ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ କରାଯାଇଛି। ୪ ଜଣ ବ୍ୟକ୍ତି ମହିଳାଙ୍କୁ କାର୍‌ରେ ଟେକି ନେଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ସଂପୃକ୍ତ ମହିଳାଙ୍କ ବୟାନ ରେକର୍ଡ କରିଛି । 


COMMERCIAL BREAK
SCROLL TO CONTINUE READING

ମହିଳାଙ୍କ ଅଭିଯୋଗ ମୁତାବକ ଗତ ଫେବୃଆରୀ ୨୬ ତାରିଖରେ ସଂପୃକ୍ତ ମହିଳା ଭୁବନେଶ୍ୱର (Bhubaneswar) ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ତାଙ୍କ ଶାଶୂ ଘରକୁ ଚାଲି ଚାଲି ଫେରୁଥିଲେ। ଏହି ସମୟରେ ୪ ଜଣ ଦୁର୍ବୃତ୍ତ ଏକ କାରରେ ଆସି ମହିଳାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଉଠାଇ ନେଇଥିଲେ। ପରେ ତାଙ୍କୁ ଏକ ଅଜଣା ସ୍ଥାନକୁ ନେଇ ଗଣଦୁଷ୍କର୍ମ (BBSR Gangrape) କରିଥିଲେ। ମହିଳା ଜଣଙ୍କ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ବାରମ୍ବାର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। 


Also Read: ଦୁଷ୍କର୍ମ କରିବାକୁ ଆସିଥିବା ବ୍ୟକ୍ତିର ଯୌନାଙ୍ଗ କାଟିଲେ ମହିଳା


ତେବେ ମହିଳା ଜଣଙ୍କ ସଙ୍ଗେ ସଙ୍ଗେ ଏନେଇ ଲକ୍ଷ୍ମୀସାଗର ଥାନା (Laxmisagar police)ରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ୍‌ ତାଙ୍କୁ ମିଛ ଘଟଣା କହି ସେଠାରୁ ତଡି ଦେଇଥିଲା। ଥାନାରେ ଅଭିଯୋଗ ନ ରଖିବାକୁ ମହିଳା ଜଣଙ୍କ ବାଧ୍ୟ ହୋଇ ପୋଲିସ କମିଶନର (Police commissioner) ଙ୍କ ଦ୍ୱାରସ୍ଥ ହୋଇଥିଲେ। ସିପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ କହିଛି, ଯାହାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସେମାନଙ୍କ ସହ ପୀଡିତାଙ୍କ ସ୍ୱାମୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା।