Bhubaneswar News In Odia: ଧିରେ ଧିରେ ଆମ ସମାଜର ଲୋକଙ୍କ ମାନବିକତା ମରିଗଲାଣି । ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ପଶୁପକ୍ଷୀଙ୍କୁ ନିର୍ଯାତନା ଦେବା ସହ ଜୀବନରୁ ମାରିଦେବାକୁ ପଛାଉ ନାହାଁନ୍ତି ଏ ସାମଜର ମଣିଷ। ଏମିତି ଏକ ହୃଦୟ ବିଦାରକ ଘଟଣା ରାଜ୍ୟର ରାଜଧାନୀ ତଥା ଆମ ସ୍ମାର୍ଟସିଟି ଭୁବନେଶ୍ୱରରେ ଘଟିଛି।  ଚନ୍ଦ୍ରଶେଖରପୁର ବସ୍ତି ଅଞ୍ଚଳରେ କୁକୁର ମଡ଼କ ଦେଖି ସ୍ଥାନୀୟ ଅଞ୍ଚଳର ଲୋକ ଡ଼ରି ଯାଇଥିଲେ। ପରେ ଜଣାପଡ଼ିଥିଲା, ଖାଦ୍ୟରେ ବିଷ ଦେଇ ଏମାନଙ୍କୁ ହତ୍ୟା କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଖବର ମିଳିଥିବା ଅନୁଯାୟୀ, କେହି ଜଣେ ଦୁର୍ବୃତ୍ତ ବିଳମ୍ବିତ ରାତିରେ ଖାଦ୍ୟରେ ବିଷ ଦେଇ କୁକୁର ମାନଙ୍କୁ ଖାଇବାକୁ ଦେଇଥିଲେ। ତେବେ ଏଥିମଧ୍ୟରୁ ୬ କୁକୁରଙ୍କ ମୃତଦେହ ସକାଳୁ ମିଳିଥିବା ବେଳେ ଅନ୍ୟ କେତେକ କୁକୁର ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ତେବେ ସ୍ଥାନୀୟ ଲୋକ ଆନିମଲ ହେଲ୍ପ ଲାଇନ ନମ୍ବରକୁ ଏ ବାବଦରେ ଜଣାଇଥିଲେ। ‘People for Animals’ ହେଲ୍ପଲାଇନ ଅର୍ଗାନାଇଜେସନ ପୋଲିସ ଷ୍ଟେସନରେ ଲିଖିତ ମାମଲା ରୁଜୁ କରିଛନ୍ତି । 


ତେବେ କେହି ଜଣେ ଦୁର୍ବୃତ୍ତ କାହିଁକି ଏମିତି କାଣ୍ଡ ଭିଆଇଲେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ଆନିମଲ ହେଲ୍ପଲାଇନ ଅର୍ଗାନାଇଜେସନ ପୋଲିସରେ ଲିଖିତ ଅଭିଯୋଗ ଦେଇ ଅଭିଯୁକ୍ତକୁ ଜଲଦି ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛି।ସେହିପରି ଏମିତି ଏକ ହୃଦୟ ବିଦାରକ ୨୦୨୨ ମସିହା ଜାନୁଆରୀରେ ଘଟିଥିଲା। ଜଣେ ମହିଳା ଏକ ବୁଲା କୁକୁରକୁ ଜିଅନ୍ତା ଜାଳିଦେଇଥିଲେ । ଘଟଣାଟି ଘଟିଥିଲା ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ । ସେହିପରି ଜାଗମରାରେ ଜଣେ ବ୍ୟକ୍ତି ନିଜ କୁକୁଡାକୁ କୁକୁର ଖାଇଦେବାରୁ କୁକୁରକୁ ପିଟିପିଟି ମାରିଦେଇଥିଲେ । ଏହାସହ ଅନ୍ୟ ଏକ କୁକୁର ଗୁରୁତର ଆହତ ମଧ୍ୟ ହୋଇଥିଲା। 


ସେହିପରି କଟକ ଚୌଦ୍ୱାର (Cuttack) ଅଞ୍ଚଳରେ ମଧ୍ୟ ଏହିପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସେଠାରେ ଜଣେ ଜଳଖିଆ ଦୋକାନୀର ବର୍ବରକାଣ୍ଡ ଦେଖିବାକୁ ମିଳିଥିଲା । ଜଳଖିଆ ଦୋକାନୀ ୫ ଦିନରେ ହତ୍ୟା କରିଥିଲେ ୨୦ କୁକୁରଙ୍କୁ । ଶଙ୍କରପୁର ଗାଁ ରେ କୁକୁରଙ୍କୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ଅଞ୍ଚଳରୁରୁ ୧୦ କୁକୁରଙ୍କ ମୃତଦେହ ଉଦ୍ଧାର ହେବାପରେ ତନାଘନା ହୋଇଥିଲା । ପରେ ଜଣାପଡ଼ିଥିଲା କୁକୁରଙ୍କୁ ବିଷଦେଇ ହତ୍ୟା କରାଯାଇଥିଲା । ଘଟଣାଟି ୨୦୨୧ ମସିହାରେ ଘଟିଥିଲା। 


କେବଳ ଆମ ଓଡ଼ିଶା ନୁହେଁ ଏମିତିକି ଆନ୍ଧ୍ର ପ୍ରଦେଶର (Andhra Pradesh) ଏଲୁରୁ ଜିଲ୍ଲାରେ ମଧ୍ୟ ଏମିତି ଏକ ଖବର ସାମ୍ନାକୁ ଆସିଥିଲା। ସେଠାରେ ୧୮ ବୁଲା କୁକୁରଙ୍କୁ ବିଷ ଦେଇ ମାରି ଦିଆଯାଇଥିଲା। 


ଯଦି ନିକଟରେ ଏମିତି କିଛି ଘଟଣା ନଜରକୁ ଆଣିବା ତେବେ କେନ୍ଦ୍ରାପଡ଼ାରେ (Kendrapara) ଛେଳିକୁ ପାଶବିକ ଅତ୍ୟାଚାର ନେଇ ଏକ ଘଟଣା ସାମ୍ନାକୁ ଆସିଥିଲା। ଜଣେ ବ୍ୟକ୍ତି ଛେଳି ଗୁହାଳରେ ପଶି ଏକ ମାଇ ଛେଳିକୁ ଦୁଷ୍କର୍ମ କରିଥିଲେ। ଛେଳିର ଯୌନାଙ୍ଗରୁ ପ୍ରଚୁର ରକ୍ତସ୍ରାବ ହେବାରୁ ଛେଳି ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଥିଲା। ଉକ୍ତ ବ୍ୟକ୍ତିକୁ ଅଟକ ରଖି ଅଧିକ ପଚରାଉଚରା କରିଥିଲା ପୋଲିସ।  


Also Read: Khordha News: ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ବନ୍ଦ ! ହନ୍ତସନ୍ତ ରୋଗୀ


Also Read: Jharsuguda Bypoll: ପ୍ରଭାବ ପକାଇବ କି ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ?


Also Read: Crime News: ଗୋଟିଏ ଗଛରେ ଗୋଟିଏ ପରିବାରର ଝୁଲନ୍ତା ମୃତଦେହ, ଦୃଶ୍ୟ ଦେଖି ଛାନିଆ ପୋଲିସ