତକୁ ବାସିନ୍ଦାଙ୍କୁ ଭେଟୁଛନ୍ତି। ନଗଡା ଗ୍ରାମରେ ପୁଷ୍ଟିହୀନତା ହେତୁ ଶିଶୁ ମୃତ୍ୟୁ ସହିତ ଅବସ୍ଥା ଆହୁରି ବିଗିଡି ଯାଇଛି। ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ରାସ୍ତା ଅଭାବରୁ ଗ୍ରାମବାସୀ କଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଗ୍ରାମ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ (ସଡକ ଯୋଜନା) ସମସ୍ତ ଅଧୀକ୍ଷକ ତଥା କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଏହି ଘଟଣାର ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ରାସ୍ତା ନଥିବା ସମସ୍ତ ଅଞ୍ଚଳକୁ ଚିହ୍ନଟ କରିବାକୁ ମୁଖ୍ୟ ଯନ୍ତ୍ରୀ ତାଙ୍କ ଅଧସ୍ତନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଜିଲ୍ଲାର ମୁଖ୍ୟ ରାସ୍ତାରୁ ବିଭିନ୍ନ ଗ୍ରାମର ଦୂରତା ଜାଣିବା ପାଇଁ ଯନ୍ତ୍ରୀଙ୍କୁ କୁହାଯାଇଛି। ସମସ୍ତ ଦୁର୍ଗମ ଅଞ୍ଚଳରେ ରାସ୍ତା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।


କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଉପରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ମୁଖ୍ୟ ଯନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଯାହା ମାଧ୍ୟମରେ ଦେଶରେ ରାସ୍ତା ନଥିବା ଅଞ୍ଚଳରେ ସଡ଼କ ସଂଯୋଗ ଯୋଗାଇବାକୁ ଲକ୍ଷ୍ୟ ରଖିଛି। ଗୋଟିଏ ଅଞ୍ଚଳକୁ ସେତେବେଳେ ବିକଶିତ ବୋଲି କୁହାଯିବ ଯେତେବେଳେ ସେହି ଅଞ୍ଚଳ କୌଣସି ରାସ୍ତା ଦ୍ୱାରା ଯୋଡ଼ି ହୋଇଥିବ। କୌଣସି ଅଞ୍ଚଳ ଥରେ ଏକ ନିର୍ଦ୍ଦିଷ୍ଟ ରାଜ୍ୟର ଅନ୍ୟ ଅଂଶ ସହିତ ସଂଯୋଗ କରୁଥିବା ଏକ ରାସ୍ତା ନିର୍ମାଣ ହୋଇଗଲେ, ଅନ୍ୟାନ୍ୟ କ୍ଷେତ୍ର ମଧ୍ୟ ବିକଶିତ ହୋଇଯାଏ।


ରାଜ୍ୟରେ ସଡ଼କ ସଂଯୋଗ ଉପରେ ରିପୋର୍ଟ ପ୍ରକାଶ ପାଇବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବେଳେ ଏହି ରିପୋର୍ଟ ସାମ୍ନାକୁ ଆସିଥିଲା। କୋରାପୁଟ ବ୍ୟତୀତ କଳାହାଣ୍ଡିରେ ୭୨୩, ବାଲେଶ୍ୱରରେ ୪୦୧, ରାୟଗଡରେ ୩୩୦, ସମ୍ବଲପୁରରେ ୩୫୭, ଅନୁଗୋଳରେ ୩୨୫, ବଲାଙ୍ଗୀରରେ ୨୦୨, ବରଗଡରେ ୨୦୮, ଭଦ୍ରକରେ ୧୩୦, ବୌଦ୍ଧରେ ୭୫, କଟକରେ ୧୫୪, ଢେଙ୍କାନାଳରେ ୩୦୬, ଗଜପତିରେ ୨୧୨, ଗଞ୍ଜାମରେ ୧୬୦, ଜଗତସିଂହପୁରରେ ୧୨୨, ଯାଜପୁରରେ ୨୪, ଝାରସୁଗୁଡାରେ ୮୨, କନ୍ଧମାଳରେ ୨୦୭, କେନ୍ଦ୍ରାପଡ଼ାରେ ୫୭, ଖୋର୍ଦ୍ଧାରେ ୧୨୦, ମାଲକାନଗିରିରେ ୧୮୩, ମୟୂରଭଞ୍ଜରେ ୧୮୮, ନୟାଗଡ଼ରେ ୧୯୮,  ନବରଙ୍ଗପୁରରେ ୮୫, ପୁରୀରେ ୨୭୯, ସୋନପୁରରେ ୪୫ ଏବଂ ସୁନ୍ଦରଗଡରେ ୧୬୮ ଗ୍ରାମ ସଡ଼କ ସଂଯୋଗରୁ ବଞ୍ଚିତ ହୋଇଛି।


ଗତ ୨୦୧୯ ଜୁନରେ ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ୨୦୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯୋଡ଼ିବାକୁ ପ୍ରତିଶୃତି ଦେଇଥିଲା। ତଥାପି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଗାଁ ଗଣ୍ଡା ଏବଂ ବାସସ୍ଥାନ ସଂଯୋଗ ଅଭାବରୁ ସମସ୍ୟା ଭୋଗୁଛନ୍ତି। ବିଭାଗୀୟ ଅଧିକାରୀ କହିଛନ୍ତି ଯେ ଅନେକ ବସ୍ତିରେ ସଡ଼କ ନଥିବା ସତ୍ତ୍ୱେ ସେମାନଙ୍କୁ ଶୀଘ୍ର ରାଜ୍ୟର ଅନ୍ୟ ଅଞ୍ଚଳ ସହିତ ଯୋଡ଼ିବାକୁ ଉଦ୍ୟମ କରାଯାଉଛି।