Odisha Weather Update : ରାଜ୍ୟରେ ପୂରଣ ହେବ ଅଭାବୀ ବର୍ଷା। ଜୁନ ପ୍ରଥମ ଦୁଇ ସପ୍ତାହରେ ସାମାନ୍ୟ ଠାରୁ କମ ବୃଷ୍ଟିପାତ ରେକର୍ଡ କରାଯାଇଛି। ପୁରା ଓଡିଶାରେ ମୌସୁମୀ ଛୁଇଁଛି। ଆସନ୍ତା ୨୪ ଘଣ୍ଟାରେ ରଜ୍ୟାବ୍ୟାପୀ ଘଡଘଡି ବଜ୍ରପାତ ସହ ବର୍ଷା ହେବ। ଏଥିପାଇଁ ୩୦ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ ଆସନ୍ତା ପାଞ୍ଚ ଦିନର ପାଣିପାଗ ନେଇ ସୂଚନା ଦିଆଯାଇଛି।  


COMMERCIAL BREAK
SCROLL TO CONTINUE READING

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ଘଡଘଡି ବଜ୍ରପାତ ସହ ବର୍ଷା ହେବ। ଏଥିପାଇଁ ସତର୍କତା ଜାରି କରାଯାଇଛି। ପାଞ୍ଚଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ନୂଆପଡା, କଳାହାଣ୍ଡି, କନ୍ଧମାଳ, ନୟାଗଡ ଓ ମୟୂରଭଞ୍ଜରେ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ବର୍ଷା ହୋଇପାରେ। ସୋମବାର ସକାଳ ସାଢେ ଆଠଟା ପାଇଁ ରାଜ୍ୟବ୍ୟାପୀ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।


Also Read: ଅପରେସନ୍ ଗଜରାଜ: ୭୨ ଘଣ୍ଟା ପରେ ପୋଖରୀ ପଙ୍କରୁ ଦନ୍ତା ଉଦ୍ଧାର, ବନ ବିଭାଗର ଦକ୍ଷତା ଉପରେ '?' ଚିହ୍ନ


ସୋମବାର ସକାଳ ଆଠଟା ପରେ କିଛି ଜିଲ୍ଲାରେ ଶୁଖିଲା ପାଗ ରହିବ। ତଥାପି ଅର୍ଦ୍ଧାଧିକ ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି। ଅବିଭକ୍ତ କୋରାପୁଟ, ନୂଆପଡା, ସୋନପୁର, ବରଗଡ, ସମ୍ବଲପୁର, ଦେବଗଡ, ଝାରସୁଗୁଡା, ସୁନ୍ଦରଗଡରେ ପାଗ ଶୁଖିଲା ରହିବ। ଗଞ୍ଜାମ, କନ୍ଧମାଳ, କଟକ, ଢେଙ୍କାନାଳ, ଯାଜପୁର ଓ କେନ୍ଦାପଡାରେ ପ୍ରବଳ ବର୍ଷା ହେବ। ସେହିପରି ମଙ୍ଗଳବାର ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁରରେ ପ୍ରବଳ ବର୍ଷା ହେବ। ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। 


 



ଅନ୍ୟପଟେ ବୁଧବାର ପଶ୍ଚିମ ଓଡିଶାର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। କିନ୍ତୁ ଘଡଘଡି କିମ୍ବା ବଜ୍ରପାତ ହେବ ନାହିଁ। ପ୍ରବଳ ବର୍ଷା ନେଇ ଆଠ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ସତର୍କତା ଜିଲ୍ଲା ତାଲିକାରେ କଳାହାଣ୍ଡି, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଅନୁଗୁଳ, ଦେବଗଡ, ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲା ଅଛନ୍ତି। ଗୁରୁବାର ବେଳକୁ ବର୍ଷାର ପରିମାଣ କମିବ। ପୁରା ରାଜ୍ୟରେ ଶୁଖିଲା ପାଗ ରହୁଥିବା ବେଳେ କେବଳ ବରଗଡ, ସମ୍ବଲପୁର ଓ ଝାରସୁଗୁଡାରେ ବର୍ଷା ହେବ। ତେବେ ଗୁରୁବାର ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।