ବିଜେଡ଼ି ଜାରି କଲା ମୁଖପାତ୍ର ପ୍ୟାନେଲିଷ୍ଟଙ୍କ ନାମ, ଚନ୍ଦ୍ରାଣୀଙ୍କୁ ମିଳିଲା ଏହି ଦାୟିତ୍ୱ
ବିଜୁ ଜନତା ଦଳ (Biju Janata dal) ବା ବିଜେଡ଼ି (BJD) ଆଜି ଜାତୀୟ ମୁଖପାତ୍ର ଓ ପ୍ୟାନେଲିଷ୍ଟଙ୍କ ନାମ ଘୋଷଣା କରିଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ (Naveen Patnaik) ଅନୁମୋଦନ କ୍ରମେ ଏହି ତାଲିକା ପ୍ରକାଶ ପାଇଛି । ଜାତୀୟ ମୁଖପାତ୍ର (National Spokes Person) ତାଲିକାରେ ରାଜ୍ୟସଭା ଉପାଧ୍ୟକ୍ଷ ଡଃ ସସ୍ମିତ ପାତ୍ରଙ୍କୁ ସ୍ଥାନ ମିଳିଛି ।
ନୂଆଦିଲ୍ଲୀ: ବିଜୁ ଜନତା ଦଳ (Biju Janata dal) ବା ବିଜେଡ଼ି (BJD) ଆଜି ଜାତୀୟ ମୁଖପାତ୍ର ଓ ପ୍ୟାନେଲିଷ୍ଟଙ୍କ ନାମ ଘୋଷଣା କରିଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ (Naveen Patnaik) ଅନୁମୋଦନ କ୍ରମେ ଏହି ତାଲିକା ପ୍ରକାଶ ପାଇଛି । ଜାତୀୟ ମୁଖପାତ୍ର (National Spokes Person) ତାଲିକାରେ ରାଜ୍ୟସଭା ଉପାଧ୍ୟକ୍ଷ ଡଃ ସସ୍ମିତ ପାତ୍ରଙ୍କୁ ସ୍ଥାନ ମିଳିଛି ।
ସେହିପରି ଏହି ତାଲିକାରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଡଃ ଅମର ପଟ୍ଟନାୟକ, କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ, ପିନାକୀ ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ ରହିଛନ୍ତି । ସେହିପରି ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶ ଚନ୍ଦ୍ର ମାଝୀ, ସ୍ନେହାଙ୍ଗିନୀ ଛୁରିଆ, ଡଃ ବ୍ୟୋମକେଶ ରାୟ, ଡଃ ରାଶେସ୍ୱରୀ ପାଣିଗ୍ରାହୀ, କସ୍ତୁରି ମହାପାତ୍ର, ଅନୁଭବ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଡଃ. ଲେନିନ ମହାନ୍ତି, ସଞ୍ଜୟ ବାବୁ, ସୁଲତା ଦେଓ, ଶ୍ରୀମୟୀ ସ୍ୱେତାସ୍ନିଗ୍ଧା ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାଶ, ଡଃ ହରିଶ ଚୌଧୂରୀଙ୍କୁ ରାଜ୍ୟସ୍ତରୀୟ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି ।
ସେହିପରି ପ୍ୟାନେଲିଷ୍ଟ ତାଲିକାରେ ଚନ୍ଦ୍ରାଣୀ ମୁର୍ମୁଙ୍କ ନାଁରେ ମୋହର ମରାଯାଇଛି । ଚନ୍ଦ୍ରାଣୀଙ୍କ ସହିତ ପ୍ରିୟବ୍ରତ ମାଝୀ, ଚକ୍ରଧର ଦାଶ, ଓମ ପ୍ରକାଶ ସାହୁ, ମଧୁସ୍ମିତା ନାୟକ, ଇପ୍ସିତା ସାହୁ, ଜ୍ୟୋତ୍ସ୍ନାମୟୀ ପରିଡ଼ା, ସୋଫିଆ ଆଲାମ, ତୁମ୍ବନାଥ ପଣ୍ଡା, ପ୍ରସନ୍ନ କୁମାର ସାହୁ, ଅମିତ ମଲ୍ଲିକ, ଛବି ମାହାଲି, ମିନାକ୍ଷୀ ମିଶ୍ର ଓ ଶ୍ରୁତି ନନ୍ଦଙ୍କୁ ପ୍ୟାନେଲିଷ୍ଟ ଭାବେ ଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।