ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଗତ ରାତି ୧୦ଟାରେ ଅବତରଣ କରିପାରିଲାନାହିଁ ଏୟାର ଏସିଆ ବିମାନ । ଲୋ ଭିଜିବିଲିଟି ପାଇଁ ଅବତରଣ କରି ନପାରି ଏୟାର ଏସିଆ ଫ୍ଲାଇଟ୍ କୋଲକାତା ଚାଲିଗଲା । ଏୟାର ଏସିଆ ବିମାନରେ ଯାତ୍ରା କରିଥାନ୍ତେ ଅପେକ୍ଷାରତ ୧୫୬ ଯାତ୍ରୀ  । ବିମାନରେ ଯାତ୍ରା କରି ନପାରି ଏୟାରପୋର୍ଟରେ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।


COMMERCIAL BREAK
SCROLL TO CONTINUE READING

ଏୟାର ଏସିଆ କର୍ତ୍ତୃପକ୍ଷ କିଛି ଯାତ୍ରୀଙ୍କୁ ବୁଝାସୁଝା କରି ଟିକେଟ୍ ଫେରାଇଥିବା ସୂଚନା ମିଳିଛି ।  କିଛି ଯାତ୍ରୀ ହୋଟେଲ ଚାଲିଯାଇଥିବା ବେଳେ ଅନେକ ଯାତ୍ରୀ ବିମାନ ବନ୍ଦରରେ ବସିରହିଥିଲେ ।