ପୁରୀ: ଆଜି ପୁରୀରେ ଭାଜପାର ରାଜ୍ୟ ପଦାଧିକାରୀ ବୈଠକ ଆରମ୍ଭ ହୋଇଛି। ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ପଦାଧିକାରୀ ବୈଠକ ବସିଥିବା ଜଣାପଡ଼ିଛି। ଆଜି ସକାଳ ୧୦ଟା ୩୦ରେ ବୈଠକ ଆରମ୍ଭ ହୋଇଥିଲା। ଅପରାହ୍ନ ୨.୩୦ରେ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି. ନଡ୍ଡା। ତେବେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ପାଛୋଟି ନେଇଥିଲେ ଦଳୀୟ ନେତା, ମନ୍ତ୍ରୀ।ଆଜିଠାରୁ ଦୁଇ ଦିନ ଧରି ପୁରୀରେ ଅନୁଷ୍ଠିତ ବିଜେପିର ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବେ ନଡ୍ଡା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟନ୍ତ୍ରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସମେତ ଦଳର ବହୁ ବରିଷ୍ଠ ନେତା ପୁଷ୍ପ ଗୁଚ୍ଛ ଦେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ଆଜିଠୁ ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଏଥିପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ପୁରୀର ବଳିଆପଣ୍ଡାସ୍ଥିତ ଏକ ହୋଟେଲଠାରେ ଅନୁଷ୍ଠିତ ବୈଠକରେ ଯୋଗଦେବେ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ଏହି ବୈଠକ। 


କେନ୍ଦ୍ରରେ ତୃତୀୟ ଥର ମୋଦି ସରକାର ଓ ରାଜ୍ୟରେ ପ୍ରଥମ ଥର ବିଜେପି ସରକାର ଗଠନ ପରେ ବସୁଛି କାର୍ଯ୍ୟକାରିଣ। ସାଂପ୍ରତିକ ରାଜନୈତିକ ପରିସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ବୈଠକରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ।