ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ (Rajbhawan Petrol Pump) ଠାରେ ହୋଇଥିବା ବିସ୍ଫୋରଣ ଘଟଣା ଏ ପର୍ଯ୍ୟନ୍ତ ସତେଜ ହୋଇରହିଛି । ଏହି ପେଟ୍ରୋଲ ପମ୍ପରେ କାମ କରୁଥିବା ସଦାନନ୍ଦ ନାୟକଙ୍କ ଏକ ଭିଡିଓ ସାମ୍ନାକୁ ଏବେ ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ଏଠାରେ କାମ କିପରି ହେଉଥିଲା ତାହାର ଭିଡିଓ ପରିବାର ଲୋକଙ୍କ ପାଖକୁ ପଠାଇଥିଲେ ସେ । ଏହି ଭିଡିଓ ଦୁର୍ଘଟଣା ଘଟିବା ପୂର୍ବର ବୋଲି କୁହାଯାଇଛି । ଏଠାରେ କିପରି କାମ ଚାଲିଥିଲା ତାହା ଏଥିରେ ଦେଖିବାକୁ ମିଳିଛି । ଗ୍ୟାସ ରି ଫିଲିଂ ( Gas Re-filling) କରିବା ବେଳେ ଏହି ପେଟ୍ରୋଲ ପମ୍ପରେ ବିସ୍ଫୋରଣ ହୋଇଥିଲା । ଏ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ । ବିସ୍ଫୋରଣ ପରେ ପେଟ୍ରୋଲ ପମ୍ପକୁ ଆଓସିଏଲ (IOCL) ପକ୍ଷରୁ ସିଲ କରି ଦିଆଯାଇଛି ।


ଏହି ଭିଡିଓ ସାମ୍ନାକୁ ଆସିବା ପରେ ତଦନ୍ତ ପ୍ରକ୍ରିୟା ଆହୁରି କ୍ରିୟାଶୀଳ ହୋଇପାରେ ବୋଲି କୁହାଯାଉଛି । ଏପରିକି ସଦାନନ୍ଦଙ୍କ ପରିବାର ଲୋକଙ୍କ ଏ ଘଟଣାରେ ଅଧିକ ତଦନ୍ତ ଦାବି କରିଛନ୍ତି । ପେଟ୍ରୋଲ ବିସ୍ଫୋରଣରେ ସମସ୍ତ ମୃତକ ଓ ଆହତ ଲୋକଙ୍କ ବାବଦରେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । 


 



ରାଜ ଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ମମାଲାକୁ ଏହାରି ଭିତରେ ୫ ଦିନ ବିତି ସାରିଛି । ହେଲେ ରହସ୍ୟ ଉପରୁ ପରଦା ହଟିବାର ନାଁ ଉଠୁନି । ଆହୁରି ଜଟିଳ ହେବାରେ ଲାଗିଛି ବିସ୍ପୋରଣ ତଦନ୍ତ ମାମଲା । ଆଇଓସିଏଲ, ପୋଲିସ ଓ ପେସୋ ମଧ୍ୟରେ ସମନ୍ୱୟ ନଥିବାରୁ ବିସ୍ଫୋରଣରେ କେତେ ଜଣ ନିରୁଦ୍ଧିଷ୍ଟ ହୋଇଛନ୍ତି, ମରାମତି କାମରେ କେତେ ଜଣ ନିୟୋଜିତ ଥିଲେ ତାହା କେହି ସ୍ପଷ୍ଟ କରି ପାରୁନାହାଁନ୍ତି । ସେପଟେ ପେସୋ ନିଜ ତଦନ୍ତ ରିପୋର୍ଟ ଆଇଓସିଏଲକୁ ହସ୍ତାନ୍ତର କରି ସାରିଥିବା ବେଳେ ଆଇଓସିଏଲ କିନ୍ତୁ  ବିସ୍ଫୋରଣ ବାବଦରେ ମୁହଁ ଖୋଲୁନାହିଁ । ଏପରି ନିରବତା ଅନେକ ପ୍ରଶ୍ନ ଛିଡା କରୁଛି । 


ଯେଉଁ ଅଞ୍ଚଳରେ ବିସ୍ଫୋରଣ ହୋଇଛି ତାହା ରାଜଧାନୀର କେନ୍ଦ୍ରସ୍ଥଳ, ସେଠାରେ ରାଜ୍ୟପାଳଙ୍କ ଠାରୁ ନେଇ ଗଣ୍ଡା ଗଣ୍ଡା ମନ୍ତ୍ରୀ, ବିଧାୟକ, ସାଂସଦ, ଆଇପିଏସ, ହାଇପ୍ରୋଫାଇଲ୍ ରାଜନେତାଙ୍କ ଭଳି ଭିଆଇପି ରହୁଛନ୍ତି । ହେଲେ ଏତେ ବଡ ପ୍ରାଣଘାତୀ ବିସ୍ଫୋରଣ ସମ୍ପର୍କରେ କୌଣସି ଗୋଟିଏ ତଦନ୍ତକାରୀ ଟିମ୍ ପାଟି ଫିଠାଇବାକୁ ରାଜି ହେଉନାହାଁନ୍ତି । ଏହାର କାରଣ କଣ ତାହା ବି ଅଜଣା । ଏ ଘଟଣାରେ ଆଇଓସିଏଲ କାହିଁକି ଚୁପ୍, କଣ ପାଇଁ ତଥ୍ୟ ରଖୁନି ଯେ କେତେ ଜଣ ମରାମତି ଓ ରିଫିଲିଙ୍ଗ କାମରେ ନିୟୋଜିତ ଥିଲେ । ବିସ୍ଫୋରଣର କାରଣ କଣ ବସ୍ଫୋରଣ ପରେ ଆଇଓସିଏଲ ପକ୍ଷରୁ କାହିଁକି ଏତଲା ଦିଆଯାଇ ନାହିଁ । ଏପରିକି ଏହି ବିସ୍ପୋରଣରେ କମ୍ପାନୀର କର୍ମଚାରୀ ଓ ଶ୍ରମିକ ପ୍ରାଣ ହରାଇଥିଲେ ମଧ୍ୟ ସେମାନଙ୍କ ସମ୍ପୂର୍ଣ୍ଣ ନାଁ ଠିକଣା କାହିଁକି ପ୍ରକାଶ କରାଯାଉ ନାହିଁ । 


ସେପଟେ ପେଟ୍ରୋଲ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫଟି ଅର୍ଗାନାଇଜେସନ୍-ପେସୋ (Petrol and Explosive Safety Organization-PESO) ନିଜ ପକ୍ଷରୁ ତଦନ୍ତ ଶେଷ କରି ଆଇଓସିଏଲକୁ ରିପୋର୍ଟ ହସ୍ତାନ୍ତର କରି ସାରିଛି । ବିସ୍ଫୋରଣର କାରଣ ଜଣା ପଡିନଥିଲେ ମଧ୍ୟ ରିଫିଲିଙ୍ଗ ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ପେସୋ କହିଛି । ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି ଫୁଟେଜ୍ ଏଯାଏଁ ପୋଲିସ ପେସୋକୁ ହସ୍ତାନ୍ତର କରି ନାହିଁ । ଫଳରେ ଗୁରୁତର ଆହତ ହୋଇ ଏସସିବିରେ ଚିକିତ୍ସିତ ଥିବା ହର୍ଷବର୍ଦ୍ଧନ ଶ୍ରୀବାସ୍ତବଙ୍କ ବୟାନ ଉପରେ ପୁରା ତଦନ୍ତ ନିର୍ଭର କରୁଛି । ସେ ସୁସ୍ଥ ହେବା ପରେ ତାଙ୍କ ଠାରୁ ବୟାନ ରେକର୍ଡ କରିବ ପେସୋ । ବିସ୍ପୋରଣ ସମୟରେ କେତେ ଜଣ ଶ୍ରମିକ ମେକାନିକ ଉପସ୍ଥିତ ଥିଲେ, ସେମାନେ କିଏ ତାହାର ସବିଶେଷ ତଥ୍ୟ ମିଳିପାରିବ ବୋଲି ପସୋ କହିଛି ।  



ଏହି ମାମଲାର ଅପରାଧିକ ତଦନ୍ତ କରୁଥିବା କମିସନରେଟ୍ ପୋଲିସ ପେଟ୍ରୋଲ ପମ୍ପରେ ଲାଗିଥିବା ସିସି ଟିଭି ହାର୍ଡ ଡିସ୍କ ଜବତ କରିଛି । ବିସ୍ଫୋରଣର କାରଣ ଜାଣିବା ପାଇଁ ବିଶେଷଜ୍ଞଙ୍କ ସହ ଆଲୋଚନା ଚାଲିଛି । ବିସ୍ପୋରଣ କିପରି ହେଲା, କାହାର ଭୁଲ ରହିଛି ତାହାର ତଦନ୍ତ ଚାଲିଛି । ପ୍ରଥମେ ପାଣି ଓ ପରେ ନାଇଟ୍ରୋଜେନ୍ ପକାଇ ଟେଷ୍ଟ କରାଯାଇଥିଲା । ପରେ ଜଣେ ମେକାନିକ ଭାଲବ୍ ଠିକ୍ କରୁଥିବା ସିସିଟିଭିରେ ଦେଖିବାକୁ ମିଳିଛି ବୋଲି ପୋଲିସ କହିଛି । ନାଇଟ୍ରୋଜେନ ଗ୍ୟାସ (Nitrogen Gas) ରେ ନିଆଁ ଲାଗେ ନାହିଁ, ହେଲେ କଣ ପାଇଁ ଲାଗିଲା ସେ ନେଇ ତଦନ୍ତ ଚାଲିଛି ।  ସିସିଟିଭି ଫୁଟେଜ ଅନୁସାରେ ଘଟଣା ଦିନ ୩ ଜଣ ବ୍ୟକ୍ତି କାମ କରୁଥିଲେ । ହେଲେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଘଟଣା ଘଟିବା ଦିନ ୪ ଜଣ କାମ କରୁଥିଲେ ।  ଘଟଣାସ୍ଥଳରୁ ମାଂସ ଟୁକୁଡା ଗୋଟାଉ ଥିବା ସ୍ୱେଛାସେବୀ କହିଛନ୍ତି ବିସ୍ପୋରଣସ୍ଥଳରୁ ୨ ଭିନ୍ନ ଲୋକଙ୍କ ହାତ ମିଳିଛି । 


ଏ ଘଟଣାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ଏହାର କାରଣ ଜଣା ପଡିନାହିଁ । ଅନ୍ୟପଟେ ଆଇଓସିଏଲର ନୀରବତା ଏହି ଘଟଣାକୁ ଅଧିକ ରହସ୍ୟଘେରକୁ ନେଇଯାଉଛି ।