ସୀମା ବିବାଦକୁ ନେଇ ଜାତୀୟସ୍ତରରେ ଗର୍ଜିବ ରାଜ୍ୟ କଂଗ୍ରେସ
କୋରାପୁଟର କୋଟିଆଠାରୁ ଆରମ୍ଭ କରି ଗଜପତି, ମାଲକାନଗିରି, ଗଞ୍ଜାମ ସୀମାରେ ଆନ୍ଧ୍ରର ଦାଦାଗିରି, ବାଲେଶ୍ବରର ଜଳେଶ୍ବର ଭୋଗରାଇ ସୀମାରେ ପଶ୍ଚିମବଙ୍ଗର ଦାଦାଗିରି ସହିତ ନୂଆପଡା ସୀମାରେ ଛତିଶଗଡ଼ ଏବଂ ସେପଟେ ସୁନ୍ଦରଗଡ଼ ସୀମାରେ ମଧ୍ଯ ସମସ୍ଯା ବ୍ଯାପକ ହୋଇଛି ।
ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ସୀମା ବିବାଦରେ ଭିନ୍ନ ମୋଡ । କେବଳ ରାଜ୍ଯ ରାଜନୀତି ନୁହେଁ ଜାତୀୟସ୍ତରରେ ଏ ପ୍ରସଙ୍ଗକୁ ଉଠାଇବାକୁ ଯୋଜନା କରିଛି କଂଗ୍ରେସ । ଆସନ୍ତା ବଜେଟ ଅଧିବେଶନରେ ଓଡିଶାର ସୀମା ବିବାଦ ପ୍ରସଙ୍ଗକୁ ସଂସଦରେ ଉଠାଯିବା ସହ ଉଭୟ କେନ୍ଦ୍ର ଏବଂ ରାଜ୍ଯ ସରକାରଙ୍କୁ ଘେରିବାକୁ ଯୋଜନା କରିଛି କଂଗ୍ରେସ । କୋରାପୁଟର କୋଟିଆଠାରୁ ଆରମ୍ଭ କରି ଗଜପତି, ମାଲକାନଗିରି, ଗଞ୍ଜାମ ସୀମାରେ ଆନ୍ଧ୍ରର ଦାଦାଗିରି, ବାଲେଶ୍ବରର ଜଳେଶ୍ବର ଭୋଗରାଇ ସୀମାରେ ପଶ୍ଚିମବଙ୍ଗର ଦାଦାଗିରି ସହିତ ନୂଆପଡା ସୀମାରେ ଛତିଶଗଡ଼ ଏବଂ ସେପଟେ ସୁନ୍ଦରଗଡ଼ ସୀମାରେ ମଧ୍ଯ ସମସ୍ଯା ବ୍ଯାପକ ହୋଇଛି ।
ଏପରିକି ଓଡିଶା (Odisha ) ର ସୀମାବର୍ତ୍ତୀ ଅଞ୍ଚଳର ଲୋକମାନେ ମଧ୍ଯ ପଡୋଶୀ ରାଜ୍ଯ ପ୍ରତି ବିଶେଷ ଭାବେ ଆକର୍ଷିତ ହେଉଥିବାରୁ ସମସ୍ଯା ଆହୁରି ତୀବ୍ର ହୋଇଛି। ଏ ସବୁ ପ୍ରସଙ୍ଗର ସମାଧାନ କରିବା ବଦଳରେ କେବଳ ଏହାକୁ ରାଜନୈତିକ ମୁଦ୍ଦା କରାଯାଉଥିବା କଂଗ୍ରେସ (Congress) ଅଭିଯୋଗ କରିଛି। ତେଣୁ ଏ ପ୍ରସଙ୍ଗରେ ସଂସଦ (Parliament) ରେ କଥା ଉଠାଇବାକୁ ଯୋଜନା ହୋଇଥିବା କହିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ( Congress mp Saptagiri Ulaka)
Also Read: ବଜେଟ୍ ଅଧିବେଶନ: ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବେ ବିରୋଧୀ
ଅନ୍ଯପକ୍ଷରେ ବିଜେଡି (BJD) ମଧ୍ଯ ସୀମା ବିବାଦ ପ୍ରସଙ୍ଗକୁ ସଂସଦରେ ଉଠାଇବ ବୋଲି ଯୋଜନା କରିଛି। ଓଡିଶାର ସୀମାରେ ପଡୋଶୀଙ୍କ ଅଯଥା ହସ୍ତକ୍ଷେପକୁ ସହ୍ଯ କରାଯିବ ନାହିଁ ବରଂ ଓଡିଶା ତାର ସୀମାରୁ କାହାକୁ ଇଞ୍ଚେ ବି ଦେବ ନାହିଁ ବୋଲି ବିଜେଡି ସାଂସଦ ମୁନା ଖାଁ (Bjd Mp Munna khan) କହିଛନ୍ତି। ଅନ୍ଯପକ୍ଷରେ ସୀମା ବିବାଦ ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛି ବିଜେପି (Bjp) । ଦୀର୍ଘବର୍ଷ ଶାସନରେ ଥାଇ ମଧ୍ଯ ବିଜେଡି ସୀମାଞ୍ଚଳରେ ଥିବା ଲୋକଙ୍କ ପାଇଁ କୌଣସି ବି ଉନ୍ନତିମୂଳକ ପଦକ୍ଷେପ କିମ୍ବା ଆତ୍ମୀୟତା ଦେଖାଇ ନାହାଁନ୍ତି।
Also Read: ଟିକା ନେବାପରେ ନୂଆପଡ଼ା ଯୁବକଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା...
ଏପରିକି ପଡୋଶୀ ରାଜ୍ଯ ଗୁଡିକଠାରୁ ସୀମାନ୍ତ ଲୋକମାନେ ବିଭିନ୍ନ ସୁବିଧା ସୁଯୋଗ ପାଉଥିବାରୁ ଲୋକେ ଆକର୍ଷିତ ହେଉଛନ୍ତି। ଏପରିକି ସେଠାକାର ଶିକ୍ଷା, ସ୍ବାସ୍ଥ୍ଯ , ଗମନାଗମନ ଏବଂ ସରକାରୀ ସୁବିଧା ପ୍ରତି ମଧ୍ଯ ସରକାରଙ୍କ ଧ୍ଯାନ ନାହିଁ। ତେଣୁ ଏବେ ଖାଲି ସୀମାକୁ ନେଇ ଲୋକଦେଖାଣିଆ ଭାବେ ଆନ୍ତରିକତା ଦେଖାଯାଉଥିବାବେଳେ ପ୍ରକୃତରେ ସେ ପ୍ରତି ସରକାରଙ୍କ ନିଘା ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର (General Secretary Golak Mohapatra)
Edited: Zee Odisha Desk