ଓଡ଼ିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ
ଓଡ଼ିଶା ଫେରିବ ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ
ଯଯାତି ମହାନ୍ତି , ଭୁବନେଶ୍ୱର: ଓଡ଼ିଶା ଫେରିବ ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ । ଏହା ଏବେ କୋଲକାତା ବିମାନ ବନ୍ଦରରେ ରହିଛି । ଡାକୋଟା ବିମାନ ସହ ବିଜୁ ବାବୁଙ୍କ ସ୍ମୃତି ଜଡ଼ିତ ରହିଥିବାରୁ ଏହା କଳିଙ୍ଗ ଗୌରବର ଗାଥା କହୁଥିବାରୁ ଏହାକୁ ଓଡ଼ିଶା ଫେରାଇ ଆଣିବା ପାଇଁ ନିଷ୍ପତି ହୋଇଛି ।
ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ବିଜୁ ପଟ୍ଟନାୟକ ପ୍ରତିଷ୍ଠା କରିଥିବା କଳିଙ୍ଗ ଏୟାରଲାଇନ୍ସରେ ୧୪ଟି ବିମାନ ଥିଲା, ଯେଉଁଥିରୁ ଡାକୋଟା ଅନ୍ୟତମ ।
୧୯୪୭ ଭାରତ-ପାକିସ୍ଥାନ ବିଭାଜନ ସମୟରେ ବିଜୁ ବାବୁ ଅଦମ୍ୟ ସାହସ ର ପରିଚୟ ଦେଇ ଏହି ଡାକୋଟା ବିମାନ ଜରିଆରେ ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କୁ ବଞ୍ଚାଇଥିଲେ । ତେଣୁ ଡାକୋଟା ବିମାନ ସହ ପ୍ରତଟିି ଓଡ଼ିଆର ସମ୍ପର୍କ ଥିବାରୁ ଏହା ଓଡ଼ିଶାରେ ରଖିବାକୁ ନିଷ୍ପତି ହୋଇଛି । ତେବେ କୋଲକାତାରେ ଥିବା ଏହି ବିମାନକୁ ଖୋଲାଯାଇ ଏହାର ବିଭିନ୍ନ ପାର୍ଟସକୁ ଓଡ଼ିଶା ଅଣାଯିବ ଏବଂ ପରେ ଏଠାରେ ଏହାକୁ ପୁଣି ଥରେ ଆସେମ୍ଲ କରାଯିବ ବୋଲି ଜଣାପଡ଼ିଛି । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହାକୁ ସର୍ବସାଧାରଣଙ୍କ ଦେଖିବା ପାଇଁ ରଖାଯିବ ବୋଲି ନିଷ୍ପତି ହୋଇଛି ।