Blackmail Case Update: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଛି । ବ୍ଲାକମେଲିଂ ମାମଲାରେ କମିଶନରେଟ ପୋଲିସ (Commissionerate Police) ଆଜି ବିଳମ୍ବିତ ରାତିରେ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଥିଲା । ଏହାପରେ କମିଶନରେଟ ପୋଲିସ ଆଜି ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ SDJM କୋର୍ଟରେ ହାଜର କରାଇଥିଲା । ଅର୍ଚ୍ଚନାଙ୍କ ଗିରଫର ୧୫ ଦିନ ପରେ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରଯାଇଛି ।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ କହିରଖୁଛୁ ଯେ କମିଶନରେଟ ପୋଲିସର ଏକ ସ୍ପେଶାଲ ଟିମ ଗତକାଲି ରାତିରେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା । ଏହାପରେ ଆଜି ତାଙ୍କୁ ଗିରଫ କରଯାଇଛି । ସୂଚନା ଅନୁସାରେ ଜଗବନ୍ଧୁଙ୍କ ବିରୋଧରେ ପୋଲିସ ୧୬ଟି ଦଫା ଲଗାଇଛି । ଯେଉଁ ସବୁ ଦଫା ଅର୍ଚ୍ଚନାଙ୍କ ନାମରେ ଲାଗିଛି ସେହି ଦଫା ଗୁଡିକ ମଧ୍ୟ ଜଗବନ୍ଧୁଙ୍କ ବିରୋଧରେ ଲାଗିଥିବା ଜଣାପଡ଼ଛି ।


କହିରଖୁଛୁ ଯେ କିଛି ଦିନ ହେବ ଅର୍ଚ୍ଚନା ନାଗଙ୍କ ନାମ ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି । ବ୍ଲାକମେଲିଂ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ବର୍ତ୍ତମାନ ଝାରପଡା ଜେଲରେ ଅଛନ୍ତି । କିଛିଦିନ ତଳେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ତାଙ୍କର ଜାମିନ ଆବେଦନର ଶୁଣାଣୀ ହୋଇଥିଲା । କିନ୍ତୁ ଏସଡିଜେଏମ କୋର୍ଟ ତାଙ୍କ ଜାମିନକୁ ନାମଂଜୁର କରିଛନ୍ତି । ତେବେ ଅର୍ଚ୍ଚନାଙ୍କ ନାମରେ ଆଇଟି ଆକ୍ଟ ସମେତ ୧୬ଟି ସଙ୍ଗୀନ ଦଫା ଲାଗିଥିବା କୁହାଯାଉଛି ।


ସୁରକ୍ଷା ଦୃଷ୍ଟିରୁ ଦ୍ୱତୀୟ ଥର ପାଇଁ ଅର୍ଚ୍ଚନା ନାଗଙ୍କୁ ଭିଡିଓ କନଫରେନସିଂ ଜରିଆରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା ଏସଡିଜେଏମ କୋର୍ଟରେ ଶୁଣାଣୀ ସମୟରେ ଅର୍ଚ୍ଚନା କାନ୍ଦି ପକାଇଥିଲେ ଜଣାପଡିଛି । ସେପଟେ ମାମଲାର ତଦନ୍ତରେ EDକୁ ସାମିଲ କରିବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ ହୋଇଛି । ଏହାରି ମଧ୍ୟରେ ନ୍ୟାୟିକ ହେପାଜତରେ ଥିବା ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଖବର ସାମନାକୁ ଆସୁଛି ।


କହିରଖୁଛୁ ଯେ ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଓ ଚର୍ଚ୍ଚାକୁ ଭିତ୍ତି କରି ଭାରତୀୟ ବିକାଶ ପରିଷଦ ଦାବି କରିଛି ଯେ, ଅର୍ଚ୍ଚନା ନାଗଙ୍କ କେଳେଙ୍କାରୀରେ ଶାସକ ଦଳର ୮୦ରୁ ଊର୍ଦ୍ଧ୍ୱ ବିଧାୟକଙ୍କ ସମ୍ପୃକ୍ତି ରହିଛି । ଅର୍ଚ୍ଚନା ବେଆଇନ ଭାବେ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି । ଓ ବ୍ଲାକମେଲିଂ କରି ବିଳାସମୟ ଜୀବନଯାପନ କରୁଥିଲେ । 


ତେବେ ଘଟଣାକୁ ଚାପିଦେବାକୁ ପୋଲିସ ଉପରେ ପ୍ରବଳ ଚାପ ଥିବା କେତେକ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶିତ ହେଉଛି । ବର୍ତ୍ତମାନ ବ୍ଲାକମେଲିଂ ମାମଲାରେ ଗିରଫ ହୋଇଥିବା ଦମ୍ପତିଙ୍କ ମାମଲାର ଦିଗ କୁଆଡେ ଯାଉଛି ତାହା ଆଗାମୀ ଦିନରେ ଜଣାପଡିବ ।


ଏହା ବି ପଢ଼ନ୍ତୁ: Ballistic Missile: ଅଗ୍ନି ପ୍ରାଇମ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ବାଲେଶ୍ୱରରୁ ସଫଳତାର ସହ ପରୀକ୍ଷଣ କଲା DRDO, ଜାଣନ୍ତୁ ଏହାର ବିଶେଷତ୍ୱ