Odisha Weather Update, ଭୁବନେଶ୍ୱର: ମଙ୍ଗଳବାର ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ଉତ୍ତର-ଓଡିଶା ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ଲଘୁଚାପର ପ୍ରଭାବରେ ରାଜ୍ୟର ଆଭ୍ୟନ୍ତରୀଣ ଭାଗରେ ବର୍ଷା ଲାଗିରହିଛି। ପ୍ରବଳ ବର୍ଷା ନେଇ ମଙ୍ଗଳବାର ପାଇଁ ୧୬ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ କରିଛି। ପଞ୍ଚିମ ଓଡ଼ିଶାର ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।


COMMERCIAL BREAK
SCROLL TO CONTINUE READING

ବଙ୍ଗୋପସାରଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗିରହିଛି।  ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଓଡିଶା-ଉପକୂଳ ଆଡକୁ ଗତିକରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ବିସ୍ତୃତି ଏବଂ ପରିମାଣ ବଢିବ। ୨୧ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବୃଷ୍ଟିପାତ ହୋବା ସମ୍ଭାବନା ଅଛି। ମଙ୍ଗଳବାର ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ସେଥିପାଇଁ ବଲାଙ୍ଗିର, ବରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ, ଅନୁଗୁଳ, ବୈଦ୍ଧ, ସୋନପୁର, ଝାରସୁଗୁଡା ଓ ସୁନ୍ଦରଗଡକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। 


Also Read: Odisha Weather Update: ୨୧ ଯାଏଁ ରାଜ୍ୟରେ ପ୍ରବଳ ଛେଚିବ, ଅର୍ଦ୍ଧାଧିକ ଓଡ଼ିଶାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି


 


ଅନ୍ୟପଟେ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ନେଇ ପାଣିପଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ନୂଆପଡା, କଳାହାଣ୍ଡି, କନ୍ଧମାଳ, ନୟାଗଡ, କଟକ, ଢେଙ୍କାନଳ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ। କିନ୍ତୁ ମଙ୍ଗଳବାର ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରାୟ ବର୍ଷା ନାହିଁ। ବୁଧବାର ବେଳକୁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ବରଗଡ ଓ ଝାରସୁଗୁଡାରେ ଅତିପ୍ରବଳ ବର୍ଷା ହେବାକୁ ଥିବା ବେଳେ ନୂଆପଡା, ବଲାଙ୍ଗିର, ସୋନପୁର, ସମ୍ବଲପୁର ଓ ସୁନ୍ଦରଗଡରେ ପ୍ରବଳବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।



ସେପଟେ ଲଘୁଚାପ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ପୁଣିଥରେ ବଢିବାରେ ଲାଗିଛି। ଫଳରେ ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ବାମ ପାର୍ଶ୍ବରୁ ୫ଟି ଓ ଡାହାଣ ପାର୍ଶ୍ବରୁ ଗୋଟିଏ ଗେଟ୍‌ ଖୋଲା ରହିଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୯ ଫୁଟ ରହିଛି। ଯଦି ଉପର ମୁଣ୍ଡରେ ପ୍ରବଳ ବର୍ଷା ହୁଏ ତେବେ ପୁଣି ଥରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। କାରଣ ଆସନ୍ତା ଦୁଇ ଦିନ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।