Bill-Gates: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ବୈଠକକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବୈଷୟିକ ଜ୍ଞାନକୌଶଳ ବିଶେଷଜ୍ଞ ବିଲ୍ ଗେଟ୍ସଙ୍କ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଯଦିଓ ବିଲ୍ ଗେଟ୍ସ ସମୟ ସମୟରେ ଭାରତ ଆସୁଛନ୍ତି କିନ୍ତୁ ସେ ହିନ୍ଦୀ ଜାଣନ୍ତି ନାହିଁ ଏଭଳି ପରିସ୍ଥିତିରେ ଗେଟ୍ସଙ୍କ ସହ ହିନ୍ଦୀରେ କଥା ହେଉଥିବା ପ୍ରଧାନମନ୍ତ୍ରୀଙ୍କ କଥାକୁ ବିଲ୍ କେମିତି ବୁଝିପାରୁଥିଲେ ବୋଲି ଲୋକେ ଏବେ ପ୍ରଶ୍ନ କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ଆପଣଙ୍କ ମନରେ ମଧ୍ୟ ସେହି ପ୍ରଶ୍ନ ନିଶ୍ଚୟ ଉଠୁଥିବ। ତେବେ ଅଧିକ ବିଳମ୍ବ ନକରି ଆମେ ଆପଣଙ୍କ ଶଙ୍କା ଦୁର କରିଦେଉଛୁ। ପ୍ରକୃତରେ ଏହା ହେଉଛି ଆଧୁନିକ ଟେକ୍ନୋଲୋଜିର  କମାଲ। ଯେଉଁ ଟେକ୍ନୋଲୋଜି ଦ୍ୱାରା ରିୟଲ ଟାଇମରେ ପ୍ରଧାନମନ୍ତ୍ରୀଙ୍କ ହିନ୍ଦି,ଇଂଲିସରେ ଅନୂଦିତ ହେଉଥିଲା। ଏବେ ଆସନ୍ତୁ ଜାଣିବା ସେହି ଟେକ୍ନୋଲୋଜି କଣ ଓ ତାହା କେମିତି କାମ କରେ।


ବିଲ୍ ଗେଟ୍ସ ଏହି ଟେକ୍ନୋଲୋଜି ବ୍ୟବହାର କରିଛନ୍ତି


ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଲ୍ ଗେଟ୍ସଙ୍କ ମଧ୍ୟରେ ହୋଇଥିବା ବୈଠକରେ ରିୟଲ ଟାଇମ୍ ଟ୍ରାନ୍ସଲେଟର ବ୍ୟବହାର କରାଯାଇଥିଲା। ଏହି ଟେକ୍ନୋଲୋଜି ଜରିଆରେ ଆପଣ ଯେକୌଣସି ଭାଷାକୁ ବହୁଭାଷାରେ ଅନୁବାଦ କରିପାରିବେ । ବଜାରରେ ଉପଲବ୍ଧ ସାମସଙ୍ଗ ଗାଲାକ୍ସି ବଡ୍ସ, ପିକ୍ସେଲ ବଡ୍ସ ପ୍ରୋ, ଟାଇମକେଟଲର ଏମ୩ ଟ୍ରାନ୍ସଲେଟର ଇୟରବଡ୍ସ ସମେତ ଅନେକ ଇୟରବ଼ଡରେ ଏହି ଟେକ୍ନୋଲୋଜି ଉପଲବ୍ଧ ଅଛି।


ଏହି ଟେକ୍ନୋଲୋଜି କିପରି କାମ କରେ?


ରିୟଲ-ଟାଇମ୍ ଟ୍ରାନ୍ସଲେଟର ଇୟରବଡ୍ ବ୍ଲୁଟୁଥ୍ ଟେକ୍ନୋଲୋଜି ବ୍ୟବହାର କରି ଡିଭାଇସ୍ ସହ ସଂଯୋଗ କରେ ଏବଂ ଭାଷାକୁ ଏକ ସହଜ ଉପାୟରେ ଅନୁବାଦ କରେ। ଏହି ଇୟରବଡ୍ଗୁଡ଼ିକ ,ସ୍ପିଚ୍ ରିକଗ୍ନିସନ୍, ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ (ଏନଏଲପି) ଏବଂ ମେସିନ୍ ଅନୁବାଦ ବ୍ୟବହାର କରି ଦୁଇଟି ଭାଷା ମଧ୍ୟରେ ତୁରନ୍ତ ଏବଂ ସଠିକ୍ ଭାବରେ ଅନୁବାଦ କରି ପାରନ୍ତି।