Gold Price Today: ଯେଉଁମାନେ ସୁନା-ରୂପା କିଣିବାକୁ ପ୍ଲାନ କରୁଛନ୍ତି, ସେମାନଙ୍କ ପାଇଁ ଏକ ବଡ଼ ଖବର ଅଛି । ଆଜି ଉଭୟ ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ ଘଟିଛି, ଯଦି ଆପଣ ଆଜି ସୁନା କିଣୁଛନ୍ତି, ତେବେ ଆପଣ ଶସ୍ତାରେ ସୁନାଗହଣା ପାଇପାରିବେ । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ମୂଲ୍ୟ ୦.୦୯ ପ୍ରତିଶତ ହ୍ରାସ ପାଇଛି । ଏଥି ସହିତ ରୂପା ମଧ୍ୟ ୬୧,୭୦୦ ସ୍ତରରେ ଅଛି ।


COMMERCIAL BREAK
SCROLL TO CONTINUE READING

ସେପଟେ ଭୁବନେଶ୍ୱର (Bhubaneswar) ରେ ସୁନା ଦର (Gold Price) ରେ ମଧ୍ୟ ହ୍ରାସ ଘଟିଛି । ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୨୭୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୯୩୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଅର୍ଥାତ ରବିବାର ୧୦ ଗ୍ରାମ ସୁନା ମୂଲ୍ୟ ୫୨,୨୦୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୨୫୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୬୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୭,୮୫୦ ଟଙ୍କା ଥିଲା ।


ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ଗତକାଲି ରାଜଧାନୀରେ ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୮,୫୦୦ ଟଙ୍କା ଥିଲା । ଯାହା ଆଜି ୬୧,୯୦୦ ଟଙ୍କା ହୋଇଛି । ଫଳରେ ଗୋଟିଏ ଦିନରେ ରୁପା ମୂଲ୍ୟ ୬,୬୦୦ ଟଙ୍କା ହ୍ରାସ ହୋଇଛି । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୧୯୦ ଟଙ୍କା ରହିଛି । ଯାହା ଗତକାଲି ୬,୮୫୦ ଟଙ୍କା ଥିଲା ।


ସୁନା କିଣିବା ପୂର୍ବରୁ ୫ଟି ଜିନିଷକୁ ଧ୍ୟାନରେ ରଖିବା ଆବଶ୍ୟକ


ହଲମାର୍କ ଅଳଙ୍କାର କିଣନ୍ତୁ
ସୁନା ଅଳଙ୍କାର କିଣିବାର ସବୁଠାରୁ ସୁରକ୍ଷିତ ଉପାୟ ସର୍ବଦା ହଲମାର୍କ ଅଳଙ୍କାର କିଣିବା । ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡର ପରିଚୟ ସୁନାର ଶୁଦ୍ଧତାକୁ ସୁନିଶ୍ଚିତ କରେ । ୧୮ କ୍ୟାରେଟ୍ ଏବଂ ତାଠାରୁ କମ୍, ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ପରି ସୁନା ବିଭିନ୍ନ ପ୍ରକାରର ଶୁଦ୍ଧତାରେ ଉପଲବ୍ଧ । ହଲମାର୍କ ହୋଇଥିବା ଅଳଙ୍କାର କିଣିବା ଭଲ, ଯାହାଫଳରେ ସୁନାର ଶୁଦ୍ଧତା ନିଶ୍ଚିତ ହୋଇଥାଏ।


ସୁନା ମୂଲ୍ୟ ଯାଞ୍ଚ କରିନିଅନ୍ତୁ
ଆଜି ଆପଣ ଅନଲାଇନରେ ସୁନା ମୂଲ୍ୟ ବିଷୟରେ ସୂଚନା ପାଇପାରିବେ । ଆପଣ ଅଳଙ୍କାର ଦୋକାନରୁ ମଧ୍ୟ ଏହାର ମୂଲ୍ୟ ସମ୍ପର୍କରେ ଜାଣିପାରିବେ ।


ମେକିଂ ଚାର୍ଜ ଜାଣନ୍ତୁ
ଯଦି ଆପଣ ସୁନା ଅଳଙ୍କାର କିଣୁଛନ୍ତି ତେବେ ମେକିଂ ଚାର୍ଜ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଳଙ୍କାର ମୂଲ୍ୟର ୩୦ ପ୍ରତିଶତ ପର୍ଯ୍ୟନ୍ତ ମେକିଂ ଚାର୍ଜ ହୋଇପାରେ । ପ୍ରତ୍ୟେକ ଅଳଙ୍କାର ଦୋକାନୀ ମେକିଂ ଚାର୍ଜ ଉପରେ ବହୁତ ରିହାତି ଦେଇଥାଏ, ତେଣୁ ମେକିଂ ଚାର୍ଜ ଭଲ ଭାବେ ଜାଣିନିଅନ୍ତୁ ।


ବିଲ୍ ମାଗିବାକୁ ଭୁଲନ୍ତୁ ନାହିଁ
ସୁନା କିଣିବା ପରେ ବିଲ୍ ଆପଣଙ୍କ ପାଖରେ ରଖନ୍ତୁ, ଯାହାଫଳରେ ଯଦି ଆପଣ କିଛି ବର୍ଷ ପରେ ସମାନ ସୁନା ବିକ୍ରି କରନ୍ତି, ତେବେ ଦୋକାନୀ ଆପଣଙ୍କୁ  ବିଲ୍ ମାଗିପାରନ୍ତି । ଏଥିସହ,କ୍ୟାପିଟାଲ ଗେନ୍ ଟ୍ୟାକ୍ସ ଗଣନା ପାଇଁ ବିଲ୍ ରଖିବା ଦ୍ୱାରା କ୍ରୟ ମୂଲ୍ୟ ନିର୍ଣ୍ଣୟ କରାଯାଇପାରିବ । ଏହା ବ୍ୟତୀତ ଯଦି ନିକଟ ଭବିଷ୍ୟତରେ କୌଣସି ବିବାଦ ଉପୁଜେ ତେବେ ଚାଲାଣ ଉପଯୋଗୀ ହୋଇପାରେ। ଆପଣଙ୍କର ରେକର୍ଡଗୁଡିକ ପାଇଁ ବିଲ୍ ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।


ଓଜନ ଯାଞ୍ଚ କରିବା ଆବଶ୍ୟକ
ସୁନା କିଣିବା ସମୟରେ ଏହାର ଓଜନ ଜାଣିବା ଅତ୍ୟନ୍ତ ଜରୁରୀ କାରଣ ଏଥିରୁ ସୁନା ଅଳଙ୍କାରର ମୂଲ୍ୟ ଜଣାପଡ଼ିଥାଏ । ଛୋଟ ସହର କିମ୍ବା ଗାଁରେ ଅନେକ ଅଳଙ୍କାର ଦୋକାନୀ ଗ୍ରାହକଙ୍କୁ ସୁନାର ଭୁଲ ମାପ ମାଧ୍ୟମରେ ଠକିନେଇଥାନ୍ତି, ଯାହାର ଅଭିଯୋଗ ଅନେକ ଥର ସାମ୍ନାକୁ ଆସିଛି ।


ଏହା ବି ପଢ଼ନ୍ତୁ: ବୟାନ ବଦଳାଇଲେ ପୁରୀ ଅବକାରୀ ବିଭାଗର ଇନିସପେକ୍ଟର ସଂଜୟ; କହିଲେ- ମୁଁ ମାନସିକ ରୋଗୀ