ଭୁବନେଶ୍ୱର:  ଡିସେମ୍ବର ୩୧ ହେବ ଡିଜିପି ଅଭୟଙ୍କ ଶେଷ କାର୍ଯ୍ୟ ଦିବସ । କାରଣ ଅବସର ନେବେ ଡିଜିପି । ଅବସର ପାଇଁ ଅନୁମତି ଦେଲେ ରାଜ୍ୟ ସରକାର । ଭିଆରଏସ ପାଇଁ ଆବେଦନ କରିଥିଲେ ଡିଜିପି ଅଭୟ। ତେବେ କିଛିଦିନ ପୂର୍ବରୁ ଅଭୟ ନିଜ ଅବସର ପାଇଁ ରାଜ୍ୟ ସରକାରଙ୍କ ନିକଟରେ କରିଥିଲେ ଆବେଦନ ପୋଲିସ ଡିଜି ।


COMMERCIAL BREAK
SCROLL TO CONTINUE READING

ଅବସର ଅନୁମତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅଭୟଙ୍କ ଅବସର ଯୋଗୁଁ ନୂଆବର୍ଷରେ ନୂଆ ଡିଜିପି ଦେଖିବ ରାଜ୍ୟ । ସେପଟେ ଅଭୟଙ୍କ ପରେ କିଏ ହେବେ ନୂଆ ପୋଲିସ ଡିଜି ତାହା ଉପରେ ଏବେ ସାରା ଓଡ଼ିଶାବାସୀଙ୍କ ନଜର । ୟୁପିଏସସି (UPSC) ପକ୍ଷରୁ ୩ଟି ନାଁ ବଛାଯାଇ ରାଜ୍ୟକୁ ପଠାଯିବା ନେଇ ସୂଚନା । ସୂଚନାଯୋଗ୍ୟ, ୯ ଡିସେମ୍ବର ୨୦୧୯ରେ ଡିଜିପି ଦାୟିତ୍ୱ ନେଇଥିଲେ ଅଭୟ (Abhay) ।


Also Read: କୋହଲିଙ୍କ ଝିଅକୁ ଦୁଷ୍କର୍ମ କରିବାକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ; IIT ପାସ୍ କରିଛି ଅଭିଯୁକ୍ତ


ଡିଜିପି ଅଭୟ (DGP Abhay) ଙ୍କର କାର୍ଯ୍ୟକାଳ ୨୦୨୧ ମସିହା ଜୁନ୍‌ ପର୍ଯ୍ୟନ୍ତ ଥିଲା। ମାତ୍ର ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇ ଥିଲେ। ସେହି ଅନୁସାରେ ଡିସେମ୍ବର ୩୧ ତାରିଖରେ ଅବସର ନେବେ ଡିଜିପି ଅଭୟ। ଆଉ ଏଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।