ବୌଦ୍ଧ: ଗାଁ ଲୋକଙ୍କୁ ମିଛ କହି ଗ୍ରୀନ ମହାନଦୀ ମିଶନ ନାଁରେ ଦୁର୍ନୀତି। ପାଣି ପରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି ହେଲେ ଗଛ ନାହିଁ। ସେପଟେ ବେଫିକର ସମ୍ପୃକ୍ତ ବିଭାଗ। କୁଶଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ, କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ, ନୟାଗଡ ବିଭାଗ ନାଁରେ ବୌଦ୍ଧ ଜିଲ୍ଲାର କୁମାରୀ ଗ୍ରାମବାସୀ ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ ଅଧିନସ୍ଥ ବୌଦ୍ଧ ଜିଲ୍ଲା କୁଶଙ୍ଗ ଠାରେ ଥିବା ବନ୍ୟପ୍ରାଣୀ ବନାଞ୍ଚଳର ଗ୍ରୀନ ମହାନଦୀ ନାଁରେ ଦୁର୍ନୀତି ହୋଇଛି। ଖର୍ଚ୍ଚ ହୋଇଛି ଟଙ୍କା ହେଲେ ଗୋଟିଏ ବି ଗଛ ନାହିଁ। ବର୍ଷ ପରେ ବର୍ଷ ବିତିଗଲାଣି, ତଥାପି ରେଞ୍ଜ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀ ସବୁ ବେଫିକର ଅଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ବୌଦ୍ଧ ଜିଲ୍ଲା କୁଶଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁମାରୀ ଗ୍ରାମ ନିକଟକୁ ଲାଗିଥିବା ଏକ ପାହାଡ ଉପରେ ଗ୍ରୀନ ମହାନଦୀ ଯୋଜନାରେ ବିଭାଗ ୩ ଲକ୍ଷ ୫ ହଜାର ୬୪୭ ଟଙ୍କା ଖର୍ଚ୍ଚ କରିଛି। ହେଲେ ପାହାଡ ଉପରେ ଗଛଟିଏ ବି ନାହିଁ। 


Also Read: ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ ଘଟଣାରେ ସରପଞ୍ଚ ସମେତ ୪ ଜଣଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍


ଯାହାକୁ କୁଶଙ୍ଗ ବନ୍ୟପ୍ରାଣି ବନାଞ୍ଚଳ ରେଞ୍ଜରେ ହୋଇଥିବା ଦୁର୍ନୀତିକୁ କୁମାରୀ ଗ୍ରାମବାସୀ ପଦାକୁ ଅଣିଛନ୍ତି। ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ତଥ୍ୟ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଗ୍ରୀନ ମହାନଦୀ ଯୋଜନାରେ କୁଶଙ୍ଗ ବନ୍ୟପ୍ରାଣୀ ବନାଚଂଳ ରେଞ୍ଜ କର୍ତ୍ତୃପକ୍ଷଙ୍କ ଦ୍ୱାରା କୁମାରୀ ଗ୍ରାମରେ ହୋଇଥିବା ଗ୍ରୀନ ମହାନଦୀ ମିଶନର ଅସଲ ଚିତ୍ର ଖୋଲିଦେଇଛି। ଗ୍ରୀନ ମହାନଦୀ ମିଶନ ନାଁରେ କିଭଳି ଲକ୍ଷାଧିକ ଟଙ୍କା ହଡପ ହୋଇଛି ତାହା ଏବେ ଜନତାଙ୍କ ସାମ୍ନାକୁ ଆସିଛି।



ପ୍ରାକୃତକି ବିପର୍ଯ୍ୟୟକୁ ମୁକାବିଲା କରିବା, ଜଳବାୟୁ ପରିବର୍ତ୍ତନ ଏବଂ ଜଳସ୍ତରକୁ ଉପରକୁ ଆଣିବା ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଗ୍ରୀନ ମହାନଦୀ ମିଶନ ଆରମ୍ଭ କରିଥିଲେ। ଯାହାର ତଦାରଖ ଖୋଦ ମୁଖ୍ୟମନ୍ତ୍ରୀଙ୍କ ସମେତ ଜଙ୍ଗଲ ବିଭାଗ କରୁଥିଲା। ଏହା ସତ୍ତ୍ୱେ ମଧ୍ୟ କୌଣସି ନଦୀନାଳ କିମ୍ବା ଜଳ ଉତ୍ସ ଥିବା ସ୍ଥାନ ପ୍ରତିବଦଳରେ କୁମାରୀ ଗ୍ରାମରେ କାହିଁକି ଏକ ପାହାଡ ଓ ପଥୁରିଆ ସ୍ଥାନରେ ଗ୍ରୀନ ମହାନଦୀ ନାଁରେ ଅର୍ଥ ଚଳୁ କରାଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।


Also Read: ବୌଦ୍ଧ ଜିଲ୍ଲା ଚିକିତ୍ସାଳୟରେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି ସୁରକ୍ଷା କର୍ମୀ


ଅନ୍ୟପଟେ ଗାଁ ଲୋକଙ୍କୁ ବିଭିନ୍ନ ପ୍ରକାର ଫଳମୁଳ ଗଛ ଲଗାଇବା କହି ହାତଗଣତି ଦୁଇ ତିନୋଟି ଲିମ୍ବ ଗଛ ଲଗାଇଲେ କାହିଁକି? ପଥୁରିଆ ସ୍ଥାନରେ ଗଛ ଲାଗିରେ ବଢିବ ନାହିଁ ତାହା ଜାଣି ମଧ୍ୟ ସେଠାରେ ଗ୍ରୀନ ମହାନଦୀ କରିବା ପାଇଁ ସ୍ଥାନ ଚିହ୍ନଟ କଲେ କେମିତି? ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେପଟେ କୁଶଙ୍ଗ ବନ୍ୟପ୍ରାଣି ବନାଞ୍ଚଳର ରେଞ୍ଜ ଅଧିକାରୀ ପ୍ରଦୀପ ଭୁତିଆ ସଫେଇ ରଖିଛନ୍ତି। 


କୁଶଙ୍ଗ ବନ୍ୟପ୍ରାଣୀ ବନାଚଂଳରେ କେବଳ ଗ୍ରୀନ ମହାନଦୀ ନାଁରେ ଲକ୍ଷାଧିକ ଟଙ୍କା ଚଳୁ ହୋଇଛି ତାହା ନୁହେଁ ବନ୍ୟପ୍ରାଣୀଙ୍କ ସୁରକ୍ଷା ସହିତ ଜଙ୍ଗଲ ସୁରକ୍ଷା ନାଁରେ ରେଞ୍ଜରେ କିଭଳି କୋଟି କୋଟି ଟଙ୍କା ଚଳୁ ହୋଇଛି ତାହାର ଆଗାମୀ ଦିନରେ ଗୋଟିଗୋଟି କରି ପର୍ଦ୍ଦାଫାଶ କରିବ ZEE Odisha।