ରାଜ୍ୟରେ ଆଉ ତିନି ଦିନ ହାଡ଼ଭଙ୍ଗା ଶୀତ, ୨୧ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି
ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ଅପରବର୍ତ୍ତିତ ରହିବା ପରେ ୨ରୁ ୩ ଡିଗ୍ରୀ ବଢିବ। ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ୪ରୁ ୬ ତଳେ ରହିବ।
ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ସୋମବାରଠାରୁ ବର୍ଷର ପ୍ରଥମ ଥର ପାଇଁ କୋଲ୍ବ ୱେଭ୍ ବା ଶୀତ ଲହରୀ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଆସନ୍ତା ୩ ଦିନ ଧରି ବିଭିନ୍ନ ଜିଲ୍ଲା ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରୀ ନେଇ ୟେଲୋ ଓ ଅରେଂଜ ଓ୍ବାର୍ଣ୍ଣିଂ ଜାରି ହୋଇଛି।
ମଙ୍ଗଳବାର ସକାଳ ୮ଟା୩୦ ମଧ୍ୟରେ ୧୪ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କେଉଁଝର, ମୟୂରଭଂଜ, ବାଲେଶ୍ବର, ସୋନପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଦେଓଗଡ ଓ ସମ୍ବଲପୁରରେ ଶୀତ ଲହରୀ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ଶୀତର ପ୍ରକୋପ ଆହୁରି ବଢିବା ସହ ୪ ଜିଲ୍ଲାକୁ ଅଧିକ ଶୀତ ଲହରୀ ନେଇ ଅରେଂଜ ଓ ୧୭ ଜିଲ୍ଲାକୁ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ତେଣୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
Also Read: ଅସହ୍ୟ ଥଣ୍ଡାରେ ଥର ଥର ରାଜ୍ୟ; ରାତିରେ ଜାଡ଼, ବଢ଼ିବ ଶୀତର ପ୍ରକୋପ
ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ଅପରବର୍ତ୍ତିତ ରହିବା ପରେ ୨ରୁ ୩ ଡିଗ୍ରୀ ବଢିବ। ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ୪ରୁ ୬ ତଳେ ରହିବ। ଗତ ୨୪ ଘଣ୍ଟା ରେ ଚଳିତ ଶୀତ ଋତୁର ଏପର୍ଯ୍ୟନ୍ତ ଦାରିଙ୍ଗବାଡି ରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ ହୋଇଛି। ଏହାସହ ୧୩ଟି ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ସେପଟେ ରାତିରେ ବର୍ଷର ସର୍ବନିମ୍ନ ତାପମାତ୍ରା ସହ ଅଧିକ ଥଣ୍ଡା ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।