ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ଫଳ, ମାଟ୍ରିକ ମାର୍କ ମାପଦଣ୍ଡ
ମାଟ୍ରିକ ମାର୍କ ଆଧାରରେ ପରୀକ୍ଷା ଫଳ ଘୋଷଣା କରିଯିବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ଆଉ ଏବେ ସେଇୟା ହିଁ ହେଲା। ଯୁକ୍ତ ଦୁଇ ପରୀକ୍ଷା ଫଳ ମୂଲ୍ୟାଙ୍କନ ପାଇଁ ଏକ କମିଟି ଗଠନ କରାଯାଇଥିଲା।
ଭୁବନେଶ୍ୱର: ଶେଷରେ ଯୁକ୍ତ ଦୁଇ ମୂଲ୍ୟୟନକୁ ନେଇ ଚାଲିଥିଲା କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ପଡିଛି। ମାଟ୍ରିକ ମାର୍କ ଆଧାରରେ ପରୀକ୍ଷା ଫଳ ଘୋଷଣା କରିଯିବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ଆଉ ଏବେ ସେଇୟା ହିଁ ହେଲା। ଯୁକ୍ତ ଦୁଇ ପରୀକ୍ଷା ଫଳ ମୂଲ୍ୟାଙ୍କନ ପାଇଁ ଏକ କମିଟି ଗଠନ କରାଯାଇଥିଲା। ସେହି କମିଟିର ସୁପାରିଶ ଆଧାରରେ ଯୁକ୍ତ ଦୁଇ ଫଳ ଘୋଷଣା କରାଯିବ ବୋଲି ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଡବିଜ୍ଞପ୍ତି ଜାରି କରିଛି।
ମହାମାରୀ କୋରୋନା ଏବଂ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ସମସ୍ୟାକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାକୁ ଓଡ଼ିଶା ସରକାର ବାତିଲ କରିଛନ୍ତି। ପରବର୍ତ୍ତୀ ସମୟରେ CHSEର ବିଜ୍ଞପ୍ତି ନମ୍ବର ୨୪୭୨, ତାରିଖ ୨୦୨୧ ଜୁନ ୫ରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ପରୀକ୍ଷା ବିକଳ୍ପ ପାଇଁ ଭଲ ପରିଭାଷିତ ମାନଦଣ୍ଡ ସୁପାରିଶ କରିବାକୁ ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ।
Alao Read: ଯୁକ୍ତ ଦୁଇ ପରୀକ୍ଷା ବାତିଲ ପରେ ସରକାରଙ୍କୁ ଘାରିଛି ରେଜଲ୍ଟ ଚିନ୍ତା
କିମିଟିର ସୁପାରିଶ କ୍ରମେ ଏଭଳି ଭାବେ ଯୁକ୍ତ ଦୁଇ ଫଳ ମୂଲ୍ୟାୟନ ହେବ।
ମାଟ୍ରିକ ବୋର୍ଡ ପରୀକ୍ଷାରେ ପ୍ରଦର୍ଶନ ଆଧାରରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଥିଓରୀ ପେପରର ମାର୍କ ମିଳିବ।
ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନଙ୍କୁ ତାଙ୍କ ଗତ CHSE ପରୀକ୍ଷାର ପ୍ରଦର୍ଶନ ଆଧାରରେ ଥିଓରି ପେପରରେ ମାର୍କ ଦିଆଯିବ।
ପ୍ରାକ୍ଟିକାଲ୍ / ପ୍ରୋଜେକ୍ଟ କମ୍ପୋନେଣ୍ଟରେ ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଉଚ୍ଚ ମାଧ୍ୟମକ ସ୍କୁଲ ସ୍ତରୀୟ ପ୍ରଦର୍ଶନକୁ ଆଧାର କରାଯିବ।
ବୈକଳ୍ପିକ ମୂଲ୍ୟାଙ୍କନ ମାନଦଣ୍ଡ ଆଧାରରେ ଘୋଷିତ ଫଳାଫଳରେ ଜଣେ ପରୀକ୍ଷାର୍ଥୀ ସନ୍ତୁଷ୍ଟ ନୁହନ୍ତି ତେବେ ସେ ଅଫ୍ ଲାଇନ୍ ମୋଡରେ ପରୀକ୍ଷା ଦେଇପାରିବେ। ପରିସ୍ଥିତି ଅନୁକୂଳ ହେବା ପରେ ସେମାନଙ୍କ ପାଇଁ ପରୀକ୍ଷା ବ୍ୟବସ୍ଥା କରାଯିବ।
ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ ଆସିବ। CHSE ୱେବସାଇଟରେ ପରୀକ୍ଷା ଫଳ ବିଷୟରେ ବିସ୍ତୃତ ତଥ୍ୟ ଦିଆଯାଇଛି।