BSE Odisha 10th Result 2022:  ଜୁନ ସରିବାକୁ ଆଉ ମାତ୍ର ପାଞ୍ଚ ଦିନ। ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ ବାହାରିବ ବୋଲି ଖୋଦ ଗଣ ଶିକ୍ଷାମନ୍ତ୍ରୀ ସୂଚନା ଦେଇଥିଲେ। ସେହି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ହିଁ ପରୀକ୍ଷାଫଳ ପ୍ରକାଶ ପାଇବ। ବୋର୍ଡର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ଜୁନ ୨୯ ତାରିଖରେ ମାଟ୍ରିକ ରେଜଲ୍ଟ ବାହାରିବ। ଏଥିପାଇଁ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ।


COMMERCIAL BREAK
SCROLL TO CONTINUE READING

ମାଧ୍ୟମିକ ଶିକ୍ଷା ପରିଷଦ (BSE) ର ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଜୁନ ୨୯ ତାରିଖରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ। ସମାନ ଦିନ ହିଁ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ (Open school Cetificate) ରେଜଲ୍ଟ ମଧ୍ୟ ବାହାରିବ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କେବଳ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରାଯିବାର ଅଛି।


Also Read: Odisha 10th Result 2022 : ଜୁନ ସରିବାକୁ ୧୦ ଦିନ, ଜାଣନ୍ତୁ କେମିତି ଚେକ୍ କରବେ ପରୀକ୍ଷା ଫଳ


ଜୁନ ଦୁଇ ତାରିଖ ସୁଦ୍ଧା ଉଭୟ ଅବଜେକଟିଭ୍ ଓ ସବଜେକଟିଭ୍ ଖାତାଦେଖା ସରିଛି। ଏଥର ପରୀକ୍ଷାଫଳକୁ ସମ୍ପୂର୍ଣ୍ଣ ତ୍ରୁଚିଶୂନ୍ୟ କରିବାକୁ ବୋର୍ଡ ଉଦ୍ୟମ କରୁଛି। ଏଥିପାଇଁ ମାର୍କ ମିସ ମ୍ୟାଚକୁ ମଧ୍ୟ ସଂଶୋଧନ କରାଯାଇଛି। ମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଜୁନ ୩୦ ପୂର୍ବରୁ ହିଁ ମାଟ୍ରିକ ଫଳ (Matric Result 2022) ପ୍ରକାଶିତ ହେବ ବୋଲି ନାମକୁ ଗୋପନ ରଖି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


ଚଳିତବର୍ଷ ଏପ୍ରିଲ ୨୯ରୁ ମେ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ପରୀକ୍ଷା ହୋଇଥିଲା। ମୋଟ ୫ ଲକ୍ଷ ୩୮ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇଛନ୍ତି। ୪୬ ଜଣ ପରୀକ୍ଷାର୍ଥୀ ସ୍କ୍ବାଡ୍‌ ହାତରେ ଧରାପଡ଼ି ମାଲ୍‌ପ୍ରାକ୍ଟିସ୍ ହୋଇଛନ୍ତି। ମାଟ୍ରିକ୍‌ ପରୀକ୍ଷାରେ ୪୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ଏହି ଛାତ୍ରଛାତ୍ରୀମାନେ ଫର୍ମ ଫିଲପ୍‌ କରିଥିବା କିନ୍ତୁ ପରୀକ୍ଷା ଦେଇ ନଥିଲେ। ମେ ୨୧ରୁ ଜୁନ ୨ ପର୍ଯ୍ୟନ୍ତ ମୋଟ ୫୩ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ ହୋଇଛି। 


Also Read: CPET-2022 and PG admission: UG ପରୀକ୍ଷା ନ ସରୁଣୁ PG ନାମଲେଖା ବିଜ୍ଞପ୍ତି


କେମିତି ଦେଖିବେ ଦଶମ ପରୀକ୍ଷା ଫଳ?


  • ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ: bseodisha.ac କିମ୍ବା orissaresults.nic.in ।

  • ମେନପେଜରେ ଲେଖା ହୋଇଥିବା ‘Odisha 10th result 2022 HSC'  ଉପରେ କ୍ଲିକ୍ କରନ୍ତୁ।

  • ସେଠାରେ 10th result 2022 ପେଜ୍ ଦେଖାଯିବ।

  • ଏବେ ସଠିକ୍ ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ଲେଖି ଲଗଇନ୍ କରନ୍ତୁ।

  • ତାପରେ 'Submit' ଉପରେ କ୍ଲିକ୍ କରନ୍ତୁ। ଏବେ ଆପଣଙ୍କ ଦଶମ ଫଳାଫଳ ଦେଖାଯିବ।

  • ଭିବିଷ୍ୟତର ଆବଶ୍ୟକତା ପାଇଁ ଏହାକୁ ଡାଉନଲୋଡ କରି ଗୋଟିଏ କପି ପ୍ରିଣ୍ଟ୍ କରିନିଅନ୍ତୁ।