ଭୁବନେଶ୍ୱର: କୋଟିଆ ପାଇଁ ହାତ ଖୋଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ (Chief Minister) ନବୀନ ପଟ୍ଟନାୟକ (Naveen Patnaik) । ବିଭିନ୍ନ ପ୍ରକାର ଉନ୍ନୟନମୂଳକ ପ୍ରକଳ୍ପର (Development Work ) ଶୁଭ ଉଦଘାଟନ କରିବା ସହିତ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । କୋଟିଆ (Kotia) ଲୋକଙ୍କୁ ମନାଇବା ପାଇଁ ସ୍ୱାସ୍ଥ୍ୟଠାରୁ (Health Sector) ଆରମ୍ଭ କରି ଶିକ୍ଷା (Education Sector) ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଆଜି ଏକାଧିକ ବିକାଶମୂଳକ (Development Work) ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କୋଟିଆରେ ୧୦ ଶଯ୍ୟା ବିଶିଷ୍ଟ ହସପିଟାଲ, ସବ ସେଣ୍ଟର, ଅଫିସର କ୍ଲଷ୍ଟର ଗୃହ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ ସରକାରୀ ବାସଗୃହ, ମାଡକର ଗାଁକୁ ରାସ୍ତା, ସରକାରୀ ଆଶ୍ରମ ହାଇସ୍କୁଲର ଅତିରିକ୍ତ ଶ୍ରେଣୀଗୃହର ଶୁଭ ଉଦଘାଟନ କରିଛନ୍ତି। ଭିଡ଼ିଓ କନଫରେନସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ୧.୨୩ ଲକ୍ଷ ବ୍ୟକ୍ତିଙ୍କ ଭବିଷ୍ୟନିଧି ଆକାଉଣ୍ଟରେ ୬୨,୫୦୦ କୋଟି ଟଙ୍କା ଜମାରାଶି


ମୋଟ ୧୫୦ କୋଟି ଟଙ୍କାର ବ୍ୟୟରେ ଏହି ସବୁ ଉନ୍ନୟନ ମୂଳକ କାର୍ଯ୍ୟର ହେବ । ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ମୁଁ କୋଟିଆ ଆସିବି । ଆପଣ ମାନଙ୍କୁ ଭେଟିବି । ଆପଣ ମାନଙ୍କର ସୁଖଦୁଃଖ ସବୁ ବୁଝିବି । ଓଡ଼ିଆ ଆମ ଭାଷା । ଓଡ଼ିଶା ଆମ ମା'। ଆମେ ଏକ ବୋଲି ଆଜି କୋଟିଆବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । 


ଅଧିକ ପଢନ୍ତୁ: ରାଜସ୍ଥାନରେ ଆଜି ଶକ୍ତି ପ୍ରଦର୍ଶନ କରିବେ ସଚିନ


ସେପଟେ ଓଡ଼ିଶା ହାତରୁ କୋଟିଆ ଖସି ଯାଉଥିବା ବେଳେ ଏବେ ଏହାକୁ ନିଜ ଅକ୍ତିଆରରେ ରଖିବା ପାଇଁ ଓଡ଼ିଶା ସରକାର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ପୂର୍ବରୁ କୋଟିଆକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି । ସେ ସୀମା ବିବାଦ ହେଉ ଅବା ଅନୁପ୍ରବେଶ । କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ପଡ଼ୋଶୀ ଆନ୍ଧ୍ର ପ୍ରାଣପଣେ ଉଦ୍ୟମ ଜାରି ରଖିଛି । ଚଳିତ ମାସ ୧୩ ଓ ୧୭ ତାରିଖରେ କୋଟିଆ ସୀମାନ୍ତ ତଳଗଞ୍ଜେଇପଦର, ଫାଟୁସିନେରି ଓ ଫଗୁଣସିନେରୀରେ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏପରିକି ନାମାଙ୍କନ ପତ୍ର ମଧ୍ୟ ଅକ୍ତିଆର କରିଛି । ସେପଟେ ଓଡ଼ିଶା ହାତରୁ କୋଟିଆ ଖସି ଯାଉଥିବା ବେଳେ ଏବେ ଏହାକୁ ନିଜ ଅକ୍ତିଆରରେ ରଖିବା ପାଇଁ ଓଡ଼ିଶା ସରକାର ପ୍ରୟାସ ଆରମ୍ଭ କରିଦେଇଛନ୍ତି ।