ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: କୋରୋନା ମହାମାରୀ (Corona Pandemic)ସମୟରେ କଟକଣା ମଧ୍ଯରେ କିଭଳି ବିଧାନସଭା (Odisha Assembly)ଶୀତ ଅଧିବେଶନ (Winter Session)ଆୟୋଜନ କରିବା ନେଇ ସମସ୍ତ ବିରୋଧି ଦଳଙ୍କ ସହ କଥା ହେବାକୁ ଚଳିତ ମାସ ୧୮ ତାରିଖ ବୁଧବାର ସର୍ବଦଳୀୟ ବୈଠକ (All Party Meeting) ଡକାଯାଇଛି। 


COMMERCIAL BREAK
SCROLL TO CONTINUE READING

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ (Speaker Surya Patra)ଅଧ୍ଯକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବା ସହ କିଭଳି ସୁରୁଖୁରୁରେ ବିଧାନସଭା କାର୍ଯ୍ୟ ପରିଚାଳନା କରାଯିବ ସେ ନେଇ ଯୋଜନା କରାଯାଇଛି। ମୁଖ୍ଯତଃ ଏହି ଅଧିବେଶନରେ ଗୃହ ଭିତରେ ତାରକା ପ୍ରଶ୍ନ (Star Question)ଉପରେ ଆଲୋଚନା ହେବ ନା ନାହିଁ ସେ ନେଇ ମତାମତ ନିଆଯିବ। ଏହାସହିତ ୨ ନବ ନିର୍ବାଚତ ବିଧାୟକ ମଧ୍ଯ ସେଦିନ ଶପଥ ନେବାର କାର୍ଯ୍ଯକ୍ରମ ରହିଛି। 


ଗୋଟିଏ ପ୍ରସଙ୍ଗରେ ଦୁଇଦିନ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଅନୁମତି ମିଳିବ ନାହିଁ। ଏଥିସହିତ ବରିଷ୍ଠ ବିଧାୟକ କିମ୍ବା ମନ୍ତ୍ରୀ ସେମାନଙ୍କ ବାସଗୃହ ଓ ଅଫିସ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରହି ଡିଜିଟାଲ ମାଧ୍ଯମରେ ଗୃହ କାର୍ଯ୍ୟରେ ଯୋଡି ହୋଇପାରିବେ। ଏହାସହିତ ଶୀତ ଅଧିବେଶନରେ ପ୍ରଥମ ଥର ପାଇଁ ଡିଜିଟାଲ (Assembly Digital Session)ପଦ୍ଧତିରେ ବିଭିନ୍ନ କାର୍ଯ୍ୟ କରିବାକୁ ଯୋଜନା କରାଯାଇଛି। ବିଧାନସଭା ପରିସରକୁ ସମ୍ପୂର୍ଣ ୱାଇଫାଇ (WiFi Campus)କରାଯିବା ସହ କର୍ମଚାରୀଙ୍କୁ ଟ୍ଯାବ (Tablet)ଏବଂ କମ୍ପ୍ୟୁଟର (Computer)ଯୋଗାଇ ଦିଆଯାଇଛି। 


ବିଭିନ୍ନ ବିଭାଗରୁ ବାଚସ୍ପତି କିମ୍ବା ବିଧାନସଭା ସଚିବଙ୍କ ପାଖକୁ ଯାହା ଫାଇଲ ଆସିବ ତାହା ଅନଲାଇନରେ ଡିଜିଟାଲ ଫର୍ମାଟରେ (Online Digital Format)ଆସିବ ବୋଲି ବାଚସ୍ପତି କହିଛନ୍ତି। ଏହାସହିତ ସମସ୍ତ ବିଧାୟକ (MLA)ତଥା ବିଧାନସଭାରେ ପ୍ରବେଶ କରୁଥିବା ସମସ୍ତ କର୍ମଚାରୀ, ସାମ୍ବାଦିକ ତଥା ସମସ୍ତଙ୍କର କୋଭିଡ୧୯ (Covid19 Test)ପରୀକ୍ଷା କରାଯିବ। ଯାହାର କୋରୋନା ରିପୋର୍ଟ ନେଗେଟିଭ (Negetive Corona Report)ଆସିବ ସେମାନଙ୍କୁ ବିଧାନସଭା ପ୍ରବେଶ ଅନୁମତି ମିଳିବ ବୋଲି କୁହାଯାଇଛି। 


ଏପରିକି ସାମ୍ବାଦିକଙ୍କ ପ୍ରବେଶ କ୍ଷେତ୍ରରେ ମଧ୍ଯ କଟକଣାକୁ ସାମାନ୍ଯ କୋହଳ କରାଯାଇଛି। ଯେହେତୁ ଅଧିବେଶନ ଲମ୍ବା ଅବଧିର ରହିଛି ସେଥିପାଇଁ କୌଣସି ସାମ୍ବାଦିକଙ୍କର କିଛି ଅସୁବିଧା ହେଲେ ସମ୍ପୃକ୍ତ ସଂସ୍ଥାର ଅନ୍ଯ ଜଣେ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ମିଳିବ। ହେଲେ ତାଙ୍କର ମଧ୍ଯ କୋରୋନା ପରୀକ୍ଷା କରାଯିବ। ଅନ୍ଯପକ୍ଷରେ ବିରୋଧିଙ୍କ କହିବା କଥା ବିଧାନସଭାରେ ପ୍ରଶ୍ନକାଳର ନିହାତି ଆବଶ୍ଯକତା ରହିଛି। ନଚେତ ବିଧାନସଭା ଚଳାଇବାର କିଛି ମାନେ ନାହିଁ ବୋଲି ବିରୋଧିଙ୍କ ପକ୍ଷରୁ କୁହାଯାଇଛି। 


ନିଜ ଅଞ୍ଚଳର ସମସ୍ଯା ଉପସ୍ଥାପନ କରିବେ ବିଧାୟକ। ସଂସଦୀଯ଼ ଢାଞ୍ଚାକୁ ଦେଖି ଗତଥ ବାଚସ୍ପତି ଏହା କଲେନି ହେଲେ ଏବେ କୋରୋନା କମିଥିବାରୁ ଅଧିବେଶନ ସମୟ ୫ ଘଣ୍ଟାକୁ ବୃଦ୍ଧି କରାଯାଇ ସମସ୍ତଙ୍କୁ କହିବାର ସୁଯୋଗ ମିଳୁ ବୋଲି ବିରୋଧି ଦଳ ନେତା (Opposition Leader)ପ୍ରଦୀପ୍ତ ନାଏକ (Pradipta Naik)କହିଛନ୍ତି। ଅନ୍ଯପକ୍ଷେ ପ୍ରଶ୍ନତ୍ତୋର କାଳ ନଥିବାରୁ ମନ୍ତ୍ରୀଙ୍କୁ କୌଣସି ପ୍ରଶ୍ନ ସିଧାସଳଖ ପଚାରି ହେଉନାହିଁ। 


ଯାହାଫଳରେ ଅଣତାରକା ପ୍ରଶ୍ନର (Non Star Question)ସଠିକ ଉତ୍ତର ମିଳୁନଥିବା କଂଗ୍ରେସ ବିଧାୟକ (Congress MLA)ସୁରେଶ ରାଉତରାୟ (Suresh Routray)ଅଭିଯୋଗ କରିଛନ୍ତି। ଅନ୍ଯପକ୍ଷେ ଶାସକ ଦଳର କହିବା କଥା କୋରୋନା ସ୍ଥିତିକୁ ଦେଖି ନୀତିନିୟମ କରାଯାଉଛି। ବିରୋଧି ଏକଥାକୁ ବୁଝିବା ସହ ବିଭିନ୍ନ ମାଧ୍ଯମରେ ନିଜ ପ୍ରଶ୍ନ ରଖିପାରିବେ। ଏହାସହିତ ସରକାରୀ ଦଳ ମଧ୍ଯ ବିରୋଧିଙ୍କ କଥାର ସମସ୍ତ ଜବାବ ରଖିବାକୁ ପ୍ରସ୍ତୁତ ବୋଲି ବିଜେଡି ବିଧାୟକ (BJD MLA)ପ୍ରଶାନ୍ତ ଜଗଦ୍ଦେବ (Prashant Jagdev)କହିଛନ୍ତି।