Lady SI Bhubaneswar: ରାତି ଅଧରେ ମହିଳା ଏସଆଇଙ୍କୁ ଖଣ୍ଡା ଧରି ଗୋଡ଼ାଇଲେ ଅଜଣା ଦୁର୍ବୃତ୍ତ
Lady SI Subhashree Targeted: ରାଜଧାନୀ ଭୁବନେଶ୍ୱରରେ ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ କରୁଛନ୍ତି ଅପରାଧୀ। ମହିଳା ଥାନାର ସବ୍ଇନ୍ସପେକ୍ଟର ଶୁଭଶ୍ରୀ ନାୟକ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ଗତକାଲି ବିଳମ୍ବିତ ରାତିରେ ଡ୍ୟୁଟି ସାରି ଫେରୁଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ପିଛା କରିବ ସହ ମାରିବାକୁ ଉଦ୍ୟମ କରିଛନ୍ତି।
Lady SI Bhubaneswar: ରାଜଧାନୀରେ ଅପରାଧୀଙ୍କ ସଂଖ୍ୟା ବଢିଛି ଓ ଅପରାଧର ସଂଖ୍ୟା ମଧ୍ୟ ଦୁଇଗୁଣା ବଢିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଚୋରି, ଡକାୟତି, ହତ୍ୟା, ଅପହରଣ ମାମଲା ବିଶେଷ କରି ଆମ ରାଜଧାନୀ ଭୁବନେଶ୍ୱରରେ ଅଧିକ ରହିଛି। ଏଠାରେ ଲୋକ ତ ଲୋକ ପୋଲିସ ମଧ୍ୟ ଅସୁରକ୍ଷିତ ହୋଇପଡ଼ିଛି। ରାଜଧାନୀ ଭୁବନେଶ୍ବରର ଛାତି ଉପରେ ରାତି ଅଧିଆ ଦେଖିବାକୁ ମିଳିଛି ଏମିତି କିଛି ଆତଙ୍କରାଜ। ଜଣେ ମହିଳା ସବ୍-ଇନ୍ସପେକ୍ଟରଙ୍କ କାର୍କୁ କିଛି ଦୁର୍ବୃତ୍ତ ପିଛା କରିଥିବା ଅଭିଯୋଗ ହୋଇଛି ।
କେବଳେ ପିଛା ନୁହେଁ ସେହି ଦୁର୍ବୃତ୍ତ ମାନେ ମହିଳା ସବ୍-ଇନ୍ସପେକ୍ଟରଙ୍କୁ (Lady Sub Inspector) ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ସୂଚନା ରହିଛି । ସୂଚନା ମିଳିଛି ଯେ ଦୁର୍ବୃତ୍ତମାନେ ମହିଳା ସବ୍-ଇନ୍ସପେକ୍ଟରଙ୍କୁ ସାଇନ୍ସ ପାର୍କରୁ ପୋଲିସ ରିଜର୍ଭ ବାରାକ୍ ପର୍ଯ୍ୟନ୍ତ ପିଛା କରିଥିଲେ। ଏ ନେଇ ମହିଳା ଥାନାର ସବ୍ଇନ୍ସପେକ୍ଟର ଶୁଭଶ୍ରୀ ନାୟକ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ଗତକାଲି ବିଳମ୍ବିତ ରାତିରେ ଡ୍ୟୁଟି ସାରି ଫେରୁଥିବା ବେଳେ ଏଭଳି ଘଟଣା ଘଟିଥିଲା ।
ତେବେ ଡ୍ୟୁଟି ସାରି ଫେରିବା ବେଳେ ସେ ପୋଲିସ ୟୁନିଫର୍ମରେ(Police Uinform) ଥିଲେ । ମାତ୍ର କିଛି ଅସାମାଜିକ ଲୋକମାନେ ତାହାକୁ ଖାତିର କରିନଥିଲେ । ମହିଳା ଏସଆଇଙ୍କୁ ଦେଖିବା ମାତ୍ରେ ଗାଡ଼ି ଧରି ଖଣ୍ଡା ସହ ପିଛା କରିଥିଲେ । ମହିଳା ସବ ଇନ୍ସପେକ୍ଟର ଶୁଭଶ୍ରୀଙ୍କ ଅଭିଯୋଗ ପାଇବା ମାତ୍ରେ ପୋଲିସ ସବୁ ସ୍ଥାନରେ ଲଗାଇଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଦୁର୍ବୃତ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜୋରଦାର କରିଛି। ଏଥିରୁ ସ୍ପଷ୍ଟ ଯେ, ରାଜଧାନୀରେ କିପରି ଅପରାଧୀଙ୍କ ଆତଙ୍କରାଜ ବଢିଚାଲିଛି।
ତେବେ ଏଠାରେ କହି ରଖୁଛୁ ଯେ, ଓଡ଼ିଶାର ମହିଳା ପୋଲିସ (Odisha Police) ଶୁଭଶ୍ରୀ ହେଉଛନ୍ତି ସେହି ପୋଲିସ ଯିଏ ମାଲକାନଗିରିରେ କାର୍ଯ୍ୟରତ ଥିବା ବେଳେ ଏକ ଭିଡିଓ ତାଙ୍କର ଭାଇରାଲ (Video Viral) ହୋଇଥିଲା । କୋରୋନା କାଳରେ ନିଜ କର୍ତ୍ତବ୍ୟ ସହ ଭୋକିଲାଙ୍କୁ ଖାଦ୍ୟ ଯୋଗାଇ ଦେଉଥିଲେ । ଏହାସହ ଅସହାୟଙ୍କୁ ଖୁଆଇ ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓ ଦେଖି ସାଉଥ ସୁପରଷ୍ଟାର (South Superstar) ଚିରଞ୍ଜୀବୀ ଶୁଭଶ୍ରୀଙ୍କୁ ଭିଡିଓ କଲ୍ କରି ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ତାଙ୍କୁ ଅନେକ କୃତଜ୍ଞତା ଜ୍ଞାପନ କରିଥିଲେ।
Also Read: Kanjhawala Accident: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ଜାଣନ୍ତୁ କିପରି ହୋଇଥିଲା ଅଞ୍ଜଳି ସିଂହଙ୍କ ମୃତ୍ୟୁ?
Also Read: Crime News: ରାସ୍ତାରୁ ହଟିବାକୁ କହିବା ହେଲା କାଳ, ଚାଲିଗଲା ଛାତ୍ରଙ୍କ ଜୀବନ
Also Read: Crime News: ମହିଳା ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା, ଆସିଲା ବଡ଼ ଖବର