Odisha Weather Update, ଭୁବନେଶ୍ୱର: ବୁଧବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହି ଘୁର୍ଣ୍ଣିବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରିଛି। ଲଘୁଚାପ ପ୍ରଭାବରେ ଗୁରୁବାର ଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବ। ଆସନ୍ତା ତିନି ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି।


COMMERCIAL BREAK
SCROLL TO CONTINUE READING

ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଘୁର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ। ୯ ତାରିଖରେ ପର୍ବଳଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। ତେବେ ଏହି ସମୟରେ ପବନ ହୋଇନ ପାରେ କିନ୍ତୁ ବର୍ଷା ଲାଗିରହିବ। ବିଶେଷ କରି ଦକ୍ଷିଣ ଓଡିଶାରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ବୁଧବାର ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଓ କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।


Also Read: Odisha Weather Update: ୪୮ ଘଣ୍ଟାରେ ଆଉ ଏକ ଲଘୁଚାପ, ତିନି ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା 


ସେହିପରି ଗୁରୁବାର ରଜ୍ୟରେ ବର୍ଷାର ପରିମାଣ ବଢିବ। ଦକ୍ଷିଣ ସହିତ ଉପକୂଳ ଓଡିଶାରେ ମଧ୍ୟ ବର୍ଷା ହେବ। କୋରାପୁଟ, ରାୟଗଜା, ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହା ବ୍ୟତୀତ ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ। ଏହି ସମୟରେ ଉତ୍ତର ଓ ପଞ୍ଚିମ ଓଡିଶାରେ ଶୁଖିଲା ପାଗ ରହିବ। କିନ୍ତୁ ଶୁକ୍ରବାର ଉତ୍ତର, ଉପକୂଳ ସହ ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛି।


 



ଶୁକ୍ରବାର କଳାହାଣ୍ଡି ଓ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ନୂଆପଡା, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, ଜଗତସିଂହପୁର, ଭଦ୍ରକରେ ପ୍ରବଳ ବର୍ଷା ହେବ। କିନ୍ତୁ ଶନିବାର ବେଳକୁ ବର୍ଷାର ପରିମାଣ କମିବ। କିନ୍ତୁ ଦକ୍ଷିଣ ଓଡିଶାରେ ବର୍ଷା ହେବ। ଶନିବାର କୋରାପୁଟ, ରାୟଗଡା, କନ୍ଧମାଳ, ସୋନପୁର ଓ ବରଗଡରେ ପ୍ରବଳ ବର୍ଷା ହେବ। ଆଉ ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡାରେ ଅତିପ୍ରବଳ ବର୍ଷା ହୋଇପାରେ। 


Also Read: Contractual Job: ୧୧ ସେପ୍ଟେମ୍ବରରେ କମ୍ପିବ ଭୁବନେଶ୍ୱର, ୪୦,୦୦୦ ଠିକା କର୍ମଚାରୀଙ୍କୁ ସମ୍ଭାଳିବ


ଅନ୍ୟପଟେ ୧୨ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଯାହାର ପ୍ରଭାବରେ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପୁଣି ବର୍ଷା ହେବ। ଅର୍ଥାତ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ସେପଟେ ସାମୁଦ୍ରିକ ଝଡ଼ ହିନାମନୋର ସ୍ଥଳଭାଗ ଛୁଇଁଛି। ବୁଧବାର ଦକ୍ଷିଣ କୋରିଆରେ ଲ୍ୟାଣ୍ଡଫଲ କରିଛି। ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୪୪ କିଲୋମିଟର ଥିବା ସୂଚନା ମିଳିଛି। ବାତ୍ୟା ହିନାମନୋର ପ୍ରଭାବରେ ଅନେକ ଗଛ ଭାଙ୍ଗିଥିବା ବେଳେ ବିଦ୍ୟୁତ ଖୁଣ୍ଟ ଉପୁଡି ଯାଇଛି। ୨୦୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବର୍ଷାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।