ଭୁବନେଶ୍ୱର: ଭୁବନେଶ୍ୱରରୁ ନିଖୋଜ ବଙ୍ଗୀୟ ଏରୋସ୍ପେସ ଇଂଜିନିୟରିଂ ଛାତ୍ରୀଙ୍କ ପତ୍ତା ମିଳିଛି। ସ୍ୱିଟିଙ୍କୁ ପଶ୍ଚିମବଙ୍ଗରେ ଠାବ କରାଯାଇଛି। ମୋବାଇଲ ଟ୍ରାକିଂ ଓ ସିସିଟିଭି ଫୁଟେଜ ଯାଞ୍ଚ ବେଳେ ସ୍ୱିଟିଙ୍କୁ ତାଙ୍କର ଜଣେ ପୁରୁଷବନ୍ଧୁଙ୍କ ସହ ଦେଖାଯାଇଥିଲା। ତେବେ ସେ କିପରି ଭୁବନେଶ୍ୱରରୁ ପଞ୍ଚିମବଙ୍ଗ ଗଲେ ତାହା ତଦନ୍ତ ପରେ ଜଣାପଡିବ ବୋଲି ରେଳବାଇ ପୋଲିସ କହିଛି।


COMMERCIAL BREAK
SCROLL TO CONTINUE READING

ରେଳବାଇ ପୋଲିସର ସୂଚନାନୁସାରେ, ସ୍ୱିଟି ଓ ତାଙ୍କ ପୁରୁଷବନ୍ଧୁ ପଶ୍ଚିମବଙ୍ଗର ଚିତ୍ତପୁର ଟାଉନ ଅଞ୍ଚଳରେ ଅଛନ୍ତି। ତଦନ୍ତ ବେଳେ ସ୍ୱିଟିଙ୍କ ମୋବାଇଲ ଟ୍ରାକିଂ କରାଯିବା ସହ ବିଭିନ୍ନ ରେଳ ଷ୍ଟେସନର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚବେଳେ ହାୱଡା ଷ୍ଟେସନରେ ସ୍ୱିଟି ସହ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କୁ ଶୁକ୍ରବାର ରାତିରେ ଉଦ୍ଧାର ପାଇଁ ପୋଲିସ ପ୍ରୟାସ କରିଛି।


Also Read: ଭୁବନେଶ୍ୱର ରେଳଷ୍ଟେସନରୁ ଏରୋସ୍ପେସ ଇଂଜିନିୟରିଂ ଛାତ୍ରୀ ନିଖୋଜ


ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ସ୍ୱିଟିଙ୍କୁ ଅପହରଣ କରାଯାଇଥିବା ଭଳି ଲାଗୁନାହିଁ। କିନ୍ତୁ ସେ କିପରି ଭୁବନେଶ୍ୱର ଆସି ପୁଣି ଥରେ ହାୱାଡା ଫେରି ଗଲେ? ନା ସେ ହାୱଡାରୁ ଭୁବନେଶ୍ୱର ଆସିନାହାନ୍ତି ଆଉ ତାଙ୍କ ମାଆଙ୍କୁ ମିଛ କହିଛନ୍ତି? ସ୍ୱିଟି ସହ ଥିବା ପୁରୁଷବନ୍ଧୁ କିଏ? ଯଦି ସ୍ୱିଟି ଘରେ ମିଛ କହିଛନ୍ତି ତେବେ କାହିଁକି? ଏହା କୌଣସ ପ୍ରେମ ଜନିତ ମାମଲା ନୁହଁ ତ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ଯାହାର ଉତ୍ତର କେବଳ ସ୍ୱିଟି ନିଜେ ଦେଇପାରିବେ।


ଅଭିଯୋଗ ମୁତାବକ, ବୁଧବାର ରାତିରୁ ୨୦ ବର୍ଷୀୟ ଇଂଜିନିୟରିଂ ଛାତ୍ରୀ ସ୍ୱିଟି ନିଖୋଜ ହୋଇଥିଲେ। ପଶ୍ଚମବଙ୍ଗର ଉତ୍ତର ୨୪ ପରଗନାସର ସ୍ୱିଟି, ଖଣ୍ଡଗିରିର ଏକ ଘରୋଇ ଏରୋସ୍ପେସ ଇଂଜିନିୟରିଂ କଲେଜରେ ପଢୁଥିଲେ। ସ୍ୱିଟି ବୁଧବାର ସକାଳେ ଜନ ସତାବ୍ଦି ଏକ୍ସପ୍ରେସରେ ଭୁବନେଶ୍ୱରକୁ ଆସିଥିଲେ। ରାତି ଆଠଟାରେ ଭୁବନେଶ୍ୱର ପହଞ୍ଚି ଛଅ ନମ୍ବର ପ୍ଲାଟଫର୍ମରେ ଥିବା ତାଙ୍କ ମାଆକୁ ଫୋନ କରି ଜଣାଇଥିଲେ। କିନ୍ତୁ କାହାର ଅଧଘଣ୍ଟା ପରେ ସ୍ୱିଟିଙ୍କ ମୋବାଇଲ ସୁଇଚ ଅଫ ହୋଇଯାଇଥିଲା।


Also Read: Sex before marriage: ବିବାହ ପୂର୍ବରୁ ଯୌନସମ୍ପର୍କ ରଖିବା ଉଚିତ କି? ପୋପ୍ ଦେଲେ ଏମିତି ଉତ୍ତର


ତାଙ୍କ ମାଆ କହିଛନ୍ତି ଯେ, ସ୍ୱିଟି ଭୁବନେଶ୍ୱର ପହଞ୍ଚିବା ପରଠୁ ତାଙ୍କର ମୋବାଇଲ ସୁଇଚ ଅଫ ଦେଖାଇଥିଲା। ସେ କଲେଜ ହଷ୍ଟେଲ ମଧ୍ୟ ପହଞ୍ଚିନଥିଲେ। ତେଣୁ ସନ୍ଦେହ କରି ତାଙ୍କ ସ୍ଥାନୀୟ ଅଭିଭାବକ ସୁରେଶ ପଣ୍ଡା ପ୍ରଥମେ ନୟାପଲ୍ଲି ଥାନା ଓ ପରେ ଭୁବନେଶ୍ୱର ଜିଆରପି ଥାନାରେ ସ୍ୱିଟିଙ୍କ ନିଖୋଜ ରିପୋର୍ଟ ଲାଖାଇଥିଲେ। ସ୍ୱିଟିଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ପରିବାର ଲୋକ ସନ୍ଦେହ କରୁଛନ୍ତି।