Weather Update: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତାଜା ରିପୋର୍ଟ ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ସମୁଦ୍ର ମଧ୍ୟରେ ଉତ୍ତର ଓଡିଶା ଏବଂ ପଶ୍ଚିମ ବଙ୍ଗ ଉପକୂଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଲଘୁଚାପ କ୍ଷେତ୍ର ପ୍ରଭାବରେ ବଙ୍ଗୋପସାଗର ଅଞ୍ଚଳରୁ ପଶ୍ଚିମା ମୁହାଁ ମେଘ ଖଣ୍ଡ ଗୁଡିକର ରାଜ୍ୟ ଆଡକୁ ଗତିର କରୁଛନ୍ତି। ଏହାର ପ୍ରଭାବରେ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି।


COMMERCIAL BREAK
SCROLL TO CONTINUE READING

ରବିବାର ସକାଳେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପାଣିପାଗକୁ ନେଇ ତାଜା ରିପୋର୍ଟ ଜାରି କରାଯାଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ସମୁଦ୍ର ମଧ୍ୟରେ ଉତ୍ତର ଓଡିଶା ଏବଂ ପଶ୍ଚିମ ବଙ୍ଗ ଉପକୂଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଲଘୁଚାପ କ୍ଷେତ୍ର ପ୍ରଭାବରେ ରବିବାର ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକୁ ସତର୍କ ସୂଚନା ଦିଆଯାଇଛି। 


Also Read: ଲଘୁଚାପ ପ୍ରଭାବରେ ଆଜି ରାଜ୍ୟରେ ଛେଚିବ! ୨୩ ଜିଲ୍ଲାକୁ ସତର୍କତା, ଏହି ସବୁ ଅଞ୍ଚଳରେ ହେବ 


ରବିବାର ସକାଳ ସାଢେ ଆଠରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, କୋରାପୁଟ, ମାଲକାନଗିରି, ନବରଙ୍ଗପୁକ, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ବରଗଡ, ଝାରସୁଗୁଡା, ସୂନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହି ୧୦ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସମ୍ପୃକ୍ତ ଜିଲ୍ଲା ଗୁଡିକ ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ ଓ ଝାଡଖଣ୍ଡ ସୀମାରେ ଅବସ୍ଥିତ। ତେବେ ରବିବାର ଆଭ୍ୟନ୍ତରୀଣ ଓ ଉପକୂଳ ଅଞ୍ଚଳରେ ପାଗ ଶୁଖିଲା ରହିପାରେ।


ସେହିପରି ସୋମବାର ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ରାଜ୍ୟବ୍ୟାପୀ ଶୁଖିଲା ପାଗ ରହୁଥିବା ବେଳେ କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ତେଣୁ ସୋମବାର ପାଇଁ ଏହି ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୨୪ ଘଣ୍ଟା ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି।


Also Read: 'ଗୁଜୁରାଟ ଦଙ୍ଗାରେ ମୋଦିଜୀଙ୍କୁ ବଦନାମ କରିବା ପାଇଁ ସୋନିଆ ଖର୍ଚ୍ଚ କରିଥିଲେ କୋଟି କୋଟି ଟଙ୍କା'


ଅନ୍ୟପଟେ, ଗତ ୨୪ ଘଣ୍ଟାରେ (ଆଜି ସକାଳ ୮.୩୦ ସୁଦ୍ଧା ) ଖୋର୍ଦ୍ଧା ଜିଲ୍ଲାରେ ରେକର୍ଡ ହୋଇଥିବା ବର୍ଷା- 


ଚିଲିକା: ୨୧୩ ମିମି 
ଟାଙ୍ଗି: ୨୧୦ ମିମି 
ବାଣପୁର: ୨୦୦ ମିମି
ବୋଲାଗଡ: ୭୭ ମିମି
ବେଗୁନିଆ: ୭୪ ମିମି 
ବାଲିଅନ୍ତା: ୪୨ ମିମି
ବାଲିପାଟଣା: ୩୪.୮ ମିମି
ଭୁବନେଶ୍ୱର: ୪୨.୯ ମିମି