ଭୁବନେଶ୍ୱର: ରାଜ୍ୟର ପାଣିପାଗରେ ଏକ ବଡ ପରିବର୍ତ୍ତନା ଆସିବାକୁ ଯାଉଛି। ଆସନ୍ତା ୨୮ ତାରିଖରେ ପୁଣି ଏକ ନୂଆ ପଶ୍ଚିମା ଝଡ ପଶ୍ଚିମ ହିମାଳୟ ଅଞ୍ଚଳକୁ ପ୍ରଭାବିତ କରିବା ସମ୍ଭାବନା ଅଛି। ପରବର୍ତୀ ୨ ଦିନ ପରେ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଶନିବାର ଉପକୂଳରେ ଓଡ଼ିଶାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ରବିବାରଠାରୁ ପାଗ ମୁଖ୍ୟତ ଶୁଖିଲା ରହିବ।


COMMERCIAL BREAK
SCROLL TO CONTINUE READING

ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଶନିବାର ଉପକୂଳରେ ଓଡ଼ିଶାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସନ୍ଦରଗଡ, କନ୍ଧମାଳ ଓ ଅନୁଗୋଳର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ।


Also Read: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ; ଆଜିଠୁ ଭୋଟ ଗଣତି, ଖୋଲିବ ୨ ଲକ୍ଷ ୨୦ ହଜାର ପ୍ରାର୍ଥୀଙ୍କ ଭାଗ୍ୟର ପେଡ଼ି


ଆସନ୍ତା ୨୮ ତାରିଖରେ ପୁଣି ଏକ ନୂଆ ପଶ୍ଚିମା ଝଡ ପଶ୍ଚିମ ହିମାଳୟ ଅଞ୍ଚଳକୁ ପ୍ରଭାବିତ କରିବା ସମ୍ଭାବନା ଅଛି। ପରବର୍ତୀ ୨ ଦିନ ପରେ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଶୁକ୍ରବାର କେନ୍ଦୁଝର, ମୟୁରଭଞ୍ଜ,  ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଏବଂ  କନ୍ଧମାଳଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେଇଛି।


 


Also Read: ସମସ୍ତଙ୍କ ମନରେ ପ୍ରଶ୍ନ, ଏତେ ଦେଶ ଥାଉ ଥାଉ ମେଡିକାଲ ପଢିବାକୁ କାହିଁକି ୟୁକ୍ରେନ ଯାଆନ୍ତି ଭାରତୀୟ