Metro Train news in odia: ଭୁବନେଶ୍ୱର: ଖୁବ ଶୀଘ୍ର ରାଜଧାନୀରେ ମେଟ୍ରୋ ସ୍ୱପ୍ନ ସାକାର ହେବାକୁ ଯାଉଛି। ଖୁବ ଶୀଘ୍ର ରାଜଧାନୀରେ ଗଡ଼ିବ ମେଟ୍ରୋ। ପ୍ରକଳ୍ପକୁ ସାକାର ରୂପ ଦେବା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢୁଛନ୍ତି। ଏଥିପାଇଁ ଓଡ଼ିଶା ରେଳ ଭିତ୍ତିଭୂମୀ ଉନ୍ନୟନ ସଂସ୍ଥା ORIEDLକୁ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ (DMRC) ଏକ ରିପୋର୍ଟ ମାଗିଛି। PR ପ୍ରସ୍ତୁତ ପୂର୍ବରୁ ଭୁବନେଶ୍ୱରକୁ ନେଇ ପ୍ରସ୍ତୁତ ହୋଇଥିବା ବିସ୍ତୃତ ଗମନାଗମନ ଯୋଜନା-CMP ରିପୋର୍ଟ ମାଗିଛି DMRC ।


COMMERCIAL BREAK
SCROLL TO CONTINUE READING

ସେପଟେ ଭୁବନେଶ୍ୱରରେ ରେଳ ପ୍ରକଳ୍ପକୁ ନେଇ DMRC କହିଛି ଯେ ଏହି ରିପୋର୍ଟ ଆସିବା ପରେ ହିଁ ସମ୍ପୂର୍ଣ୍ଣ ପ୍ରୋଜେକ୍ଟ ରିପୋର୍ଟ ବା DPR ପ୍ରସ୍ତୁତ କରାଯାଇପାରିବ। କିନ୍ତୁ ସୂଚନା ଅନୁସାରେ ନଗର ଉନ୍ନୟ ବିଭାଗ ପାଖରେ ଭୁବନେଶ୍ୱରର ସିଏମପି ପ୍ରସ୍ତୁତ ନଥିବା ଜଣାପଡ଼ିଛି। ଫଳରେ ୨୦୧୮ ମସିହାରେ ବିଡିଏ ପ୍ରସ୍ତୁତ କରିଥିବା ରିପୋର୍ଟ ଡିଏମଆରସିକୁ ପ୍ରଦାନ କରାଯିବ ବୋଲି ସୂଚନା ରହିଛି। ଭୁବନେଶ୍ୱରରେ କେଉଁ ପ୍ରକାର ଗାଡ଼ି ଚଳାଚଳର ଯୋଜନା ଅଛି, କେଉଁ ଅଞ୍ଚଳରେ କେତେ ପୁଟ ରାସ୍ତା ଅଛି, ଭବିଷ୍ୟତରେ ଏହାକୁ କେତେ ସଂପ୍ରସାରଣ କରାଯିବ, କେଉଁ ଅଞ୍ଚଳରେ ନୂଆ ରାସ୍ତା ନିର୍ମାଣ କରିବାର ଯୋଜନା ଅଛି, କେଉଁଠି ଭବିଷ୍ୟତରେ ସଂପ୍ରସାରଣ ହେବ, କେତେ ଜମି ଅଛି, ସେଠାରେ କ’ଣ କରିବାର ଯୋଜନା ଅଛି, ଏହାର ବିସ୍ତୃତ ରିପୋର୍ଟ DMRC ମାଗିଥିବା ସୂଚନା ରହିଛି। 


ଏପରିକି ରାଜଧାନୀର ୬୭ଟି ଯାକ ଓ୍ୱାର୍ଡର ନକ୍ସା ମାଗିଛି ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ। ପ୍ରତିଟି ଓ୍ୱାର୍ଡର ଲୋକ ସଂଖ୍ୟା, କେଉଁ ଓ୍ୱାର୍ଡରେ କେତେ ଲୋକ କାମ କରୁଛନ୍ତି, ତାହାର ମଧ୍ୟ ତଥ୍ୟ ମାଗିଛି ଡିଏମଆରସି। ସେହିପରି ଯାତାୟତ ସମ୍ପର୍କିତ ତଥ୍ୟ ମଧ୍ୟ ମାଗିଛି ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ। ରାଜଧାନୀ ଭୁବନେଶ୍ୱରରେ କେଉଁ ରୁଟରେ କେତେ ବସ ଗଡ଼ୁଛି, କେତେ ଲୋକ ପ୍ରତିଦିନ ଯିବା ଆସିବା କରୁଛନ୍ତି, କେତେ ଲୋକ ବସ ଉପରେ ନିର୍ଭରଶୀଳ, ଭବିଷ୍ୟତରେ କେଉଁଠାରେ ମୋ ବସ ଚାଲିବ ଏସବୁର ବିସ୍ତୃତ ରିପୋର୍ଟ ଡିଏମଆରସି ମାଗିଥିବା ଜଣାପଡ଼ିଛି। 


ସେହିପରି ମେଟ୍ରୋ ଚାଲିବାକୁ ଥିବା ରୁଟରେ କେତେ ଟାଉନ ବସ ଚାଲିଛି, ଟାଉନ ବସରେ କେତେ ଲୋକ ଯିବାଆସିବା କରୁଛନ୍ତି, ଆଗକୁ ମେଟ୍ରୋ କେଉଁ ଅଞ୍ଚଳକୁ ସଂପ୍ରସାରିତ ହେବ, ଯେଉଁ ଅଞ୍ଚଳକୁ ସମ୍ପ୍ରସାରିତ ହେବ ସେହି ଅଞ୍ଚଳରେ ସିଟି ବସ ଚାଲୁଛି କି ନାହିଁ, ନିୟମିତ ଭାବେ ସିଟି ବସରେ କେତେ ଲୋକ ଯାତ୍ରା କରୁଛନ୍ତି, କେଉଁ ବସଷ୍ଟାଣ୍ଡରେ କେତେ ଲୋକ ଚଢୁଛନ୍ତି ବା ଓହ୍ଲାଉଛନ୍ତି ସେ ସବୁର ତଥ୍ୟ ମାଗିଛି ଡିଏମଆରସି। 


ସୂଚନାଯୋଗ୍ୟ ଗତ ୧ ତାରିଖରେ ରାଜ୍ୟରେ ମେଟ୍ରୋ ଟ୍ରେନ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଅନୁମୋଦନ ଦେଇଥିଲେ। ଓଡିଶାରେ ମେଟ୍ରୋ ଟ୍ରେନ୍ ଚଳାଇବେ ରାଜ୍ୟ ସରକାର । ଏଥିପାଇଁ ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ନବୀନ।


ଉତ୍କଳ ଦିବସ ଅବସରରେ ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ନବୀନ । ଏନେଇ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ନୂଆ ଓଡିଶା ଗଠନରେ ଏହା ଆଉ ଗୋଟିଏ ପାଦ ।


ବାଣିଜ୍ୟ, ପରିବହନ ବିଭାଗ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା, ଡିପିଆର ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟରୁ କଟକ ନେତାଜୀ ବ୍ରିଜ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚାଲିବ । ବିମାନବନ୍ଦର ଛକରୁ, ଶିଶୁଭବନ ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ ଛକ, ବାଣୀବିହାର ଛକ, ଜୟଦେବ ବିହାର ଦେଇ କଳିଙ୍ଗ ହସ୍ପିଟାଲ ଛକ,ପଟିଆ, ନନ୍ଦନକାନନ ଛକ ଦେଇ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ମେଟ୍ରୋ ଚାଲିବ । ଏଥିପାଇଁ ଏଲିଭେଟ୍ କରିଡର ପ୍ରସ୍ତୁତ କରାଯିବ । ପରବର୍ତ୍ତି ସମୟରେ ଭୁବନେଶ୍ୱରରୁ-ପୁରୀ, ଭୁବନେଶ୍ୱରରୁ- ଖୋର୍ଦ୍ଧାକୁ ମେଟ୍ରୋ ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।


Also Read: ଜାଣିଛନ୍ତି କି ପ୍ରଥମ ଥର କେବେ ପାଳନ ହୋଇଥିଲା ଶ୍ରମିକ ଦିବସ