ଭୁବନେଶ୍ୱର: ଦେଶ ତଥା ରାଜ୍ୟ ସରକାରଙ୍କ କଲବଲ କରୁଛି କୋରୋନାର ଦ୍ୱିତୀୟ ଲହର। ଗୋଟିଏ ପଟେ ଅମାନିଆ ଜନତା ଆଉ ଅନ୍ୟପଟେ ଟିକା ଅଭାବ। ଏହାରି ମଧ୍ୟରେ ବୃଦ୍ଧି ପାଉଛି କୋରନା ସଂକ୍ରମଣ। ଆଉ ଏହାକୁ ରୋକିବାକୁ ଓଡିଶା ସରକାର ଆଜି ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ତେବେ ଏହି ସମୟରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ଆସନ୍ତୁ ଜାଣିବା।


COMMERCIAL BREAK
SCROLL TO CONTINUE READING

ଚଳିତମାସ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ (Lockdown) ବଳବତ୍ତର ରହିବ।


Lockdownରେ କଣ ଖୋଲା ରହିବ?


  • ସ୍ୱାସ୍ଥ୍ୟ ଓ ଜରୁରୀ ସେବା।

  • ସକାଳ ୬ଟାରୁ ୧୨ଟା ଯାଏ ପରିବା, ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ।

  • ୫ ଶହ ମିଟର ଦୂରତା ମଧ୍ୟରେ ଚାଲିଚାଲି ଯାଇ କିଣିହେବ। 

  • ବିବାହରେ ୫୦ ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି।

  • କୋଭିଡ ଟିକାକରଣ ଓ କୋଭିଡ୍‌ ଟେଷ୍ଟିଂ ସହ ସଂପୃକ୍ତ ଲୋକ କଟକଣାମୁକ୍ତ।

  • ପିପିଲି ଉପନିର୍ବାଚନ ପାଇଁ କୋହଳ ହେବ ଲକ୍‌ଡାଉନ ଓ ସଟ୍‌ଡାଉନ ନିୟମ।

  • ସରକାରୀ ପରୀକ୍ଷା ଚାଲିପାରିବ।

  • ସ୍ବାସ୍ଥ୍ୟସେବା ସହ ସଂପୃକ୍ତ ଅନୁଷ୍ଠାନ ଓ କର୍ମଚାରୀ କଟକଣାମୁକ୍ତ।

  • ବ୍ୟାଙ୍କ, ଡାକ, DTH,ଟେଲିଯୋଗାଯୋଗ, ପେଟ୍ରୋଲ ପମ୍ପ ଓ LPG ଯୋଗାଣ ସେବା ଜାରି ରହିବ।

  • ସକାଳ ୫ଟାରୁ ୮ଟା ଯାଏ ଖବରକାଗଜ ବିତରଣ।

  • ବହି ଦୋକାନ, ନିର୍ମାଣ ଓ କୃଷି ସାମଗ୍ରୀ ବିକ୍ରି ଦୋକାନ ଖୋଲା। 

  • ବଡ଼ ରିଟେଲ ସାମଗ୍ରୀ ଦୋକାନ, ହୋଟେଲ ରେସ୍ତୋରାଁ କେବଳ ହୋମ୍‌ ଡେଲିଭରି।

  • ଘରେ ଖାଦ୍ୟସାମଗ୍ରୀ ବାଣ୍ଟିପାରିବେ ଅଙ୍ଗନବାଡ଼ି କର୍ମଚାରୀ

  • ଗ୍ୟାରେଜ ଓ ଗାଡି ମରାମତି ଦୋକାନ ଖୋଲା।


Lockdownରେ କଣ ବନ୍ଦ ରହିବ?


  • ଶନିବାର ଓ ରବିବାରରେ ସଂପୂର୍ଣ୍ଣ ଲକ୍‌ଡାଉନ ବଳବତ୍ତର।

  • ଶୁକ୍ରବାର ସନ୍ଧ୍ୟା ୬ରୁ ସୋମବାର ସକାଳ ୫ ପର୍ଯ୍ୟନ୍ତ ସଟଡାଉନ।

  • ମେଳା, ପ୍ରଦର୍ଶନୀ, ମହୋତ୍ସବ, ସଭା ସମିତି ବନ୍ଦ।

  • ଟ୍ୟାକ୍ସି ଓ ଅଟୋରିକ୍ସା ସେବା, ସିନେମାହଲ୍‌, ଜିମ୍‌, ସୁଇମିଂ ପୁଲ୍‌ ବନ୍ଦ।

  • ବନ୍ଦ ରହିବ ବସ୍‌ ପରିବହନ ଓ ଅନ୍ତଃରାଜ୍ୟ ପରିବହନ।

  • ସବୁ କୋଚିଂ ଓ ଶିକ୍ଷାନୁଷ୍ଠାନ, ଯାତ୍ରା, ଅପେରା, ସେଲୁନ, ସ୍ପା, ବିୟୁଟି ପାର୍ଲର ବନ୍ଦ।

  • ସବୁ ଧାର୍ମିକ ସ୍ଥଳରେ ଜନ ସମାଗମ ବନ୍ଦ, କେବଳ ନୀତିକାନ୍ତି ଚାଲିବ।