ଭୁବନେଶ୍ୱର: ଆଉ ଏକ ବିଶ୍ବ ରେକର୍ଡ ଲକ୍ଷ୍ୟରେ ଓଡିଆ ପୁଅ ସତ୍ୟପୀର। ଦୁଇ ହାତରେ ସର୍ବାଧିକ ମୁଥ ମାରି ଗିନିଜ୍ ବୁକ୍ ୱାର୍ଲ୍ଡ ରେକର୍ଡ ପାଇଁ ଉଦ୍ୟମ କରିଛନ୍ତି ପଞ୍ଚମ୍ୟାନ ଭାବେ ପରିଚିତ ସତ୍ୟପୀର ପଧାନ। ୟୁରୋପୀୟ ଦେଶ ସ୍ଲୋଭାକିଆର ମୁଷ୍ଟିଯୋଦ୍ଧା ପାଭେଲ୍ ରୁଷୋଭଙ୍କ ଗିନିଜ ବିଶ୍ଵ ରେକର୍ଡ ଭାଙ୍ଗି ଭାରତର ନାମରେ ପ୍ରସିଦ୍ଧି ଆଣିବା ଲକ୍ଷ୍ୟରେ ଶୁକ୍ରବାର ସେ ଭୁନେଶ୍ଵର ବୁଦ୍ଧ ମନ୍ଦିରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପ୍ରଚେଷ୍ଠା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ପାଭେଲଙ୍କ ପୁରୁଣା ରେକର୍ଡ ମିନିଟ ପ୍ରତି ୩୩୪ ଥିବା ବେଳେ ସତ୍ୟପୀର ଗୋଟିଏ ମିନିଟରେ ୩୪୮ ପଞ୍ଚ ମାରି ରେକର୍ଡ ଭାଙ୍ଗିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ସେ ଗିନିଜ ରେକର୍ଡକୁ ଆବେଦନ କରି ଗତ ୭ ତାରିଖରେ ଅନୁମତି ପାଇଥିଲେ। ଦୁଇ ହାତରେ ସର୍ବାଧିକ ମୁଷ୍ଟି ପ୍ରଘାତ କରି ବିଶ୍ଵ ରେକର୍ଡ କରିବା ସହ ଉକ୍ତ କାର୍ଯ୍ୟକ୍ରମରେ ଏକ୍ସପର୍ଟ ୱିଟନେଶ, ପଞ୍ଚ ପ୍ୟାଡ୍ କିପର୍, ଟାଇମ କିପର୍ ଙ୍କ ଉପସ୍ଥିତିରେ ଏହି ରେକର୍ଡ ହାସଲ କରିଛନ୍ତି। ସତ୍ୟପୀର ପୂର୍ବରୁ ୨୦୧୭ ଗୋଟିଏ ଏବଂ ୨୦୧୮ ବର୍ଷରେ ଆଉ ଗୋଟିଏ ଗିନିଜ ବିଶ୍ଵ ରେକର୍ଡ ସ୍ଥାପନା କରିସାରିଛନ୍ତି। କଳାହାଣ୍ଡି ଜିଲ୍ଲାର ବାସିନ୍ଦା ସତ୍ୟପିର ଆଗାମୀ ଦିନରେ ଓଡିଶା ତଥା ଦେଶର ଏଭଳି ପିଲାଙ୍କ ପାଇଁ ସ୍ବତନ୍ତ୍ର ଭାବେ ବିଶ୍ବ ରେକର୍ଡ କରାଇବାରେ ସହାଯ୍ୟ କରିବେ ବୋଲି କହିଛନ୍ତି।