Fire Breaks out at Pen Hospital In Bhubaneswar: ସୋମବାର ଭୁବନେଶ୍ୱରସ୍ଥିତ ପେନ୍ ହସ୍ପିଟାଲ୍ ନାମକ ଏକ ଅଫିସ୍ ଷ୍ଟେସନାରୀ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଯାଇଛି। ନିଆଁ ଲାଗିଥିବା  ଦୋକାନ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଅବସ୍ଥିତ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡି ନ ଥିବାବେଳେ, ହେଲେ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ନିଆଁ ସମଗ୍ର ଦୋକାନକୁ ବ୍ୟାପି ଯାଇଥିଲା। କାରଣ ଦୋକାନରେ ଜ୍ୱଳନଶୀଳ ସାମଗ୍ରୀ ରହିଥିବାର କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ (Fire Brigade)। ନିଆଁକୁ ଆୟତ୍ତ କରିବା ପାଇଁ ଦୁଇଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲା। ଯଦିଓ ଅଗ୍ନିକାଣ୍ଡ କାରଣରୁ କେହି ଆହତ ହୋଇନାହାଁନ୍ତି, ହେଲେ ତଥାପି ଅଗ୍ନିକାଣ୍ଡ କାରଣରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବାର ଜଣାପଡ଼ିଛି।


ନିଆଁ ଲାଗିଥିବା ଦୋକାନରେ ଷ୍ଟାପଲର, ପଞ୍ଚିଂ ମେସିନ୍, ଷ୍ଟିକି ଟେପ୍, କଞ୍ଚା, କଇଁଚି, କାଲକୁଲେଟର, ଟେପ୍ ଡିସପେନସର୍, ଡେସ୍କ ପରିଷ୍କାର, ପେନ୍ କପ୍, ନୋଟ୍ ଧାରକ, କାଗଜ କ୍ଲିପ୍, ଆବର୍ଜନା ବାଲ୍ଟି, ଇଙ୍କି କାର୍ଟ୍ରିଜ୍, ଟୋନର, ମୁଦ୍ରଣ କାଗଜ, ଫଟୋଗ୍ରାଫି କାଗଜପତ୍ର, କାର୍ଡ ଧାରକ, ଫାଇଲ, ଫୋଲ୍ଡର, ଅକ୍ଷର ଧାରକ, ଡକ୍ୟୁମେଣ୍ଟ ଧାରକ, କାଗଜ ଟ୍ରେ, ଏନଭଲପ, ନୋଟବୁକ୍, ତାର ବନ୍ଧା ନୋଟବୁକ୍, ଲେଖା ପ୍ୟାଡ୍, ପର୍ସନାଲ ଅର୍ଗାନାଇଜର୍ସ, ବଲପଏଣ୍ଟ ପେନ୍, ହାଇଲାଇଟର ପେନ, ପେନସିଲ, ପୋରସ୍ ପଏଣ୍ଟ ପେନ୍, ରୋଲରବଲ୍ ପେନ୍, ହାଇଲାଇଟ୍ ପେନ୍ ମାର୍କର ଏବଂ ଆହୁରି ଅନେକ ସାମଗ୍ରୀ ରହିଥିବାର କୁହାଯାଉଛି।


ଅଗ୍ନିକାଣ୍ଡ ପରେ ମାଷ୍ଟର କ୍ୟାଣ୍ଟିନ ଛକରେ (Master Canteen Square) ବଡ ଧରଣର ଟ୍ରାଫିକ ଜାମ ହୋଇଥିଲା। ମାଷ୍ଟର କ୍ୟାଣ୍ଟିନ ଛକ ଭୁବନେଶ୍ୱର ସହରର (Bhubaneswar Town) ଅନ୍ୟତମ ପ୍ରମୁଖ ସ୍ଥାନ ହୋଇଥିବାରୁ ଅନେକ ଲୋକ ଅଗ୍ନିକାଣ୍ଡ ପାଇଁ ସେମାନଙ୍କ ଗାଡି ଅଟକାଇ ରହିଥିଲେ। ଯଥାଶୀଘ୍ର ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲା। ଯାହା ଦ୍ୱାରା ଅଗ୍ନିକାଣ୍ଡ ଯେ ପରି ଅନ୍ୟ ଦୋକାନକୁ ବ୍ୟାପି ପାରିବ ନାହିଁ।