ସ୍କୁଲ ଫି ଆଦାୟ ମାମଲା: ସ୍କୁଲ ମାଲିକଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲା ଅଭିଭାବକ ସଂଘ
ହେଲେ କିଛି ସ୍କୁଲ ମାଲିକ ଏହି ନିଷ୍ପତ୍ତିକୁ ବିରୋଧ କରି ମାମଲାକୁ ବିଳମ୍ବ କରିବାକୁ ଯୋଜନା କରୁଥିବା ଅଭିଭାବକ ସଂଘ ଅଭିଯୋଗ କରିଛି ।
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଆପୋଷ ବୁଣାମଣା ପରେ ପୁଣି ଫାଟ । ମହାମାରୀରରେ ସ୍କୁଲ ଫି (School Fee) ଆଦାୟକୁ ନେଇ ଆପୋଷ ବୁଝାମଣାର ନିସ୍କର୍ଷ ବାହାରିଥିବା ବେଳେ ଆବେଦନକାରୀଙ୍କ ମଧ୍ୟରେ ପୁଣି ଫାଟ ସୃଷ୍ଟି ହୋଇଛି। କୋରୋନା ମହାମାରୀ (Corona Pandemic) ବେଳେ ଘରୋଇ ବିଦ୍ୟାଳୟରେ (Private School) ସ୍କୁଲ ଫି ଆଦାୟକୁ ନେଇ ଓଡିଶା ଅଭିଭାବକ ମହାସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।
କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ସମସ୍ତ ପକ୍ଷଙ୍କୁ ନେଇ ଆପୋଷ ବୁଝାମଣା ପାଇଁ ସରକାରଙ୍କୁ ନିର୍ଦେଶ ଦେବା ପରେ ଅଭିଭାବକ ସଂଘ ସହ ସ୍କୁଲ ମାଲିକ ସଙ୍ଘ, ଶିକ୍ଷକ ସଙ୍ଘ ଓ ପକ୍ଷ ଥିବା ଅଭିଭାବକ ଆବେଦନକାରୀଙ୍କୁ ନେଇ ଆପୋଷ ବୁଝାମଣାରେ ସମାଧାନ ବାଟ ବାହାର କରି ଏମଓୟୁ ସ୍ୱାକ୍ଷର କରିଥିଲା । ହେଲେ କିଛି ସ୍କୁଲ ମାଲିକ ଏହି ନିଷ୍ପତ୍ତିକୁ ବିରୋଧ କରି ମାମଲାକୁ ବିଳମ୍ବ କରିବାକୁ ଯୋଜନା କରୁଥିବା ଅଭିଭାବକ ସଂଘ ଅଭିଯୋଗ କରିଛି । ଏଥିରୁ ବିରତ ନହେଲେ ଲକ୍ଷ ଲକ୍ଷ ଅଭିଭାବକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସମସ୍ତେ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଭୁବନେଶ୍ୱର ଜୟଦେବ ଭବନ ସମ୍ମୁଖରେ ଏକ ସାମ୍ବାଦିକ ସମ୍ମିଳନୀ କରି ସଂଘ ଚେତାବନୀ ଦେଇଛି ।