ଭୁବନେଶ୍ୱର:  ମାଟ୍ରିକ୍-ମାର୍କିଂ ପରେ ପୋଷ୍ଟମର୍ଟମ । କୋରୋନା କାଳରେ ମାଟ୍ରିକ୍ ରେଜଲ୍ଟ ନୂଆ ଇତିହାସ ଲେଖିଛି । ବିନା ପରୀକ୍ଷାରେ ରେକର୍ଡ ପାସ୍ ହାର ଯୋଗୁଁ ପିଲାଙ୍କ ଉଚ୍ଚଶିକ୍ଷାକୁ ନେଇ ନାନା ଆଶା ଓ ଆଶଙ୍କା ବଢ଼ିଯାଇଛି । କାରଣଟା ବି ଛୋଟମୋଟ ନୁହେଁ । ପ୍ରଥମ ହେଲା ପାସ୍ କରିଥିବା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ କେଉଁଠି ଓ କେମିତି ପଢ଼ିବେ । ଆଉ ଦ୍ୱିତୀୟଟି ହେଲା ମିଳିଥିବା ମାର୍କ ମାପଦଣ୍ଡ ଆଧାରରେ ନାମଲେଖାରେ ସ୍ୱଚ୍ଛତା ରହିବ ତ ? ଏହାକୁ ନେଇ ବିତର୍କ ଜୋର ଧରୁଥିବା ବେଳେ ମିଶ୍ରିତ ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷାବିତ୍ ।  ସେପଟେ ଉଚିତ୍ ମାର୍କ ମିଳି ନ ଥିବା ଦର୍ଶାଇ ପରୀକ୍ଷାର୍ଥୀ ଦାବି କରିଛନ୍ତି, ଯୁକ୍ତଦୁଇ ନାମଲେଖାରେ ମେଧାବୀଙ୍କ ପାଇଁ ହେଉ ସ୍ୱତନ୍ତ୍ର ପଦ୍ଧତି ।


COMMERCIAL BREAK
SCROLL TO CONTINUE READING

ଗୋଟିଏ ପୋଷ୍ଟମର୍ଟମ୍ ହେଉଛି ମାର୍କିଂ ବା ସଠିକ୍ ମୂଲ୍ୟାୟନକୁ ନେଇ । ଆଉ ଅନ୍ୟଟି ଯୁକ୍ତଦୁଇ ନାମଲେଖାକୁ ନେଇ । କୋରୋନା କାଳରେ ମାଟ୍ରିକ ପରୀକ୍ଷାରେ ୯୭.୮୯ର ରେକର୍ଡ ପାସ୍ ହାର କେବଳ ନୂଆ ଇତିହାସ ଲେଖିନି, ନୂଆ ଟେନସନ ବି ଭରି ଦେଇଛି । ବିନା ପରୀକ୍ଷାରେ ଓ ବିକଳ୍ପ ମୂଲ୍ୟାୟନରେ ଉଭୟ ରେଗୁଲାର ଓ ଏକ୍ସ ରେଗୁଲାରଙ୍କୁ ମିଶାଇ ପାସ୍ କରିଛନ୍ତି ମୋଟ ୬ ଲକ୍ଷ ୯,୨୯୯ ଛାତ୍ରଛାତ୍ରୀ । ପାସ୍ କରିଥିବା ପିଲାମାନେ ଉଚ୍ଚଶିକ୍ଷା ଲାଗି ଯୁକ୍ତଦୁଇ, ଆଇଟିଆଇ (ITI)  କିମ୍ବା ଡିପ୍ଲୋମାରେ ନାମ ଲେଖାଇବେ ।  ତେବେ ରାଜ୍ୟରେ ସରକାରୀ ଜୁନିୟର କଲେଜର ମୋଟ ସିଟ୍ ସଂଖ୍ୟା ୪ ଲକ୍ଷ ୩୩ ହଜାର ୧୨୨ । ସେମିତି ଆଇଟିଆଇ ଓ ଡିପ୍ଲୋମାରେ ରହିଛି ପ୍ରାୟ ୧ ଲକ୍ଷ ସିଟ୍ । ଏଭଳି ସ୍ଥିତିରେ ବଳକା ରହିଯାଉଥିବା ଲକ୍ଷାଧିକ ଛାତ୍ରଛାତ୍ରୀ କେଉଁଠି ଓ କେମିତି ପଢ଼ିବେ, ତାହା ବଡ଼ ପ୍ରଶ୍ନ । ତେଣୁ ଏହି ରେକର୍ଡ ପାସ୍ ହାରର ଫଳାଫଳ ପିଲାଙ୍କ କ୍ୟାରିୟର ଉପରେ ନକରାତ୍ମକ ପ୍ରଭାବ ପକାଇବ ବୋଲି ଉପୁଜୁଛି ଆଶଙ୍କା । 


Also Read:  MatricResults2021: ପରୀକ୍ଷାରେ ଦାନ ମାଝୀଙ୍କ ଝିଅ ଚାନ୍ଦିନୀ ପାସ୍


 A1 ଗ୍ରେଡକୁ ଛାଡ଼ିଦେଲେ A2, B1, B2, C, D, E ଗ୍ରେଡରେ ପାସ୍ ପିଲାଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ଜଣେ ମେଧାବୀ ଛାତ୍ର ମନପସନ୍ଦର କଲେଜ ପାଇବା କଷ୍ଟକର ହେବ । ତେଣୁ ଯୁକ୍ତଦୁଇ (Plus Two Admission) ନାମଲେଖାକୁ ସ୍ୱଚ୍ଛ କରିବା ପାଇଁ ପ୍ରବେଶିକା ପରୀକ୍ଷା ନଚେତ୍ କୌଣସି ସ୍ୱତନ୍ତ୍ର ପଦ୍ଧତି ହେବା ଦରକାର । ତେବେ ଏପରି ରେଜଲ୍ଟର ଏକ ସକାରାତ୍ମକ ଦିଗ ବି ରହିଛି । ତାହା ହେଲା ରାଜ୍ୟରେ ଖାଲି ପଡ଼ୁଥିବା ସିଟ୍ ଏଥର ଭରିଯିବ । ସେପଟେ କିନ୍ତୁ ପରୀକ୍ଷାଫଳକୁ ନେଇ ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକ ସେତେଟା ସନ୍ତୁଷ୍ଟ ନାହାନ୍ତି ।


Also Read:  ଜୁଲାଇରୁ ମିଳିବ DA! ଭାଇରାଲ ହେଉଥିବା ଏହି ଖବର ଉପରେ ସରକାର ଦେଲେ ଏହି ଜବାବ


ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଚ ପରୀକ୍ଷାର୍ଥୀ ଅଫଲାଇନରେ ପରୀକ୍ଷା (Ofline Exam) ଦେବେ । ଏଥିପାଇଁ ଜୁଲାଇ ୫ ତାରିଖରୁ ଫର୍ମପୂରଣ ଆରମ୍ଭ ହେବ । ମାତ୍ର ପିଲାଙ୍କ ମନରେ ଦ୍ୱନ୍ଦ୍ୱ ହେଲା, ଯଦି ସେମାନେ ପରୀକ୍ଷା ଦିଅନ୍ତି ତେବେ ପୂରା ପ୍ରକ୍ରିୟା ତାଙ୍କ ଉଚ୍ଚଶିକ୍ଷାକୁ ଆହୁରି ବିଳମ୍ବିତ କରିପାରେ ।