Agricultural Growth: କୃଷି ଦେଶ ଅର୍ଥନୀତିର ମେରୁଦଣ୍ଡ ଅଟେ । କୃଷିର ବିକାଶ ବିନା ଦେଶ ବା ରାଜ୍ୟର ବିକାଶ ଅସମ୍ଭବ। ଚାଷ ଓ ଚାଷୀଙ୍କ ବିକାଶ ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରାଜନୈତିକ ଦଳ ବିଭିନ୍ନ ଘୋଷଣା କରିଥାଆନ୍ତି । ତେବେ ନବୀନ ସରକାରଙ୍କ ଶାସନ ସମୟରେ ରାଜ୍ୟରେ କୃଷି ଅଭିବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ଧାନ ଓ ଅନ୍ୟାନ୍ୟ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟଠାରୁ କୃଷକ କଲ୍ୟାଣ କାର୍ଯ୍ୟକ୍ରମ, ଜଳସେଚନ, ସାର ଓ କୀଟନାଶକ ଯୋଗାଣ, ଉପାଦିତ ସାମଗ୍ରୀର ବଜାର ବ୍ୟବସ୍ଥା ଆଦି ପ୍ର୍ରତ୍ୟେକ କ୍ଷେତ୍ର ଓଡ଼ିଶା ସରକାରଙ୍କ ପାଇଁ ଗୁରୁତ୍ୱ ବହନ କରିଛି । ପରିଣତି ସ୍ୱରୂପ ଦେଶଠାରୁ ଓଡ଼ିଶାର କୃଷି ଅଭିବୃଦ୍ଧି ଢ଼େର ଊର୍ଦ୍ଧ୍ୱରେ ପହଁଞ୍ଚଛି । ଦେଶର କୃଷି ଅଭିବୃଦ୍ଧି ହାର ୫.୯୮% ଥିବାବେଳେ ଓଡ଼ିଶାରେ ଏହା ୨୨.୫୨% ହୋଇଛି ।


COMMERCIAL BREAK
SCROLL TO CONTINUE READING

ରିପୋର୍ଚ ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ନୁହେଁ, ଅତୀତରେ ଆର୍ଥିକ ବର୍ଷଗୁଡ଼ିକରେ ଓଡ଼ିଶାର ପ୍ରଦର୍ଶନ ଜାତୀୟ ହାରକୁ ଖାଲି ଅତିକ୍ରମ କରିନାହିଁ ବରଂ ଯଥେଷ୍ଟ ଊର୍ଦ୍ଧ୍ୱରେ ପହଞ୍ଚିଛି । ୨୦୨୧-୨୨ ବର୍ଷରେ ଓଡ଼ିଶାର କୃଷି କ୍ଷେତ୍ର ଜିଡିପିର ୨୨.୯୧ ପ୍ରତିଶତ ରହିଥିବା ବେଳେ ଜାତୀୟସ୍ତରରେ ଏହା  ଥିଲା ମାତ୍ର ୨.୩୮ ପ୍ରତିଶତ । ୨୦୧୬-୧୭ ବର୍ଷଠାରୁ ଆରମ୍ଭ କରି ୨୦୨୨-୨୩ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ରାଜ୍ୟ କୃଷି କ୍ଷେତ୍ରରେ ଦେଶଠାରୁ ଭଲ ପ୍ରଦର୍ଶନ କରିଆସୁଛି । କୃଷି ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଦେଶଠାରୁ ଆଗରେ ରହିଛି ଓଡ଼ିଶା । ୨୦୧୬-୧୭ରୁ ୨୦୨୨-୨୩ ବର୍ଷ ମଧ୍ୟରେ କ୍ରମାନ୍ୱୟନରେ ରାଜ୍ୟର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧି ହାର ଥାକ୍ରମେ ୧୯.୯୨ ପ୍ରତିଶତ, ୧୦.୯୮ ପ୍ରତିଶତ(ବିୁକ୍ତ), ୮.୭୪ ପ୍ରତିଶତ, ୧୩.୫୮ ପ୍ରତିଶତ, ୬.୨୫ ପ୍ରତିଶତ, ୨.୩୮ ପ୍ରତିଶତ ଓ ୫.୯୮ ପ୍ରତିଶତ ରହିଥିବା ଦେଖାଯାଇଛି । ମାତ୍ର ତୁଳନାତ୍ମକ ଭାବରେ ଦେଖିଲେ ଦେଶର କୃଷି ଅଭିବୃଦ୍ଧି ହାର ଏହି ସମୟରେ ବିଶେଷ ଉଲ୍ଲେଖନୀୟ ହୋଇନାହିଁ ଓ ଏହା ରାଜ୍ୟ ହାରଠାରୁ ଯଥେଷ୍ଟ କମ୍ ରହିଛି । ଦେଶର କୃଷି ଅଭିବୃଦ୍ଧି ୨୦୧୬-୧୭ରେ ୬.୮୦% ରହିଥିବାବେଳେ ୨୦୧୭-୧୮ରେ ୬.୬୧%, ୨୦୧୮-୧୯ରେ ୨.୧୦ % , ୨୦୧୯-୨୦ରେ ୫.୫୨%, ୨୦୨୦-୨୧ରେ ୩.୩୨% ରହିଥିଲା । ଅନୁରୂ ଭାବରେ  ୨୦୨୧-୨୨ରେ ଜାତୀୟ କୃଷି ଅଭିବୃଦ୍ଧି ହାର ୩.୦୧ % ଓ ୨୦୨୨-୨୩ରେ ୩.୪୫% ରହିଛି । ରାଜ୍ୟ ସରକାର କୃଷି କ୍ଷେତ୍ରରେ ଅଣଧାନ ଓ ବିବିଧ ଫସଲ ଉପରେ ଗତ ୫ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଧ୍ୟାନ ଦେଇଛନ୍ତି । ଏହା ଫଳରେ କୃଷି ଅଭିବୃଦ୍ଧି ବଢ଼ିଥିବା ଦେଖିବାକୁ ମିଳୁଛି । ଧାନ ଉତ୍ପାଦନ କ୍ଷେତ୍ରରେ ରାଜ୍ୟର ସ୍ୱୟଂ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବର୍ଦ୍ଧିତ ଅଣଧାନ ଫସଲ କିଭଳି ଚାଷୀମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିବ ସେ ନେଇ ସରକାର ଯଥାସମ୍ଭବ ପ୍ରୟାସ କରିଛନ୍ତି । ଚାଷୀମାନଙ୍କୁ ଉକ୍ତ ପ୍ରୋତ୍ସାହନ ମିଳିବା ହେତୁ ଅଣଧାନ ଫସଲ ପ୍ରତି ଚାଷୀମାନେ ଆଗ୍ରହ ଦେଖାଉଛନ୍ତି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢ଼ୀ କହିଛନ୍ତି ।


୨୦୨୩ ଜାନୁଆରୀ ମାସ ଶେଷ ର୍ଯ୍ୟନ୍ତ ଓଡ଼ିଶା ମିଲେଟ୍ ମିଶନରେ ୨ ଲକ୍ଷ ୬୬ ହଜାର ହେକ୍ଟର ଜମିରେ ମିଲେଟ୍ ଉତ୍ପାଦନ ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ୨ ଲକ୍ଷ ୧୦ ହଜାର ହେକ୍ଟର ଜମିରେ ଯୋଜନା କାର୍ଯ୍ୟକ୍ଷମ ହୋଇଛି ।ସେହିଭଳି ସଘନ କୃଷି କାର୍ଯ୍ୟକ୍ରମ ପାଇଁ ଲକ୍ଷ୍ୟ ରଖାଯାଇଥିବା ସମସ୍ତ ୧୯ ହଜାର ୫୪୯ ହେକ୍ଟର ଜମି କାର୍ଯ୍ୟକ୍ଷମ ହୋଇସାରିଛି । ଚିନାବାଦାମ, ରାଶି ଓ କପା ଚାଷ ପାଇଁ ୨ ହଜାର ହେକ୍ଟର ଜମିକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖଯାଇଥିବା ବେଳେ ଏହି ଲକ୍ଷ୍ୟ ପୂରଣ ହୋଇସାରିଛି । ତେବେ ଅନ୍ୟ କିଛି ଫସଲ କ୍ଷେତ୍ରରେ ରଖାଯାଇଥିବା ଲକ୍ଷ୍ୟ ପୂରଣ ଦିଗରେ ମଧ୍ୟ ବିଭାଗ ତତ୍ପରତାର ସହ କାର୍ଯ୍ୟ କରୁଥିବା ସୂଚନା ମିଳିଛି ।