International Flight Service from Bhubaneswar: ଏଣିକି ରାଜ୍ୟ ରାଜଧାନୀରରୁ ବିଦେଶକୁ ଉଡିବ ବିମାନ। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକ୍ ଅଭିମୁଖେ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି। ଯଥାଶୀଘ୍ର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଚଳାଚଳ ଆରମ୍ଭ ହେବା ନେଇ ଜଣାଇଛନ୍ତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଜଣେ ଅଧିକାରୀ। 


COMMERCIAL BREAK
SCROLL TO CONTINUE READING

ଅନ୍ତର୍ଜାତୀୟ ବିମାନ ସେବା (International Flight Service) କ୍ଷେତ୍ରରେ ଓଡିଶାକୁ (Odisha) ଏକ ଅଗ୍ରଣୀ ରାଜ୍ୟ ଭାବେ ବିକଶିତ କରାଯିବା ଆବଶ୍ୟକ। ଦୁବାଇ (Dubai) ସହିତ ସଂଯୋଗ ହେବା ଓଡିଶା ସମଗ୍ର ପଶ୍ଚିମ ଏସିୟା (Western Asia) ସହ ଯୋଡ଼ିହେବ। ସେହିପରି ସିଙ୍ଗାପୁର ଏବଂ ବ୍ୟାଙ୍କକ୍ (Singapore and Bangkok) ଦ୍ୱାରା ପୂର୍ବ ଏସୀୟା (Eastern Asia) ସହ ଯୋଡ଼ିହେବ ଓଡ଼ିଶା। ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ଦ୍ୱାର ରାଜ୍ୟକୁ ବିଦେଶୀ ପର୍ଯ୍ୟଟକ ଆସିବା ସହ ଆର୍ଥିକ ଲାଭ ମିଳିବ। ଏହା ମଧ୍ୟ ପ୍ରବାସୀ (ଅଣ-ବାସିନ୍ଦା) ଓଡିଆଙ୍କୁ (Non Resident Odia) ଏକ ସୁବିଧାଜନକ ତଥା ସହଜ ଢଙ୍ଗରେ ନିଜ ରାଜ୍ୟକୁ ଆସିବାରେ ସାହାଯ୍ୟ କରିବ ବୋଲି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ (Biju Patnaik International Airport Authority) ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କୁହାଯାଇଛି। 


ଉପଯୁକ୍ତ ବିମାନ ଅପରେଟର ଚୟନ ପାଇଁ ପ୍ରସ୍ତାବ ପାଇଁ ଏକ ଅନୁରୋଧ ପୂର୍ବରୁ ପଠାଯାଇଥିଲା। ଏହା ଆନ୍ତର୍ଜାତୀୟ ବିମାନ ସେବାକୁ ସୁଗମ କରିବ। ଏହି ମାର୍ଗରେ ବିମାନ ଉଡ଼ାଣ କରିବା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ଆବେଦନ କରିଛି। ଯାହାର ଫଳସ୍ୱରୂପ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୮୬ ସିଟ୍ ବିମାନ ଚଳାଚଳ କରିବ ଏବଂ ପ୍ରସ୍ତାବିତ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଖର୍ଚ୍ଚ ବହନ କରିବେ। ଏହାର ପ୍ରତିବଦଳରେ ଟିକେଟ୍ ମାଧ୍ୟମରେ ଉତ୍ପାଦିତ ରାଜସ୍ୱ ରାଜ୍ୟ ସରକାର ଗ୍ରହଣ କରିବେ।