ବିଦାୟୀ ବେଳେ ଅଘଟଣ: ଶାଶୂଘର ବଦଳରେ ଶ୍ମସାନରେ ପହଞ୍ଚିଲେ କନ୍ୟା
ସେହି ଝିଅ ଯଦି ବାପା ମାଆଙ୍କ ଆଖି ସାମ୍ନାରେ ମୃତ୍ୟୁର ଶିକାର ହୁଏ ତେବେ କେଉଁ ବାପା ମାଆ ଏହାକୁ ଧୈର୍ଯ୍ୟର ସହ ଦେଖିପାରିବେ ନା ସହିପାରିବେ ।
ସୁବର୍ଣ୍ଣପୁର: ଘରେ ବଢିଲା ଝିଅ ଥିଲେ ବାପାମାଆଙ୍କ ଚିନ୍ତା ବଢିଯାଏ । ଗେହ୍ଲା ଝିଅକୁ ଭଲ ଘର ଭଲ ବର ଯୋଗାଇଦେବାକୁ ଯାଇ ବାପା ମାଆ ନିଜର ସବୁ ଚେଷ୍ଟା ଲଗାଇଦିଅନ୍ତି। ଜୀବନ ଯାକର ପୁଞ୍ଜି ଝିଅକୁ ଭଲରେ ରଖିବା ପଛରେ ଖର୍ଚ୍ଚ କରିଥାନ୍ତି ବାପା ମାଆ । ହେଲେ ସେହି ଝିଅ ଯଦି ବାପା ମାଆଙ୍କ ଆଖି ସାମ୍ନାରେ ମୃତ୍ୟୁର ଶିକାର ହୁଏ ତେବେ କେଉଁ ବାପା ମାଆ ଏହାକୁ ଧୈର୍ଯ୍ୟର ସହ ଦେଖିପାରିବେ ନା ସହିପାରିବେ । ଏମିତି ଏକ ଘଟଣା ଆଜି ଘଟିଛି ଜିଲ୍ଲାର ବିନିକା ଥାନା ଯୁଲୁଣ୍ଡା ଗାଁରେ ।
ନିର୍ବନ୍ଧ ସରିଲା ଆଉ ବାହାଘର (Marriage) ପାଇଁ ସବୁ କିଛି ପ୍ରସ୍ତୁତି ମଧ୍ୟ ଜାରି ରହିଲା । ବର ଆସିଲା, ବରଯାତ୍ରୀ ଚର୍ଚ୍ଚା ବି ହେଲା, ଆଉ ସୁସଜ୍ଜିତ ବେଦୀରେ ବାହା ହୋଇ ସ୍ବାମୀ ସ୍ତ୍ରୀ ହେବାର ସଂକଳ୍ପ ବି ନେଲେ । ହେଲେ ଝିଅ ବିଦା ବେଳେ ଏମିତି ଏକ ଅଘଟଣ ଯାହା ସାରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ଝିଅ ବିଦା ବେଳେ ବାହୁନି ବାହୁନି କାନ୍ଦି କାନ୍ଦି ମାଟିରେ ଲୋଟିପଡିଥିଲେ ନବବିବାହିତା ବଧୂ । ସମସ୍ତେ ଭାବୁଥିଲେ ଯେ, ଝିଅ କାନ୍ଦି କାନ୍ଦି ଅଚେତ ହୋଇପଡ଼ିଛି ହେଲେ ହସ୍ପିଟାଲ ଯିବା ପରେ ସବୁ କିଛି ଓଲଟି ଯାଇଥିଲା ।
Also Read: ତିନିଥର ଭୂକମ୍ପରେ ଥରିଲା ନ୍ୟୁଜିଲ୍ୟାଣ୍ଡ, ସୁନାମି ସତର୍କତା
କାନ୍ଦି କାନ୍ଦି ହୃଦଘାତର ଶିକାର ହୋଇଥିଲେ ନବବିବାହିତା (Newly Married Bride) । ନବବିବାହିତାଙ୍କ ନାଁ ରୋଜି ସାହୁ ବୋଲି ଜଣାପଡ଼ିଛି । ଡାକ୍ତରଖାନା ( Hospital) ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଏବେ ଶୋକାକୂଳ ପରିବେଶ ଦେଖାଦେଇଛି । ବାହା ହୋଇ ଶାଶୂଘର ଯିବା ପୂର୍ବରୁ ଶେଷରେ ବାପଘରୁ ହିଁ ଶ୍ମସାନ ଯାତ୍ରା କରିଛନ୍ତି ନବବଧୂ।