ଭୁବନେଶ୍ୱର: ଆସନ୍ତା ୨୦୨୦ ଫେବୃଆରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ ପରୀକ୍ଷା । ତେବେ ଏ ନେଇ ଶେଷ ନିଷ୍ପତ୍ତି ବୋର୍ଡ ନେବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।


COMMERCIAL BREAK
SCROLL TO CONTINUE READING

ମାଟ୍ରିକ ପରୀକ୍ଷା ପୂର୍ବରୁ ଗତ ବର୍ଷର ବିବାଦୀୟ ପରୀକ୍ଷା ସେଣ୍ଟରକୁ ସମୀକ୍ଷା କରାଯିବ । ଆବଶ୍ୟକ ପଡ଼ିଲେ ସେସବୁ ସେଣ୍ଟରଗୁଡିକୁ ବାଦ୍ ଦିଆଯିବ।ଏହା ପରିବର୍ତ୍ତେ ନିକଟସ୍ଥ ସେଣ୍ଟରରେ ପରୀକ୍ଷା କରାଯିବ । ଗତ ବର୍ଷ ସୋସିଆଲ ମିଡିଆରେ ପ୍ରଶ୍ନ ଭାଇରାଲ ହୋଇଥିବା ଘଟଣା ଏକଥାକୁ ପ୍ରମାଣିତ କରୁଛି ଯେ, ନିହାତି କେହି ନା କେହି ମୋବାଇଲ ଫୋନ ନେଇଥିବେ । ହେଲେ ଶେଷ ପର୍ଯ୍ୟନ୍ତ ତାହା ପ୍ରମାଣିତ ହୋଇପାରିଲା ନାହିଁ । ତେବେ ଚଳିତ ବର୍ଷର ପରୀକ୍ଷାକୁ ସୁରୁଖୁରୁରେ ସାରିବାକୁ ଆଶା ପ୍ରକଟ କରିଛନ୍ତି ବିଭାଗୀୟ ମନ୍ତ୍ରୀ।