DA hike: ସାଢେ ସାତ ଲକ୍ଷ କର୍ମଚାରୀଙ୍କୁ ନବୀନ ସରକାରର ପୂଜା ଭେଟି, ୭୦୦୦୦ ମାଗୁଛନ୍ତି ସ୍ଥାୟୀ ନିଯୁକ୍ତି
DA hike, ଭୁବନେଶ୍ୱର: ପାର୍ବଣ ଋତୁରେ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆସିଛି। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇଛି।
DA hike, ଭୁବନେଶ୍ୱର: ପାର୍ବଣ ଋତୁରେ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆସିଛି। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇଛି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏବେ ସରକାରୀ କର୍ମଚାରୀଙ୍କ ୩୧ ପ୍ରତିଶତ ବଦଳରେ ୩୪ ପ୍ରତିଶତକୁ ମହଙ୍ଗା ଭତ୍ତା ପାଇବେ। ଫଳରେ ରାଜ୍ୟ ସରକାର ସାଢେ ସାତ ଲକ୍ଷ କାର୍ଯ୍ୟରତ ତଥା ଅବସରପ୍ରାପ୍ତ କର୍ମଚାରୀ ଉପକୃତ ହେବେ।
ପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କ ମୁହଁରେ ହସ ଫୁଟିଛି। ନବୀନ ସରକାର ସେମାନଙ୍କ ମହଙ୍ଗା ଭତ୍ତାରୁ ୩୧ରୁ ୩୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏହା ପିଛିଲା ଭାବେ ଚଳିତ ବର୍ଷ ଜାନୁଆରୀ ମାସରୁ ଲାଗୁ ହେବ। ଚଳିତ ମାସରେ କର୍ମଚାରୀମାଙ୍କୁ ବର୍ଦ୍ଧିତ ଦରମା ମିଳିବ। ଏହା ସହ ଗତ ୭ ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ଦିଆଯିବ। ପେନ୍ସନଭୋଗୀଙ୍କୁ ମଧ୍ୟ ସଂଶୋଧିତ ହାରରେ ଟିଆଇ ମିଳିବ। ଏଥିରେ ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ସାଢେ ୩ ଲକ୍ଷ ପେନସନଭୋଗୀ ଉପକୃତ ହେବେ।
Also Read: duplicate medicine raket : ରାଜ୍ୟରେ ମାଡ଼ୁଛି ନକଲି ଔଷଧର ଚେର, ଧୃତରାଷ୍ଟ୍ର ରାଜ୍ୟ ସରକାର
ଶେଷ ଥର ପାଇଁ ଗତ ବର୍ଷ ଡିସେମ୍ବରରେ ଅର୍ଥାତ ନୂଆବର୍ଷ ଅବସରରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିଲା। ସେତେବେଳେ ମଧ୍ୟ ତିନି ପ୍ରତିଶତ ମହଙ୍ଗା ଭତ୍ତା ବଢିଥିଲା। ଫଳରେ ତାହା ୨୮ରୁ ୩୧ ପ୍ରତିଶତ ହୋଇଥିଲା। ଏହାକୁ ୨୦୨୧ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ କରାଯାଇଥିଲା। ସପ୍ତମ ବେତନ ଆୟୋଗ ଅନୁସାରେ ନିୟମିତ ଭାବେ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଉଛି।
ଅନ୍ୟପଟେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାମ କରୁଥିବା ଠିକା କର୍ମଚାରୀମାନେ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଠିକା ପ୍ରଥା ଉଠାଇବାକୁ ଦୀର୍ଘ ମାସେ ହେଲା ରାଜ୍ୟର ୭୦ ହଜାର ଠିକା କର୍ମଚାରୀ ଆନ୍ଦୋଳନ କରୁଛନ୍ତି। ଗତ ୧୧ ତାରିଖରେ ସେମାନେ ଲୋକସେବା ଭବନ ସମ୍ମୁଖରେ ଗଣଆନ୍ଦୋଳନ କରିଥିଲେ। ପରେ ସରକାର ଠିକା କର୍ମଚାରୀଙ୍କର ଦାବି ଉପରେ ବିଚାର କରିବାକୁ ୧୫ ଦିନ ସମୟ ମାଗିଛନ୍ତି। ଅବଧି ସରିବାକୁ ଆଉ ମାତ୍ର ଛଅ ଦିନ ବାକି ଅଛି। ତେବେ ସ୍ଥାୟୀ କର୍ମଚାରୀଙ୍କ ପରି ଠିକା କର୍ମଚାରୀଙ୍କୁ ମଧ୍ୟ ରାଜ୍ୟ ସରକାର କିଛି ପୂଜା ଭେଟି ଦେବେ ବୋଲି ଆଶା କରାଯାଉଛି।