Odisha Weather Update, ଭୁବନେଶ୍ୱର: ଗତ ଦୁଇମାସରେ ଲଗାତର ଲଘୁଚାପ ଓ ବତ୍ୟାର ସାମ୍ନା କରିଥିବା ରାଜ୍ୟ ଏବେ ହାଡଭଙ୍ଗା ଶୀତର ସାମ୍ନା କରିବାକୁ ପ୍ରସ୍ତୁତ ହେଉଛି। ରାଜ୍ୟରେ ଧୀରେ ଧୀରେ ଶୀତ ପ୍ରକୋପ ବଢ଼ିବାରେ ଲାଗିଛି। ଆଗକୁ ଏହା ଅସହ୍ୟ ହେବାର ସମ୍ଭାବନା ଅଛି। ଯାହାକୁ ନେଇ ଆଞ୍ଚିକ ପାଣିପାଗ କେନ୍ଦ୍ର ଆଗୁଆ ସତର୍କ କରିଛି। ନଭେମ୍ବର ୧୨ ତାରିଖ ପରଠୁ ରାଜ୍ୟରେ କିନ୍ତୁ ଶୀତର ପ୍ରକୋପ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।


COMMERCIAL BREAK
SCROLL TO CONTINUE READING

ବୁଧବାର ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁସାରେ, ରାଜ୍ୟରେ ୧୨ ତାରିଖ ପରେ ପାରଦ ଖସିବ। ଆଉ ରାଜ୍ୟରେ ଶୀତର ପ୍ରକୋପ ବଢିବ। କିନ୍ତୁ ଆଗାମୀ ୩ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ୨ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି। ଦୁଇଦିନ ହେବ ରାଜ୍ୟରେ ମେଘୁଆ ପାଗ ଲାଗି ରହିଛି। ହେଲେ ପାହାନ୍ତିଆ ଓ ସନ୍ଧ୍ୟା ସମୟରେ ଶୀତ ଅନୁଭୂତ ହେଉଛି। ଏହା ସହ କିଛି ସ୍ଥାନରେ ହାଲକା କୁହୁଡ଼ି ପଡୁଥିବା ଦେଖିବାକୁ ମିଳିଛି। 


Also Read: Padmapur Bypoll: ଶପଥ ନେଉ ନେଉ ସୂର୍ଯ୍ୟବଂଶୀ ସୁରଜଙ୍କୁ ମିଳିଲା ବଡ଼ ଦାୟିତ୍ୱ


ମଙ୍ଗଳବାର ରାତିରେ କୋରାପୁଟ ଜିଲ୍ଲା ସିମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ଜି. ଉଦୟଗିରିରେ ୧୩.୪ ଡିଗ୍ରୀ, ବୌଦ୍ଧରେ ୧୪ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ସେହିପରି ଫୁଲବାଣୀରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଥିଲା। ଏଠାରେ କୁହୁଡିର ଘନତ୍ୱ ୧୦୦ ମିଟର ଥିଲା। ବଲାଙ୍ଗିରରେ ୨୫୦ ମିଟିର, ଅନୁଗୁଳରେ ୫୦୦, ଭାବନୀପାଟଣା ଓ ପାରଳାଖେମୁଣ୍ଡିରେ କୁହୁଡିର ଘନତ୍ୱ ୭୦୦ ମିଟର ଲେଖାଏଁ ଥିଲା। 


 



ଆସନ୍ତା ୧୨ ତାରିଖ ପରେ ରାଜ୍ୟରେ ପାରଦ ଖସିବ, ତେଣୁ କୁହୁଡିର ଘନତ୍ୱ ମଧ୍ୟ ବୃଦ୍ଧି ପାଇବ। ଯଦି ଘନ କୁହୁଡି ପଡେ ତେବେ ଲୋକଙ୍କ ଦେଖିବାର ଦୂରତା ହ୍ରାସ ପାଇବ। ଏହି ସମୟରେ ସଡକ ଦୁର୍ଘଟଣା ହେବାର ସମ୍ଭାବନା ଅଛି। ତେଣୁ ଶୀତୁଆ ସକାଳରେ ସତର୍କତା ସହ ଧୀରେ ଗାଡି ଚଳାଇବାକୁ ପରାମର୍ଶ ଦିଆଯାଇଥାଏ। ଏହା ବ୍ୟତୀତ ଥଣ୍ଡା ପଡିଲେ ଛୋଟ ଛୁଆ, ଅସହାୟ ଭିକ୍ଷୁକ ଓ ଘରେ ଥିବା ବୃଦ୍ଧମାନଙ୍କ ସମସ୍ୟା ବୃଦ୍ଧି ପାଇଥାଏ। ତେଣୁ ଏହି ସମୟରେ ସେମାନଙ୍କ ବିଶେଷ ଯତ୍ନ ନେବା ଉଚିତ୍।