ଭୁବନେଶ୍ୱର: ରାଜ୍ୟରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି କୋରୋନା ସଂକ୍ରମିତ(COVID-19 Positive)ଙ୍କ ସଂଖ୍ୟା । ଏହାସହ ବଢ଼ିବାରେ ଲାଗିଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ଅନ୍ୟପଟେ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହେବା ସଂଖ୍ୟାରେ କ୍ରମାଗତ ସୁଧାର ଆସୁଛି । ଏହି କ୍ରମରେ ଆଜି(ମଙ୍ଗଳବାର) ରାଜ୍ୟରେ ପୁଣି ୧୫୩୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୫,୩୧୪ ସଂକ୍ରମିତ ଏହି ମହାମାରୀ ଭୂତାଣୁ((Coronavirus)କୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ସୂଚନା ପ୍ରଦାନ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ସମ୍ବିତ ପାତ୍ରଙ୍କ ବିରୋଧରେ ରୁଜୁ ହେଲା ୩୯ଟି ମାମଲା, ଜାଣନ୍ତୁ କ'ଣ ପାଇଁ...


ସୂଚନାଯୋଗ୍ୟ, ଆଜି ଖୋର୍ଦ୍ଧାରୁ ୨୮୭ ଜଣ, ସୁନ୍ଦରଗଡରୁ ୧୭୮ ଜଣ, ଗଞ୍ଜାମରୁ ୧୫୬ ଜଣ, କନ୍ଧମାଳରୁ ୧୦୫ ଜଣ, ପୁରୀରୁ ୯୬ ଜଣ, କଟକରୁ ୮୪ ଜଣ,  କୋରାପୁଟରୁ ୭୩ ଜଣ, ବରଗଡରୁ ୭୦ ଜଣ, ନୟାଗଡରୁ ୬୩ ଜଣ, ମାଲକାନଗିରିରୁ ୫୮ ଜଣ, ବାଲେଶ୍ୱରରୁ ୫୨ ଜଣ, କଳାହାଣ୍ଡିରୁ ୪୭ ଜଣ, ଭଦ୍ରକରୁ ୪୨ ଜଣ, ଯାଜପୁରରୁ ୩୯ ଜଣ, ଗଜପତିରୁ ୨୭ ଜଣ, କେନ୍ଦ୍ରାପଡାରୁ ୨୦ ଜଣ, ସମ୍ବଲପୁରରୁ ୨୦ ଜଣ, ଝାରସୁଗୁଡାରୁ ୧୯ ଜଣ, ମୟୂରଭଞ୍ଜରୁ ୧୭ ଜଣ, କେନ୍ଦୁଝରରୁ ୧୭ ଜଣ, ଢେଙ୍କାନାଳରୁ ୧୫ ଜଣ, ରାୟଗଡାରୁ ୧୪ ଜଣ, ନବରଙ୍ଗପୁରରୁ ୧୩ ଜଣ, ବଲାଙ୍ଗୀରରୁ ୭ ଜଣ, ବୌଦ୍ଧରୁ ୭ ଜଣ, ଜଗତସିଂପୁରରୁ ୬ ଜଣ, ନୂଆପଡାରୁ ୨ ଜଣ ଏବଂ ସୁବର୍ଣ୍ଣପୁରରୁ ଜଣେ ସଂକ୍ରମିତ ସୁସ୍ଥ ଲାଭ କରିଛନ୍ତି ।




ଅଧିକ ପଢ଼ନ୍ତୁ:-ପିଏମ କେୟାର୍ସ ଫଣ୍ଡ: ଜାଣନ୍ତୁ କେତେ ଟଙ୍କା ହୋଇଛି ଜମା, କେଉଁଠାରେ ହୋଇଛି ଖର୍ଚ୍ଚ


ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୬୪,୫୩୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୬୨ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୪୩,୭୮୦ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୦,୩୩୮ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।