ରାଜ୍ୟରେ କେବେ କମିବ କୋରୋନା ସଂକ୍ରମଣ? ସରକାର ଦେଲେ ଏହି ଉତ୍ତର
ଜୁଲାଇ ଅଧାବେଳକୁ ସଂକ୍ରମଣ କମିଯିବ। ୧୦ ଜିଲ୍ଲାରେ କମିବାକୁ ସମୟ ଟିକେ ଲାଗିବ। ବ୍ଲାକ୍ ଫଙ୍ଗସ ଆମକୁ ନେଗେଟିଭଲି ଆଫେକ୍ଟ କରିନି। କରିବାର ସମ୍ଭାବନା ବି କମ୍। ଫଙ୍ଗସ ସବୁବେଳେ ଅଛି।
ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରଣାଧିନ ଅଛି। ତଥାପି ଦୈନିକ ପଜିଟିଭ୍ ମାମଲା ୩ ହଜାର ଉପରେ ରହୁଥିବା ବେଳେ ମୃତ୍ୟୁ ସଂଖ୍ୟା ୪୦ ତଳକୁ ଖସୁ ନାହିଁ। ଏହାରି ମଧ୍ୟରେ କେନ୍ଦ୍ର ସରକାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ରାଜ୍ୟକୁ ଏକ ଟିମ ପଠାଇଛନ୍ତି। ଅନ୍ୟପଟେ କେବେ ସଂକ୍ରମଣ କମିବ ସେ ନେଇ ରାଜ୍ୟ ସରକାରଙ୍କ ପ୍ରତିନିଧି ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।
'ଜୁଲାଇ ଅଧାବେଳକୁ ସଂକ୍ରମଣ କମିଯିବ। ୧୦ ଜିଲ୍ଲାରେ କମିବାକୁ ସମୟ ଟିକେ ଲାଗିବ। ବ୍ଲାକ୍ ଫଙ୍ଗସ ଆମକୁ ନେଗେଟିଭଲି ଆଫେକ୍ଟ କରିନି। କରିବାର ସମ୍ଭାବନା ବି କମ୍। ଫଙ୍ଗସ ସବୁବେଳେ ଅଛି। ଏହାକୁ କେବଳ କୋଭିଡ ସହ ଯୋଡିବା ଠିକ୍ ନୁହଁ। ଇମ୍ୟୁନିଟି କମ ରହିଲେ ଯେକୌଣସି ଫଙ୍ଗସ ଆଟାକ କରିବ' ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ, ବିଜୟ ମହାପାତ୍ର କହିଛନ୍ତି।
Also Read: ଦେଶରେ ୪ ଲକ୍ଷ ପାର କଲା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା, ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା
ସେ ପୁଣି କହିଛନ୍ତି ଯେ, ଡେଲଟା + ମେ ମାସରୁ ଆଜି ଯାଏଁ ଜେନମ ସିକ୍ୟୁଏନ୍ସିଂରେ ଡେଲଟା ପ୍ଲସ୍ ବାହାରିନି। ସାମ୍ପଲର ୫ ପ୍ରତିଶତ କେବଳ ଜେନମ ସିକ୍ୟୁଏସିଂ ହୋଇଥାଏ। B କ୍ୟାଟାଗୋରୀ ଜିଲ୍ଲା ପରିବେଶଜନିତ ସଂକ୍ରମଣ ଥିଲେ ଏହା ବ୍ୟାପିବ। ଯେଉଁ ଜାଗାରେ ଲୋକ ମାନୁ ନାହାନ୍ତି ସେଠାରେ ପ୍ରଶାସନ ସିରିୟସ ଭାବେ ନେଉଛି। ରାଜ୍ୟକୁ ଭ୍ୟାକସିନ ଯଥେଷ୍ଟ ଆସୁ ନଥିବାରୁ ଟିକାରରଣ କରି ପାରୁନୁ। ନୂଆ ସିରିୟସ ରୋଗୀଙ୍କ ସଂଖ୍ୟା କମ୍ ଅଛି।
ଅନ୍ୟପଟେ ଡିଏମଇଟି, ଡାକ୍ତର ସିବିକେ ମହାନ୍ତି କହିଛନ୍ତି, 'ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଅଧିକ ସଂକ୍ରମିତ ନୁହଁ। WHO ମଧ୍ୟ କହି ସାରିଲାଣି। ମାର୍ଚ୍ଚ ମାସରୁ ଡେଲଟା ପ୍ଳସ୍ ଚିହ୍ନଟ ହେଲାଣି। ଏବେ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ମାତ୍ର ୨୦୦ଟି ମାମଲା ଚିହ୍ନଟ ହୋଇଛନ୍ତି। ଯଦି ଅଧିକ ସଂକ୍ରମିତ ହେଉଥାନ୍ତା ତେହେଲେ କ୍ଲଷ୍ଟର ହୋଇ ସାରନ୍ତାଣି ଅର୍ଥାତ୍ ଅଧିକ ସଂକ୍ରମଣ ହୋଇ ସାରନ୍ତାଣି। ତୃତୀୟ ଲହର ଏବେ ବି ସମ୍ଭାବନା ସ୍ତରରେ ଅଛି। ଯଦିଓ ଦୃତ ଗତିରେ ସଂକ୍ରମଣ କମିନି କିନ୍ତୁ ଜୁଲାଇ ମଧ୍ୟ ବେଳକୁ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ।'