ଭୁବନେଶ୍ୱର: ଆଉ ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡବର୍ଷା ସମ୍ଭାବନା ଅଛି। ଆସନ୍ତା ୨୪ ଘଣ୍ଟାରେ ଆଠ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହୋଇପାରେ। ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶନିବାର ଦକ୍ଷିଣ ଓଡିଶାର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବ।


COMMERCIAL BREAK
SCROLL TO CONTINUE READING

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଶନିବାର ସକାଳ ସାଢେ ଆଠଟାରୁ ରବିବାର ସକାଳ ଆଠଟା ଭିତରେ ରାଜ୍ୟର ଆଠ ଜିଲ୍ଲାରେ ଝଡବର୍ଷା ହୋଇପାରେ। ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ଗଜପତି ଓ ମୟୂରଭଞ୍ଜରେ ବର୍ଷା ସହ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରାଯାଇଛି। ସେଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜରି କରାଯାଇଛି।


Also Read: ଦଶ ବର୍ଷର ରେକର୍ଡ ଭାଙ୍ଗିଲା ତୈଳ ଦର; ଜାଣନ୍ତୁ, ଆଜିର ପେଟ୍ରୋଲ-ଡିଜେଲ ମୂଲ୍ୟ


ରବିବାର ୧୨ ଜିଲ୍ଲାରେ କାଳବୈଶାଖୀ ହେବ। କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବଲାଙ୍ଗିର, କେନ୍ଦୁଝର ଓ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଥିବା ବେଳେ ସୋମବାର ମଧ୍ୟ ୧୨ ଜିଲ୍ଲାରେ ଝଡବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣି ଜାରି କରିଛି। ସେହିପରି ମଙ୍ଗଳବାର ପଞ୍ଚିମ ଓଡିଶା ଓ ନବରଙ୍ଗପୁର ବ୍ୟତୀତ ପୁରା ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।


 



ଅନ୍ୟପଟେ, ପଶ୍ଚିମ ଓଡିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେଉଛି। ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୪୨.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ମାଲକାନଗିରିରେ ୪୨ ଡିଗ୍ରୀ, ସମ୍ବଲପୁରରେ ୪୧.୮ ଡିଗ୍ରୀ, ଝାରସୁଗୁଡାରେ ୪୧.୨ ଡିଗ୍ରୀ, ବରଗଡରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଏହି ସମୟରେ ପାରାଦୀପରେ ସର୍ବନିମ୍ନ ତାପମାତ୍ରା ୨୯.୭ ଡିଗ୍ରୀ, କେନ୍ଦ୍ରାପଡାରେ ୩୦ ଓ ସେମିଲିଗୁଡାରେ ୩୦.୪ ଡିଗ୍ରୀ ସେଲସିୟସ ଥିଲା।