Diwali 2022:  ଆସନ୍ତାକାଲି ଦୀପାବଳି । ଦୀପାବଳୀ ପାଇଁ ଚାରିଆଡେ ଉତ୍ସବର ମାହୋଲ । ଗତ ଦୁଇ ବର୍ଷ ହେଲା କୋଭିଡ କଟକଣା ହେତୁ ଦୀପାବଳି ଫିକା ପଡ଼ିଥିଲା । ଏଣୁ ଚଳିତ ବର୍ଷ ଦୀପାବଳି ପର୍ବକୁ ପାଳନ ପାଇଁ ରାଜଧାନୀ ବାସୀ ଚାହିଁ ବାସିଥିବା ବେଳେ କମିଶନରେଟ ପୋଲିସ ଆଣିଛି ନୂଆ ନିୟମ। ଯାହାକୁ ନେଇ ସବୁଠି ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।


COMMERCIAL BREAK
SCROLL TO CONTINUE READING

ଦୀପାବଳୀ ପାଇଁ ରାଜଧନୀର ବିଭିନ୍ନ ବାଣ ବଜାରରେ ପ୍ରସ୍ତୁତ ହେଲାଣି ।  ଦୀପାବଳି ରାତି ୮ଟାରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ କମିଶନରେଟ ପୋଲିସ କରିଛି ନୂଆ ନିୟମ। ଦୀପାବଳୀର  ପୂର୍ବରୁ,ପରେ ବାଣ ଫୁଟାଇଲେ ଦେବାକୁ ପଡ଼ିବ ମୋଟ ଅଙ୍କର ଜୋରିମାନା। କୋରୋନା ପ୍ରକୋପ କମିଥିବାରୁ ଧୁମଧାମରେ ଦୀପାବଳି ପାଳିବାକୁ ଲୋକେ ଅପେକ୍ଷା କରି ରହିଛନ୍ତି । ବେପାରୀ ମଧ ବାଣ ବିକ୍ରି କରି କିଛି ରୋଜଗାର କରିବାକୁ ଆଶା ବାନ୍ଧିଛନ୍ତି । ଏହି ସମୟରେ କମିସନରେଟ ପୋଲିସ କଟକ ଓ ଭୁବନେଶ୍ୱରରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛି । ଦୀପାବଳି ଦିନ ମାତ୍ର ୨ ଘଂଟା ବାଣ ଫୁଟାଇବାକୁ ଅନୁମତି ଦେଇଛି କମିଶନରେଟ ପୋଲିସ।  ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇ ପାରିବେ ରାଜଧାନୀବାସୀ।


ଏହାବି ପଢନ୍ତୁ : ଅର୍ଚ୍ଚନା ଓ ଧର୍ମେନ୍ଦ୍ର ସାହୁ ହତ୍ୟା ଘଟଣାରେ ମଞ୍ଜିକୁ ଧରିଲା ବିରୋଧୀ, ସରକାର ଛାନିଆ


ଏହାବି ପଢନ୍ତୁ :ପୁନରୁଦ୍ଧାର ହେବ ଶୁକ-ପାଇକା ନଦୀ, ଖର୍ଚ୍ଚ ହେବ ୪୯.୬୭ କୋଟି


ସେହିପରି ବାଣ ବିକ୍ରି ପାଇଁ କମିସନରେଟ ପୋଲିସ ପକ୍ଷରୁ ରାଜଧାନୀର ୩୦ଟି ଖୋଲାସ୍ଥାନ ଚିହ୍ନଟ କରାଯାଇଛି । କେବଳ ସ୍ୱୀକୃତିପ୍ରାସ୍ତ ବ୍ୟବସାୟୀ ବାଣ ବିକ୍ରି କରିପାରିବେ । ଚିହ୍ନଟ ସ୍ଥାନ ଛଡା ଅନ୍ୟ କେଉଁଠି ବାଣ ବିକ୍ରି ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହାଛଡା ଅନଲାଇନ ବାଣ ବିକ୍ରି ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ବେଆଇନ ବାଣ କାରବାର ଉପରେ ଚଢାଉ କରି ଦୁଇ ଦିନରେ ୫୦ ଲକ୍ଷ ଟଙ୍କାର ବାଣ ଜବତ କରିଛି କମିଶନରେଟ ପୋଲିସ । ଦୀପାବଳି ମଉକାରେ କିଛି ଅସାଧୁ ବେପାରୀ ବେଆଇନ ବାଣ ବିକ୍ରି ପାଇଁ ପସରା ମେଲିଛନ୍ତି । ଗୋଟିଏ ପଟେ ବାଣ ବଜାର ଉପରେ କଟକଣା ଓ ଅନ୍ୟପଟେ ରହିଛି ବର୍ଷାର ଭୟ । ଦୀପାବଳୀ ସମୟରେ ବର୍ଷା ଆସୁଥିବା ଖବର ଶୁଣି, ଲୋକେ ବାଣ ବଜାରରୁ ମୁହଁ ଫେରାଇ ନେଉଛନ୍ତି । ତେବେ ୧୨୫ ଡେସିବିଲରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ବାଣ ବିକିଲେ ବନ୍ଧା ହେବେ ବ୍ୟବସାୟୀ। ଏଥିପାଇଁ କମିଶନରେଟ ପୋଲିସ ଏକ ସ୍ୱତନ୍ତ୍ର ଟିମ କରି ଚଢାଉ ଜାରି ରଖିଛି। ତେବେ ଭୁବନେଶ୍ୱରରେ 2 ଘଣ୍ଟା ବାଣ ଫୁଟାଇବା କଟକଣାକୁ କିଛି ରାଜଧାନୀ ବାସୀ ମଧ୍ୟ ସ୍ୱାଗତ କରିଛନ୍ତି।ତେବେ ଏହାରି ଭିତରେ ଦେଖିବାକୁ ବାକି ରହିଲା ଚଳିତ ବର୍ଷ ନା ନା ପ୍ରତିବନ୍ଧକ ସତେ ଦୀପାବଳୀ କିପରି ପାଳୁଛନ୍ତି ରାଜଧାନୀ ବାସୀ। 


ଦେବବ୍ରତ ରାୟ ,ଭୁବନେଶ୍ୱର