Coronavirus Update : ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଚତୁର୍ଥ ଲହରର ଆଭାସ ପରଠାରୁ ରାଜ୍ୟରେ ସର୍ବାଧିକ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଛି। ଗତ ତିନି ଦିନ ଦୈନିକ କୋରୋନା ସଂକ୍ରମଣ ୧୦୦ ଉପରେ ରହୁଥିବା ବେଳେ ଶୁକ୍ରବାର ତାହା ୨୦୦ ଟପିଛି। ବର୍ତ୍ତମାନ ରାଜ୍ୟରେ ପାର୍ବଣ ଚାଲିଥିବା ବେଳେ ଏହି ପଜିଟିଭ୍ ହାର ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି।


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ୨୪ ଘଣ୍ଟାରେ ୧୭ ଜିଲ୍ଲାରୁ ଆଉ ୨୦୪ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ମମଲାରେ ଲୋକାଲ କେସ୍ ୮୫ ଥିବାବେଳେ କ୍ୱାରେଣ୍ଟେିନରୁ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୮ ଜଣ ଅଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୮୬ ଓ କଟକରୁ ୩୮ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ସୁନ୍ଦରଗଡରୁ ୧୮, ବାଲେଶ୍ୱରରୁ ୮,  ମୟୂରଭଞ୍ଜ ଓ ପୁରୀରୁ ୫ ଜଣ ଲେଖାଏ ନୂଆ କୋରୋନା ପିଜିଟିଭ୍ ବାହାରିଛନ୍ତି। 


Also Read: ଆମେରିକା ଅଭିମୁଖେ ଓଡ଼ିଆ ସିନେ ତାରକା, ସବ୍ୟ ସେୟାର କଲେ ବିମାନ ଭିତର ଭିଡିଓ


ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଦିନକରେ ୬୧ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ୧୨୮୯୯୬୧ଟି କୋରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ ୮୭୨ଟି ଆକ୍ଟିଭ୍ କେସ ରହିଛି। ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୨୬ରେ ସ୍ଥିର ରହିଛି, ଯାହା ସମସ୍ତଙ୍କ ପାଇଁ ଏକ ଖୁସି ଖବର। ଅନ୍ୟପଟେ ଦୁଇ ଦିନ ତଳେ ୬ ଜିଲ୍ଲା କୋରୋନା ମୁକ୍ତ ଥିଲା। କିନ୍ତୁ ଏହି ସଂଖ୍ୟା ଏବେ ୪କୁ ପହଞ୍ଚିଛି। ନବରଙ୍ଗପୁର, କନ୍ଧମାଳ, ଗଜପତି ଓ ଗଞ୍ଜାମରେ କୌଣସି ଆକ୍ଟିଭ୍ କେସ ନାହିଁ।


ଅନ୍ୟପଟେ, ରାଜଧାନୀ ଭୁବନେଶ୍ୱରରେ ବିଏମସି ପକ୍ଷରୁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟର ସର୍ବାଧିକ ସକ୍ରୀୟ କୋରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲା ବା ଭୁବନେଶ୍ୱରରେ ଅଛନ୍ତି। ଦୈନିକ ସଂକ୍ରାମକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେଣୁ ମହାମାରୀର ଭୟାବହତାକୁ ନଜରରେ ରଖି ସମସ୍ତଙ୍କ ସୁରକ୍ଷା ପାଇଁ ବିଏମସି ଏହି ନିଷ୍ପତ୍ତି।