Tara Prasad Bahinipati News In Odia: ଇତି ମଧ୍ୟରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ମାସେ ବିତିବାକୁ ବସିଲାଣି । ହେଲେ ହତ୍ୟାର କାରଣ ଖୋଜି ପାଉନି କ୍ରାଇମବ୍ରାଞ୍ଚ।  ଅଭିଯୁକ୍ତ ଗୋପାଳ ଦାସକୁ ନିଜ ହେପାଜତରେ ନେଇଥିଲେ ବି ନବ ଦାସକୁ କାହିକି ମାରିଲା ଗୋପାଳ ତାହା ଏବେ ଯାଏଁ ସ୍ପଷ୍ଟ ହୋଇପାରିନି । ସେପଟେ ବିଧାନସଭାରେ ବାରମ୍ବାର ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠି ତମ୍ବିତୋଫାନ ଚାଲିଛି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ସହ ସାଂଘାତିକ ଅଭିଯୋଗ ଆଣୁଛନ୍ତି କଂଗ୍ରେସ ଓ ବିଜେପି। କଂଗ୍ରେସ  ବିଧାୟକ ତାରା ପ୍ରସାଦ ବାହିନୀପତି ଆଜି ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଥିଲେ ଯେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ହେଉଛି ପ୍ଲାନଡ଼ ମର୍ଡର । 


COMMERCIAL BREAK
SCROLL TO CONTINUE READING

ସେପଟେ କେବଳ ଯେ କଂଗ୍ରେସ ତାହା ନୁହେଁ ବିଜେପି ମଧ୍ୟ ସମାନ ଅଭିଯୋଗ ଆଣୁଛି। ଏହାସହ ବିଜେପି ସିବିଆଇ ତଦନ୍ତ ଦାବି କରୁଥିବା ବେଳେ କଂଗ୍ରେସ ଏସଆଇଟି ତଦନ୍ତ ହେଉ ବୋଲି ଦାବି କରୁଛି । ସେହିପରି ଗୃହରେ ଯାହା ସରକାର ଉତ୍ତର ରଖୁଛନ୍ତି, କ୍ରାଇମବ୍ରାଞ୍ଚର (Crime Branch) ତଦନ୍ତ ହେଉଛି ତାହା ଲୋକଙ୍କ ମନକୁ ପାଉନି । ଗୋପାଳ କେବଳ ପାଗଳ କି ନୁହେଁ ତାହା ତଦନ୍ତ ହେଉଛି କିନ୍ତୁ ସେ କାହିଁକି ମାରିଲା ତାହା ବି ତଦନ୍ତ ହେଉ ବୋଲି କଂଗ୍ରେସ କହିଛି । ଏହାସହ ବିଧାନସଭାରେ ସଠିକ୍ ତଥ୍ୟ ଉପସ୍ଥାପନ ସହ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ତାରା ପ୍ରସାଦ ବାହିନୀପତି।


ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା (Santosh Singh Saluja) କହିଛନ୍ତି ଯେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ମାସେ ପୂରିବ । କିନ୍ତୁ କ୍ରାଇମବ୍ରାଞ୍ଚ କୌଣସି ଟେର ପାଉନି । କ୍ରାଇମବ୍ରାଞ୍ଚ ଉପରେ ଆଉ ଭରସା ନାହିଁ । କାହିଁକି ହତ୍ୟା ହୋଇଛି ରାଜନୈତିକ ଉଦ୍ଦେଶ୍ୟ ନା ବ୍ୟବସାୟିକ ହତ୍ୟା ତାହା ସ୍ପଷ୍ଟ ହୋଇପାରୁନି । ମୃତ୍ୟୁ ଦିନ ନବ ଦାସଙ୍କ ଚିତା ଜଳୁଥିବା ବେଳେ ନବ ଦାସଙ୍କ କକା କହିଥିଲେ ଯେ ଏହା ହାଇ ଲେବଲ ଷଡ଼ଯନ୍ତ୍ର। ଏପରିକି ସରକାର ଅର୍ଥାତ ରାଜସ୍ୱ ମନ୍ତ୍ରୀ ମଧ୍ୟ କହିଛନ୍ତି ଷଡ଼ଯନ୍ତ୍ର ହୋଇଛି । କାନ କଥାକୁହା ହିସାବରେ ଭଟଲି ବିଧାୟକ ସୁଶାନ୍ତ ସିଂ ଓ ମନ୍ତ୍ରୀ ନବ ଦାସ ଙ୍କ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଚାଲିଛି । ତେଣୁ ନବ ଦାସଙ୍କ ହତ୍ୟାକାଣ୍ଡରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରଯାଉ ବୋଲି ଦାବି କରିଛନ୍ତି ସାଲୁଜା ।


ହେଲେ କିଛିଦିନ ତଳେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର (Jay Narayan Mishra) କହିଥିଲେ ଯେ, 5T ସଚିବ ଭିକେ ପାଣ୍ଡିଆନ ଓ ବବି ଦାସଙ୍କ ଫୋନରେ ନବ ଦାସ ମର୍ଡର ପ୍ଲାନର ସବୁ ତଥ୍ୟ ଲୁଚିଛି । ତାଙ୍କ ଫୋନ ଖେଳାଇଲେ ସବୁ କିଛି ସତ ଜଣାପଡ଼ିବ ବୋଲି ସେ କହିଥିଲେ । ବିଜେଟ ଅଧିବେଶନ ପୂର୍ବରୁ ମଧ୍ୟ ବିରୋଧୀ କଂଗ୍ରେସ ଓ ବିଜେପି ନବ ଦାସ ହତ୍ୟା କଥା ନେଇ ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡିଥିଲେ।  


Also Read:  ପୋଲିସ ବାବୁଙ୍କ ଉପରେ ରହିଛି ୫୦ ଲକ୍ଷ ଟଙ୍କାର ବକେୟା ରାଶି, ମାଡ଼ି ବସିଛନ୍ତି ସରକାରୀ କ୍ୱାର୍ଟର !


Also Read: Gold Mines In Odisha: ଓଡ଼ିଶାର ଏହି ୩ ଜିଲ୍ଲାରେ ମିଳିଲା ସୁନା ଖଣି, ରାଜ୍ୟ ସରକାର ଦେଲେ ସୂଚନା